ବେଦାନ୍ତ ଝାରସୁଗୁଡ଼ା ପକ୍ଷରୁ ଜଙ୍ଗଲରେ ନିଆଁକୁ ରୋକିବା ଲାଗି ଜିଲ୍ଲା ଜଙ୍ଗଲକାର୍ଯ୍ୟାଳୟକୁ ଉପକରଣ ପ୍ରଦାନ

ଝାରସୁଗୁଡ଼ା, ୭ନଭେମ୍ବର ୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଜଙ୍ଗଲରେ ନିଆଁକୁ ରୋକିବା ଉଦ୍ଦେଶ୍ୟରେ ପ୍ରଶାସନର ପ୍ରୟାସ ଲାଗି ଜଙ୍ଗଲ କାର୍ଯ୍ୟାଳୟକୁ ଲିଫ ବ୍ଲୋୟର ଯୋଗାଣ କରିଛି । ଶ୍ରୀ ସୁନିଲ ଗୁପ୍ତା, ସିଇଓ,ବେଦାନ୍ତ ଲିଃ ଝାରସୁଗୁଡ଼ା ଏହି ଲିଫ ବ୍ଲୋୟରକୁ ଜିଲ୍ଲା ଜଙ୍ଗଲ ଅଧିକାରୀ ଶ୍ରୀ ଲଳିତ କୁମାର ପାତ୍ରଙ୍କୁ ପ୍ରଦାନ କରିଥିଲେ । ଜଙ୍ଗଲରେ ଶୁଖିଲା ଡାଳପତ୍ର ଭଳି ଦହନଶିଳ ପଦାର୍ଥ ଗଦା ହେବା ଦ୍ୱାରା ନିଆଁ ଲାଗିବାର ସମ୍ଭାବନା ଥାଏ ଏବଂ ଏହି ନିଆଁକୁ ରୋକିବା ପାଇଁ ଲିଫ ବ୍ଲୋୟର ସହାୟତା କରିବ ।
ବେଦାନ୍ତ ଆଲୁମିନିୟମର ସୁରକ୍ଷା ସଂସ୍କୃତି ବିଷୟରେ ସୂଚନା ଦେଇ ଶ୍ରୀ ସୁନିଲ ଗୁପ୍ତା, ସିଇଓ ବେଦାନ୍ତ ଲିଃ କହିଛନ୍ତିଯେ-ଏହି ପଦକ୍ଷେପ ଦ୍ୱାରା ଆମେ ସ୍ଥାନୀୟ ପ୍ରଶାସନକୁ ସମର୍ଥନ ଜ।।ରୀ ରଖିଛୁ । ଯାହା ମାଧ୍ୟମରେ ଆମେ ଆମ ଗୋଷ୍ଠୀଙ୍କୁ ସୁରକ୍ଷା ଦେଇ ପାରିବୁ । ଜିରୋ ହାର୍ମ, ଜିରୋ ବର୍ଜ୍ୟ ଓ ଜିରୋ ଡିସଚାର୍ଜ ନୀତିକୁ ଆପଣାଇ ଆମେ ସର୍ବଦା ଗୋଷ୍ଠୀ ସହିତ କାର୍ଯ୍ୟ କରୁଛୁ ।
ଜିଲ୍ଲା ଜଙ୍ଗଲ ଅଧିକାରୀ ଶ୍ରୀ ଲଳିତ କୁମାର ପାତ୍ର କହିଛନ୍ତି ଯେ ଶରତ ଓ ଶୀତ ଋତୁରେ ଜଙ୍ଗଲରେ ନିଆଁ ଲାଗିଥାଏ ଓ ଶୁ୍ଖିଲା ଡାଳପତ୍ର ଯୋଗୁ ନିଆଁ ଲାଗିବାର ସମ୍ଭାବନା ଥାଏ । ଏହି ନିଆଁକୁ ରୋକିବା ପାଇଁ ପ୍ରଶାସନକୁ ସହାୟତା ଯୋଗାଇ ଦେଇଥିବାରୁ ମୁଁ ବେଦାନ୍ତକୁ ପ୍ରଶଂସା କରୁଛି ।
ଉନ୍ନତ ଜ୍ଞାନ କୌଶଳ ଓ ପରିବେଶ ସୁରକ୍ଷା ସହିତ ବେଦାନ୍ତ ଏହାର ଅଗ୍ନି ନିରାପତା ବାହିନୀକୁ ସୁବ୍ୟବସ୍ଥିତ କରିଛି । କମ୍ପାନି ପକ୍ଷରୁ ଗ୍ରହଣ କରାଯାଇଥିବା କେତେକ ସୁରକ୍ଷା ପଦକ୍ଷେପ ଗୁଡ଼ିକ ହେଉଛି-
ସଙ୍କଳ୍ପ : ଏକ ସୁରକ୍ଷା ସଂସ୍କୃତି ପ୍ରଣୟନ କରି ବେଦାନ୍ତ ଆଲୁମିନିୟମ ତାର କାର୍ଯ୍ୟ ପରିଚାଳନାରେ ଡ୍ୟୁ ପଏଂଟ ସସଟାନିବିଲିଟି ସଲ୍ୟୁସନ ସହଭାଗିତା ଅନୁସାରେ କାର୍ଯ୍ୟ କରୁଛି । ଏହି କାର୍ଯ୍ୟକ୍ରମ ଅଗ୍ନି ନିରାପତା ପ୍ରଣାଳୀକୁ ସୁଦୃଢ କରିବା ସହିତ ଅଗ୍ନି କାଣ୍ଡକୁ ନିୟନ୍ତ୍ରଣ କରିଥାଏ ।
ଅଗ୍ନିବାହିନୀ: ଏକ ମହିଳା ଅଗ୍ନିଶମ ବାହିନୀ ଝାରସୁଗୁଡ଼ାରେ ଗଠନ କରାଯାଇଛି, ଯେଉଁମାନେ ଜରୁରୀ ସମୟରେ ଦକ୍ଷ ଓ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିବାକୁ ତାଲିମ ପାଇଛନ୍ତି । ସ୍ଥାନୀୟ ଅଂଚଳରେ ଘାସପତ୍ର ଓ ଜଙ୍ଗଲରେ ନିଆଁ ଲାଗିବା ସମୟରେ ସେମାନେ ସ୍ଥାନୀୟ ପ୍ରଶାସନ ସହାୟତାରେ ଜରୁରୀକାଳୀନ ସହାୟତା ଯୋଗାଇ ଦେଉଛନ୍ତି ।
ବଜ୍ରପାତ ଚିହ୍ନଟ ପ୍ରଣାଳୀ: ବଜ୍ରପାତରୁ ସୁରକ୍ଷା ପାଇଁ ଏହାର ଚିହ୍ନଟ ବ୍ୟବସ୍ଥା କାଟିକେଲା ଆଶ ଡାଇକ ଦ୍ୱାରା ୪୦ କିମି ଦୂରତା ମଧ୍ୟରେ ଦେଖାଦେବାକୁ ଥିବା ବିଜୁଳି ଘଡ଼ ଘଡ଼ିର ପୂର୍ବାନୁମାନ କରାଯାଇ ପାରୁଛି ।
ମକ୍ ଡ୍ରିଲ: ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ଦଳ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ମିଳିତ ସହଯୋଗରେ ଜରୁରୀ କାଳୀନ ମକ ଡ୍ରିଲ ମାଧ୍ୟମରେ ସୁରକ୍ଷା ପ୍ରତି ସଜାଗତା ସୃଷ୍ଟି କରାଯାଇ ପାରୁଛି ।
ସଚେତନତା ଅଧିବେଶନ: ଭୁରୁକାମୁଣ୍ଡାଠାରେ ଥିବା କଲେଜ ଓ ଅଙ୍ଗନବାଡ଼ି ଗୁଡ଼ିକରେ ବଜ୍ରପାତ ସଂପର୍କରେ ଏକ ସଚେତନତା ଅଧିବଶେନ ଆୟାଜିତ ହୋଇଥିଲା । ଏଥିରେ କଣ କରିବା ଓ କଣ କରିବା ଉଚିତ ନୁହେଁ ସେ ସଂପର୍କରେ କିଛି ଆଲୋଚନା କରାଯାଇ ଲୋକମାନଙ୍କ ମନରେ ଥିବା ଭ୍ରମ ଓ ବାସ୍ତବତା ଉପରେ ସ୍ପଷ୍ଟ କରାଯାଇଥିଲା । ସେହିପରି କୁରୁବେଗା ଓ ବାଂଜାରୀ ଗ୍ରାମରେ ବୁଦାରେ ନିଆଁ ଲାଗିବା ପ୍ରତିକାର ବିଷୟରେ ଲୋକମାନଙ୍କୁ ଅବଗତ କରାଯାଇଥିଲା ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ଏକମାତ୍ର ଭାରତୀୟ ସ୍ମେଲଟର ଭାବରେ ବିଶ୍ୱକୁ ୧ ନିୟୂତ ଟନ ଉତ୍ପାଦନ ଓ ଏକସପୋର୍ଟ କ୍ଲବ । ବେଦାନ୍ତର ଝାରସୁଗୁଡ଼ା ହେଉଛି ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତି, ଆର ଆଣ୍ଡ ଡି ଓ ଅଭିନବ ଦକ୍ଷତାକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।
