ବେଦାନ୍ତ ଲାଞ୍ଜିଗଡ଼ ଗ୍ରାମୀଣ ଓଡ଼ିଶାରେ କ୍ୟାନସରର ପ୍ରତିକାର ତଥା ହ୍ରାସ ଉପରେ ସଚେତନତା ସୃଷ୍ଟି କରିଛି

ଲାଞ୍ଜିଗଡ଼ ଓ ଭବାନୀପାଟଣରେ ତିନିଦିନ ବ୍ୟାପୀ ମାଗଣା କ୍ୟାନସର ଯାଂଚ ଶିବିର ଅନୁଷ୍ଠିତ ହୋଇଥିଲା

 ଲାଞ୍ଜିଗଡ଼, କଳାହାଣ୍ଡି ଜିଲ୍ଲା, ଓଡ଼ିଶା, ୨୧ ନଭେମ୍ବର ୨୦୨୩: ବେଦାନ୍ତ ଲିମିଟେଡ, ଲାଂଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ସଂପ୍ରତି ଲାଞ୍ଜିଗଡ଼ରେ ତିନିଦିନିଆ କ୍ୟାନସର ଯାଂଚ ଶିବର ଆୟୋଜନ କରିଥିଲା । ଜାତୀୟ କର୍କଟ ସଚେତନତା ଦିବସ (୭ ନଭେମ୍ବର) ଅବସରରେ ଏହି ଅଭିଯାନ ଆରମ୍ଭ କରାଯାଇ ଲୋକମାନଙ୍କୁ ଏହି ରୋଗ ସଂପର୍କରେ ସଚେତନ କରାଯାଇଥିଲା । ଭାରତରେ ଅନ୍ୟତମ ବିଶ୍ୱସ୍ତରୀୟ କର୍କଟ ଚିକିତ୍ସା କେନ୍ଦ୍ର ବାଲକୋ ମେଡିକାଲ ସେଂଟର ସହିତ ମଳିତ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି ଶିବିରରେ ମାମୋଗ୍ରଫି, ପ୍ୟାପ ସ୍ପିୟର ପରୀକ୍ଷା(ପିଇପି) ପରି କେତେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କାର୍ଯ୍ୟକ୍ରମ ପାଇଁ ମୋବାଇଲ ସ୍କ୍ରିନିଂ ଭ୍ୟାନକୁ ନିଯୋଜିତ କରାଯାଇଥିଲା । ଗର୍ଭାଶୟ, ମୁଖ ଗହ୍ୱର କର୍କଟ ଚିହ୍ନଟ କରିବା ପ୍ରମୁଖ ଅଂଶ ଥିଲା । ଏହା ସହ ପରବର୍ତି ଚିକିତ୍ସା ଆବଶ୍ୟକତା ପାଇଁ ରୋଗୀମାନଙ୍କୁ ବିଏମସିକୁ ରେଫର କରାଯାଇଥିଲା ।

ଏହି ଅଭିଯାନକୁ ଶ୍ରୀ ପ୍ରଣବ କୁମାର ଭଟାଚାର୍ଯ୍ୟ, ସିଇଓ- ଆଲୁମିନିୟମ ବିଜିନେସ, ବେଦାନ୍ତ ଲିଃ ଶୁଭାରମ୍ଭ କରିଥିଲେ । ଏହା ସହ ଡ. ପ୍ରଭାକର ଗୁପ୍ତା, ବାଲକୋର ରେଡିଏଶନ ଅଙ୍କୋଲୋଜିଷ୍ଟ ଯୋଗଦେଇଥିଲେ । ବେଦାନ୍ତ ହସପିଟାଲ ଲାଞ୍ଜିଗଡ଼ ଏହି ଅଂଚଳରେ ଏକ ଅନ୍ୟତମ ମଲଟି ସ୍ପେଶିଆଲିଟି ହସପିଟାଲ ଭାବରେ କାର୍ଯ୍ୟ କରୁଛି । ଏହି ଶିବିରରେ ଶ୍ରୀ ସଞ୍ଜୀବ କୁମାର ନାୟକ, ଭାଇସ ଚେୟାରମ୍ୟାନ ଲାଂଜିଗଡ଼ ବ୍ଲକ, ଶ୍ରୀ ପରୀକ୍ଷିତ ନାଏକ, ଜିଲ୍ଲା ପରିଷଦ ସଦସ୍ୟ, ଲଂଜିଗଡ଼ ବ୍ଲକ ଓ ମିସ ସରସ୍ୱତୀ ମୁଣ୍ଡା, ସରପଂଚ, ଲାଂଜିଗଡ଼ ପଂଚାୟତ ପ୍ର୍ରମୁଖ ଯୋଗ ଦେଇଥିଲେ । ୨୦୦ରୁ ଅଧିକ ଲୋକମାନଙ୍କୁ ଏହି ତିନିଦିନିଆ ଶିବିର ଦ୍ୱାରା ସେବା ଯୋଗାଇ ଦିଆଯାଇଥିଲା ।

ଶ୍ରୀ ପ୍ରଣବ କୁମାର ଭଟାଚାର୍ଯ୍ୟ, ସିଇଓ- ଆଲୁମିନା ବିଜିନେସ, ବେଦାନ୍ତ ଲିଃ ଶୁଭାରମ୍ଭ ଅବସରରେ କହିଥିଲେଯେ– ଆମର ପଡ଼ୋଶୀ ଗୋଷ୍ଠୀର ସାମଗ୍ରିକ ବିକାଶ ଆମ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଜୀବିକା, ଦକ୍ଷତା ବିକାଶ, କ୍ରୀଡ଼ା ଓ ସଂସ୍କୃତିକୁ ନେଇ ଆମର ଗଭୀର ବିକାଶମୂଳକ ପଦକ୍ଷେପ ଗୁଡ଼ିକରେ ଏହା ପ୍ରତିଫଳିତ ହୋଇଛି । ଲାଂଜିଗଡ଼ର ୬୭ଟି ଗାଁରେ ୧,୨୫,୦୦୦ରୁ ଅଧିକ ଲୋକମାନଙ୍କୁ ସେବା ଯୋଗାଇ ଦେଇଛି । ଏହି ପରୀକ୍ଷା ଶିବିର ମାଧ୍ୟମରେ ସ୍ୱାସ୍ଥ୍ୟସେବା ଇକୋ ସିଷ୍ଟମକୁ ଆହୁରି ବ୍ୟାପକ କରାଯାଇପାରିବ ।

କଳାହାଣ୍ଡି ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ରଂଜନ ମିତ୍ର କହିଥିଲେଯେ- କେତେକ କ୍ୟାନସରକୁ ରୋକାଯାଇ ପାରିବ,ଯଦି ଆମେ ଏହାକୁ ପ୍ରାଥମିକ ସ୍ତରରେ ରୋକିପାରିବା ତେବେ ଏହାକୁ ଆୟତ କରିବା ସମ୍ଭବ ହୋଇପାରିବ । ବେଦାନ୍ତ ପକ୍ଷରୁ ସାଧାରଣ ଲୋକମାନଙ୍କ ପାଇଁ ଏପରି ଏକ ପରୀକ୍ଷା ଶିବିର ଆୟୋଜନ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ଏଥିପାଇଁ ବେଦାନ୍ତ ଧନ୍ୟବାଦର ପାତ୍ର ।

ବାଲକୋ ମେଡିକାଲରେ ସର୍ଜିକାଲ, ରେଡିଏଶନ, ହେମାଟୋଲୋଜିକାଲ ଓ ପାଲିଏଟିଭ କେୟାର ପାଇଁ ବହୁ ପ୍ରକାର ସୁବିଧା ରହିଛି । ଏହା ଏକ ଅତ୍ୟାଧୁନିକ, ୧୭୦ ଶଯ୍ୟା ବିଶିଷ୍ଟ ଅଲଟ୍ରା ମଡର୍ନ ମଲଟି ମୋଡାଲ ନିଦାନ ଓ ଚିକିତ୍ସା କେନ୍ଦ୍ର ଭାବେ ଛତିଶଗଡ଼ର ରାୟପୁର ସହରରେ ଅବସ୍ଥିତ । ଆରମ୍ଭରୁ ବିଏମସି କର୍କଟ ଚିକିତ୍ସା, ସଚେତନତା, ଭିତିଭୂମି ଓ ପାରଦର୍ଶିତା ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରି ହଜାର ହଜାର ରୋଗୀଙ୍କୁ ଆରୋଗ୍ୟ କରାଇ ପାରିଛି ।

ବେଦାନ୍ତ ଲାଞ୍ଜିଗଡ଼ ବିଭିନ୍ନ ଅତିରିକ୍ତ ସ୍ୱାସ୍ଥ୍ୟ ଯତ୍ନ ସହାୟତାରେ ସ୍ଥାନୀୟ ଗୋଷ୍ଠୀଙ୍କୁ ସହାୟତା କରି ଆସୁଛି ।

  • ବେଦାନ୍ତ ହସପିଟାଲ: ଏହି ଡାକ୍ତରଖାନା ହେଉଛି ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ର ଯେଉଁଠାରେ ଅଭିଜ୍ଞ ଡାକ୍ତର, ଫିଜିଓଥେରାପିଷ୍ଟ ଓ ଭ୍ରମଣକାରୀ ବିଶେଷଜ୍ଞ ଓ ୨୪ ଘଂଟିଆ ରେଫରାଲ ପାଇଁ ଆମ୍ବୁଲାନସ ଦ୍ୱାରା ସଜ୍ଜିତ । ପ୍ରତିବର୍ଷ ଏଠାରୁ ପ୍ରାୟ ୬୦,୦୦୦ରୁ ଅଧିକ ଲୋକ ଚିକିତ୍ସା ସେବା ପାଇଥାନ୍ତି । ।
  • ମା ସନ୍ତୋଷୀ ଜନ କଲ୍ୟାଣ ହସପିଟାଲ: ବେଦାନ୍ତ ଲାଞ୍ଜିଗଡ଼ ଦ୍ୱାରା ସମର୍ଥିତ ବଙ୍କାକୁନ୍ଦୁରୁ ଅଂଚଳରେ ୯ଟି ଗ୍ରାମ ପଂଚାୟତର ଲୋକମାନେ ଏଠାରୁ ଚିକିତ୍ସା ସେବା ପାଇଥାନ୍ତି । ଏହି ଅଂଚଳଟି ଲାଂଜିଗଡ଼ର ଏକ ଦୂରବର୍ତି ସ୍ଥାନରେ ଥିବାରୁ ସ୍ୱାସ୍ଥ୍ୟସେବା ଏହି ଅଂଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ ।
  • ଏମଏଚୟୁ: ଏକ ସହାୟକ ଯାନ ଯାହା ଲୋକମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରହିଛି । ଏହା ଦୂରବର୍ତି ଅଂଚଳର ରୋଗୀମାନଙ୍କୁ ଡାକ୍ତରଖାନାକୁ ନେବା ଆଣିବା କରିବା ପାଇଁ ରଖାଯାଇଛି । ୨୦୦୬ରେ ଆରମ୍ଭ ହୋଇଥିବା ଏହି ସେବା ଜରୀଆରେ ୬୧ ଟି ଗ୍ରାମର ୨୩୦୦୦ରୁ ଅଧିକ ଲୋକ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ କରିପାରୁଛନ୍ତି ।
  • ମୋତିଆବିନ୍ଦୁ ଶିବିର: ଏକ ଦଶନ୍ଧିରୁ ଅଧିକ ସମୟ ଧରି ବେଦାନ୍ତ ଲାଂଜିଗଡ଼ ବାର୍ଷିକ ମୋତିଆ ବିନ୍ଦୁ ଶିବିର ପରିଚାଳନା କରି ଆସୁଛି । ନେତ୍ର ଚିକିତ୍ସାଳୟ ଲେପ୍ରା ସୋସାଇଟି,ସୋନପୁର ସହାୟତାରେ ଏହା କାର୍ଯ୍ୟ କରୁଛି । ଆର୍ଥିକ ବର୍ଷ ୨୦୨୩ରେ ୧୧୦୦ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ।
  • ପେହେଲି ଉଡାନ: ଏହି ପ୍ରୋତ୍ସାହନ ଦ୍ୱାରା ଗ୍ରାମୀଣ ମହିଳାମାନଙ୍କ ଋତୁକାଳୀନ ସ୍ୱାସ୍ଥ୍ୟ ଓ ପରିଛନ୍ନତା ଉପରେ ବିଶେଷ ସହାୟତା ପାଇପାରୁଛନ୍ତି । ଆର୍ଥିକ ବର୍ଷ ୨୪ରେ ୩୦୦୦ରୁ ଅଧିକ ମହିଳା ଓ ଝିଅମାନେ ଲାଭାନ୍ୱିତ ହୋଇ ପାରିଛନ୍ତି ।
  • ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାମାନଙ୍କୁ ବ୍ୟାପକ ଓ ଗୁଣମାନର ଯତ୍ନ, ମାଗଣାରେ ସହାୟତା ପ୍ରଦାନ କରାଯାଉଛି । ବେଦାନ୍ତ ହସପିଟାଲ ଲାଂଜିଗଡ଼ ଦ୍ୱାରା ଏହି କାର୍ଯ୍ୟକ୍ରମ ପ୍ରତିମାସରେ ୯ ତାରିଖରେ ଆୟୋଜିତ ହୋଇଥାଏ ।

Leave a Reply

Your email address will not be published. Required fields are marked *