ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ଆଲୁମିନା ପରୀକ୍ଷଣ ପାଇଁ ପ୍ରଥମ ଇନ୍‌-ହାଉସ୍ ଲାବ୍ରୋଟୋରୀ ଉନ୍ମୋଚିତ

ଲାଞ୍ଜିଗଡ, ଓଡିଶା, ୨୦ ଫେବୃଆରି, ୨୦୨୩ : ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ, ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ, ଏହାର କାର୍ଯ୍ୟକ୍ଷମତା ପାଇଁ ଏକ ନୂତନ ମାଇଲଖୁଂଟ ହାସଲ କରିଛି । ଭାରତରେ ପ୍ରଥମ ଇନ୍‌-ହାଉସ୍ ଲାବ୍ରୋଟୋରୀ ଯାହାକି ଆନୁଷ୍ଠାନିକ ଭାବରେ ସମସ୍ତ ପ୍ରଯୁଜ୍ୟ ଭୌତିକ ଏବଂ ରାସାୟନିକ ପାରାମିଟରରେ ଆଲୁମିନା ପରୀକ୍ଷା କରିବାରେ ସକ୍ଷମ ଅଟେ ।

ନ୍ୟାସନାଲ ଆକ୍ରିଡେସନ୍ ବୋର୍ଡ ଫର ଟେଷ୍ଟିଂ ଏବଂ କାଲିବ୍ରେସନ୍ ଲାବ୍ରୋଟୋରୀ (ଏନଏବିଏଲ) ବେଦାନ୍ତ ଲାଞ୍ଜିଗଡ଼ର ଗୁଣବତା ନିୟନ୍ତ୍ରଣ ଏବଂ ଲାବ୍ରୋଟୋରୀକୁ ଆଇଏସଓ ୧୭୦୨୫: ୨୦୧୭ ପ୍ରମାଣପତ୍ର ପ୍ରଦାନ କରିଛି, ଯାହାକି ଦକ୍ଷ ପରୀକ୍ଷଣ ପାଇଁ ଆବଶ୍ୟକତାକୁ ପୂରଣ କରେ ।

ଏହି ସାର୍ଟିଫିକେଟ୍ ବିଶେଷ ଭାବରେ ଉଲ୍ଲେଖନୀୟ ଯେ, ବେଦାନ୍ତ ଲାଞ୍ଜିଗଡ଼ ଟିମ ସ୍ୱାଧୀନ ଭାବରେ ସେମାନଙ୍କର ପ୍ରଥମ ପ୍ରୟାସରେ ଏବଂ ସ୍ୱଳ୍ପ ସମୟ ସୀମା ମଧ୍ୟରେ କମ୍ପାନୀର ବୈଷୟିକ କର୍ମଚାରୀଙ୍କ ବିସ୍ତୃତ କୌଶଳ ଏବଂ ଅଭିଜ୍ଞତାର ପ୍ରମାଣ ଅଟେ । ଲାବ୍ରୋଟୋରୀ ବର୍ତମାନ ଆନୁଷ୍ଠାନିକ ଭାବରେ କାଲସିଡେଡ୍ ଆଲୁମିନା ପାରାମିଟର ଯଥା ବଲ୍କ ସାନ୍ଧ୍ରତା, ବିଟ୍ ସର୍ଫେସ୍ ଏରିଆ, ଆଇରନ୍‌, ସିଲିକନ୍ ଏବଂ ସୋଡିୟମ୍ ପରୀକ୍ଷା କରିବାର କ୍ଷମତା ଉପରେ ପ୍ରମାଣିତ ହୋଇଛି ।

ଏହି ପ୍ରମାଣପତ୍ର ଉପରେ ନିଜର ମତାମତ ରଖି ଶ୍ରୀ ଜି.ଜି. ପାଲ, ଡେପୁଟି ସିଇଓ, ଆଲୁମିନା ବ୍ୟବସାୟ, ବେଦାନ୍ତ ଲିମିଟେଡ କହିଛନ୍ତି, ବେଦାନ୍ତର ଉଦ୍ୟମ ବ୍ୟବସାୟର ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକ୍ଷମ ଏବଂ ଗୁଣାତ୍ମକ ଉତ୍କର୍ଷତା ହାସଲ କରିବା ପାଇଁ ଉଦ୍ଦିଷ୍ଟ । ବୈଷୟିକ ଜ୍ଞାନ କୌଶଳ, ଡିଜିଟାଲ୍ ଉଦ୍ଭାବନ ଏବଂ ବର୍ଦ୍ଧିତ ପ୍ରଯୁକ୍ତିବିଦ୍ୟାର ବିସ୍ତୃତ ମିଶ୍ରଣ ଯୋଗୁଁ ଏହା ପାଇବାକୁ ଆମେ ସମର୍ଥ ହେଇଛୁ । ଆଇଏସଓ ପ୍ରମାଣପତ୍ର ଏକ ଅତିରିକ୍ତ ପୂଣ୍ଣତା ଭାବରେ ଆସିଥାଏ ଯାହାକି ଆମର ଉତ୍ପାଦ ଉପଲବ୍ଧ ମାନକ ଏବଂ ଶିଳ୍ପ ମାନଦଣ୍ଡ ସହିତ ଜଡିତ ହୋଇଛି ।

