ବେଦାନ୍ତ ଲାଞ୍ଜିଗଡ଼ ଗ୍ରାମୀଣ ଓଡ଼ିଶାରେ ଏଚଆଇଭି/ଏଡସକୁ ରୋକିବା ଲାଗି ସଚେତନତା ସୃଷ୍ଟି କରିଛି


ଲାଞ୍ଜିଗଡ଼ ଓ ଅମ୍ବାଡୋଳାରେ ସପ୍ତାହବ୍ୟାପୀ ମାଗଣା ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା

 ଲାଞ୍ଜିଗଡ଼, କଳାହାଣ୍ଡି ଜିଲ୍ଲା, ଓଡ଼ିଶା, ୧୨ ଡିସେମ୍ବର, ୨୦୨୩: ବେଦାନ୍ତ ଲିମିଟେଡ, ଲାଂଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ସଂପ୍ରତି ବିଶ୍ୱ ଏଡସ ଦିବସ ଅବସରରେ ଗୋଷ୍ଠୀକୁ ପ୍ରାଧାନ୍ୟ ଦେବା ଲକ୍ଷ୍ୟରେ ଲାଞ୍ଜିଗଡ଼ରେ ସପ୍ତାହବ୍ୟାପୀ ସଚେତନତା ଶିବର ଆୟୋଜନ କରିଥିଲା ।

ଏକ ସପ୍ତାହବ୍ୟାପୀ ଏହି ଅଭିଯାନ, ଲାଞ୍ଜିଗଡ଼ ଓ ନିକଟବର୍ତୀ ଅଂଚଳରେ ଏଚଆଇଭି, ଏଡସ ଉପରେ ଲାଂଜିଗଡ଼ ଓ ଅମ୍ବାଡୋଳାରେ ରାଲି, ଅଧିବେଶନ ଓ ସୂଚନା ପ୍ରଚାରପତ୍ର ବଂଟନ କରି ଲୋକମାନଙ୍କୁ ଏହି ରୋଗ ଉପରେ ସଚେତନ କରାଯାଇଥିଲା । ପ୍ରାୟ ୧୦୦୦ରୁ ଅଧିକ ଲୋକଙ୍କ ପାଖରେ ପହଁଚିଥିଲା, ଯେଉଁଥିରେ ପ୍ରବାସୀ ଶ୍ରମିକ, ଗର୍ଭବତୀ ମହିଳା, କଲେଜ ଛାତ୍ର ଓ ଟ୍ରକ ଡ୍ରାଇଭର ଅନ୍ତର୍ଭୁକ୍ତ ଥିଲେ ।

ଏହି ଅଭିଯାନ ପ୍ରତ୍ୟେକ ଅଂଚଳରେ ଲୋକମାନଙ୍କ ନିକଟରେ ପହଁଚି ଥିଲା । କଲେଜ ଛାତ୍ରମାନେ ସ୍ୱେଛାମୂଳକ ଭାବରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଏଥିରେ ଆଂଟି ରିଟ୍ରୋଭାଇରାଲ ଥେରାପି (ଏଆରଟି) ବିଷୟରେ ଲୋକମାନଙ୍କୁ ବୁଝାଯାଇଥିଲା ।

ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପ୍ରଣବ କୁମାର ଭଟାଚାର୍ଯ୍ୟ, ସିଇଓ- ଆଲୁମିନା ବିଜିନେସ ବେଦାନ୍ତ ଲିମିଟେଡ କହିଛନ୍ତିଯେ ସଂପ୍ରତି ଦ୍ରୁତ ଗତିରେ ବଢୁଥିବା ଦୁନିଆର ଆର୍ଥିକ ଓ ସାମାଜିକ ବିକାଶକୁ ସୁନିଶ୍ଚିତ କରିବା ଲାଗି ସ୍ୱାସ୍ଥ୍ୟ ହେଉଛି ପ୍ରାଥମିକତା । ଆମ ଗୋଷ୍ଠୀର ସାମୁହିକ ବିକାଶ ଓ କଲ୍ୟାଣ ପାଇଁ ବେଦାନ୍ତ ଲାଂଜିଗଡ଼ ସର୍ବଦା ଧ୍ୟାନ ଦେଉଛି । ବିଶ୍ୱର ସ୍ୱାସ୍ଥ୍ୟ ଆହ୍ୱାନ ଭାବରେ ଏଚଆଇଭି/ଏଡସ ବିଷୟରେ ଆମ ଗୋଷ୍ଠୀକୁ ସଚେତନ କରାଇବା ଆମର ଉଦ୍ଦେଶ୍ୟ । ଏହିପରି ପଦକ୍ଷେପ ଜରିଆରେ ଆମେ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଲକ୍ଷ୍ୟ ରଖିଛୁ ।

ବେଦାନ୍ତ ଲାଂଜିଗଡ଼ର ଉଦ୍ୟମକୁ ପ୍ରଶଂସା କରି ଅମ୍ବାଡୋଳା, ସାମନ୍ତ ଜୁନିୟର କଲେଜର ପ୍ରଧାନଶିକ୍ଷକ କବିରାଜ ପ୍ରଧାନ ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତିଯେ ଏହା ଆମ ସମାଜ ଓ ଗୋଷ୍ଠୀ ପାଇଁ ଏପରି ସଚେତନତା ଗୁରୁତ୍ୱପୂର୍ଣ୍ଣ । ଆଜିର ଦୁନିଆରେ ଏହିପରି ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସମାଜକୁ ସଚେତନ କରାଇବା ଦ୍ୱାରା ଲୋକମାନେ ଏହି ରୋଗ ସଂପର୍କରେ ଅବଗତ ହେବା ସହିତ ଅଧିକ ଜ୍ଞାନଲାଭ କରିପାରିବେ । ଏଥିପାଇଁ ମୁଁ ବେଦାନ୍ତକୁ ଧନ୍ୟବାଦ ଜଣାଉଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ୟୁଏନଏଆଇଡିଏସ ଦ୍ୱାରା ବିଶ୍ୱ ଏଡସ ଦିବସକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ଭାବେ ପାଳନ କରାଯାଏ । ସାରା ବିଶ୍ୱରେ ୩୦ ନିୟୂତରୁ ଅଧିକ ଲୋକ ଏଚଆଇଭିରେ ପୀଡ଼ିତ ଥିବା ବେଳେ ବେଦାନ୍ତ ପକ୍ଷରୁ ଲୋକମାନଙ୍କୁ ଏଥିପାଇଁ ସଚେତନ କରିବା ଗୁରୁତ୍ୱପୂର୍ଣ୍ଣ । ବେଦାନ୍ତ ଲାଂଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ

ସୁନିଶ୍ଚିତ କରିବା ଲାଗି କେତେକ ପଦକ୍ଷେପ ଗ୍ରହଣ କରିଛି ଯଥା:


ବେଦାନ୍ତ ହସପିଟାଲ: ଏହି ଡାକ୍ତରଖାନା ହେଉଛି ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ର ଯେଉଁଠାରେ ଅଭିଜ୍ଞ ଡାକ୍ତର, ଫିଜିଓଥେରାପିଷ୍ଟ ଓ ଭ୍ରମଣକାରୀ ବିଶେଷଜ୍ଞ ଓ ୨୪ ଘଂଟିଆ ରେଫରାଲ ପାଇଁ ଆମ୍ବୁଲାନସ ଦ୍ୱାରା ସଜ୍ଜିତ । ପ୍ରତିବର୍ଷ ଏଠାରୁ ପ୍ରାୟ ୬୦,୦୦୦ରୁ ଅଧିକ ଲୋକ ଚିକିତ୍ସା ସେବା ପାଇଥାନ୍ତି । ।


ମା ସନ୍ତୋଷୀ ଜନ କଲ୍ୟାଣ ହସପିଟାଲ: ବେଦାନ୍ତ ଲାଞ୍ଜିଗଡ଼ ଦ୍ୱାରା ସମର୍ଥିତ ବଙ୍କାକୁନ୍ଦୁରୁ ଅଂଚଳରେ ୯ଟି ଗ୍ରାମ ପଂଚାୟତର ଲୋକମାନେ ଏଠାରୁ ଚିକିତ୍ସା ସେବା ପାଇଥାନ୍ତି । ଏହି ଅଂଚଳଟି ଲାଂଜିଗଡ଼ର ଏକ ଦୂରବର୍ତି ସ୍ଥାନରେ ଥିବାରୁ ସ୍ୱାସ୍ଥ୍ୟସେବା ଏହି ଅଂଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ ।


ଏମଏଚୟୁ: ଏକ ସହାୟକ ଯାନ ଯାହା ଲୋକମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରହିଛି । ଏହା ଦୂରବର୍ତି ଅଂଚଳର ରୋଗୀମାନଙ୍କୁ ଡାକ୍ତରଖାନାକୁ ନେବା ଆଣିବା କରିବା ପାଇଁ ରଖାଯାଇଛି । ୨୦୦୬ରେ ଆରମ୍ଭ ହୋଇଥିବା ଏହି ସେବା ଜରୀଆରେ ୬୧ ଟି ଗ୍ରାମର ୨୩୦୦୦ରୁ ଅଧିକ ଲୋକ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ କରିପାରୁଛନ୍ତି ।


ମୋତିଆବିନ୍ଦୁ ଶିବିର: ଏକ ଦଶନ୍ଧିରୁ ଅଧିକ ସମୟ ଧରି ବେଦାନ୍ତ ଲାଂଜିଗଡ଼ ବାର୍ଷିକ ମୋତିଆ ବିନ୍ଦୁ ଶିବିର ପରିଚାଳନା କରି ଆସୁଛି । ନେତ୍ର ଚିକିତ୍ସାଳୟ ଲେପ୍ରା ସୋସାଇଟି,ସୋନପୁର ସହାୟତାରେ ଏହା କାର୍ଯ୍ୟ କରୁଛି । ଆର୍ଥିକ ବର୍ଷ ୨୦୨୩ରେ ୧୧୦୦ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ।


ପେହେଲି ଉଡାନ: ଏହି ପ୍ରୋତ୍ସାହନ ଦ୍ୱାରା ଗ୍ରାମୀଣ ମହିଳାମାନଙ୍କ ଋତୁକାଳୀନ ସ୍ୱାସ୍ଥ୍ୟ ଓ ପରିଛନ୍ନତା ଉପରେ ବିଶେଷ ସହାୟତା ପାଇପାରୁଛନ୍ତି । ଆର୍ଥିକ ବର୍ଷ ୨୪ରେ ୩୦୦୦ରୁ ଅଧିକ ମହିଳା ଓ ଝିଅମାନେ ଲାଭାନ୍ୱିତ ହୋଇ ପାରିଛନ୍ତି ।


ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାମାନଙ୍କୁ ବ୍ୟାପକ ଓ ଗୁଣମାନର ଯତ୍ନ, ମାଗଣାରେ ସହାୟତା ପ୍ରଦାନ କରାଯାଉଛି । ବେଦାନ୍ତ ହସପିଟାଲ ଲାଂଜିଗଡ଼ ଦ୍ୱାରା ଏହି କାର୍ଯ୍ୟକ୍ରମ ପ୍ରତିମାସରେ ୯ ତାରିଖରେ ଆୟୋଜିତ ହୋଇଥାଏ ।

Leave a Reply

Your email address will not be published. Required fields are marked *