ବେଦାନ୍ତ ଲାଞ୍ଜିଗଡ଼ର ଗୁଣବତା ନିୟନ୍ତ୍ରଣ କାର୍ଯ୍ୟ ଏବଂ ଲାବ୍ରୋଟୋରୀରେ ଉତ୍ପାଦନର ତିନୋଟି ପର୍ଯ୍ୟାୟରେ ବ୍ୟାପକ ଯାଂଚ ହେବା ସହିତ ଗୁଣାତ୍ମକ ନିୟନ୍ତ୍ରଣକୁ ଏକ ବିସ୍ତୃତ ଆଭିମୁଖ୍ୟ ପ୍ରୟୋଗ କରିଥାଏ ଯଥା କଂଚାମାଲ ପରୀକ୍ଷଣ ଠାରୁ ଆରମ୍ଭ କରି ପ୍ରକ୍ରିୟା ପରୀକ୍ଷଣ ଏବଂ ଶେଷରେ ସମାପ୍ତ ପରୀକ୍ଷଣ ଇତ୍ୟାଦି । ଆଲୁମିନା ଉତ୍ପାଦନ ପ୍ରକ୍ରିୟାରେ ଖର୍ଚ୍ଚ ହୋଇଥିବା ପ୍ରମୁଖ କଂଚାମାଲ ଯେପରିକି ବକ୍ସାଇଟ୍‌, ଚୂନ, କାଉଷ୍ଟିକ୍ୟାଣ୍ଡ୍ କୋଇଲା ବ୍ୟବହାର ପୂର୍ବରୁ କଠିନ ଗୁଣାତ୍ମକ ପରୀକ୍ଷା କରାଯାଇଥାଏ । ଲାବ୍ରୋଟୋରୀ ମଧ୍ୟ ଉତ୍ପାଦିତ ପ୍ରତ୍ୟେକ ବ୍ୟାଚ୍ ଆଲୁମିନା କୋରବା, ଛତିଶଗଡ ଏବଂ ଝାରସୁଗୁଡା, ଓଡିଶାରେ ଆମର ସ୍ମେଲଟରକୁ ପଠାଯିବା ପୂର୍ବରୁ ଉଚ୍ଚ ଗୁଣବତା ଏବଂ ବୈଷୟିକ ମାନକ ସହିତ ମେଳ କରାଇଥାଏ ।

ଏହି ଗୁଣବତା-ପ୍ରଥମେ କମ୍ପାନୀର କର୍ମଚାରୀଙ୍କୁ ଅନେକ ଗୁଣାତ୍ମକ ମାନଦଣ୍ଡ ପ୍ରତିଯୋଗିତାରେ ଯେପରିକି କ୍ୱାଲିଟି କନସେପ୍ଟ ରାଉରକେଲା, ନ୍ୟାସନାଲ କନଭେନସନ୍ ଅଫ୍ କ୍ୱାଲିଟି କନସେପ୍ଟ ଔରଙ୍ଗାବାଦ, ଚାମ୍ପିଅନ୍ ଅଫ୍ କ୍ୱାଲିଟି ଏବଂ ଅନ୍ୟାନ୍ୟ ଦେଶରେ ସାହାଯ୍ୟ କରିଛି । ଏହି ସଂସ୍ଥା ଏହାର କାର୍ଯ୍ୟରେ ଆଭ୍ୟନ୍ତରୀଣ ଆୟୋଜିତ ୩ ଦିନିଆ ଗୁଣାତ୍ମକ ସର୍କଲ୍ ଫେଷ୍ଟ ‘ଅଭିୟୁଦ’ ସହିତ ଦକ୍ଷ ଗୁଣାତ୍ମକ ସର୍କଲ ବିକାଶ ଉପରେ ମଧ୍ୟ ଧ୍ୟାନ ଦେଇଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ୨୦୦୭ରେ କମ୍ପାନି ୨ ଏମଟିପିଏ କ୍ଷମତା ଆଲୁମିନିୟମ ରିଫାଇନାରି ଲଞ୍ଜୀଗଡ଼ରେ ପ୍ରତିଷ୍ଠା କରିଛି ଓ ୯୦ ମେଗାୱାଟ ପାୱାର ପ୍ଲାଂଟ ପରିଚାଳନା କରୁଛି । ବେଦାନ୍ତ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *