ବେଦାନ୍ତ ଆଲୁମିନିୟମ ଆର୍ଥିକବର୍ଷ ୨୩ରେ ୧୨.୫ ବିଲିୟନ ଲିଟର ଜଳ ପୁନଃଚକ୍ରଣ କରିଛି
ବିଶ୍ୱ ଜଳ ଦିବସରେ ୨୦୩୦ ସୁଦ୍ଧା ନିଟ ୱାଟର ପଜିଟିଭ ହେବାକୁ ପୁନଃପ୍ରତିଶ୍ରୁତି ଦେଇଛି
ଭୁବନେଶ୍ୱର,୨୨ ମାର୍ଚ୍ଚ,୨୦୨୩: ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଫେବୃଆରୀ ୨୦୨୨-୨୩ ମଧ୍ୟରେ ଫେବୃଆରୀ ସୁଦ୍ଧା ୧୨.୫ ବିଲିୟନ ଲିଟର ଜଳ ପୁନଃଚକ୍ରଣ କରିଛି । ବିଶ୍ୱ ଜଳ ଦିବସ ଅବସରରେ କଂପାନି ଝାରସୁଗୁଡ଼ାର ମେଗା ଆଲୁମିନିୟମ ସ୍ମେଲଟରରେ ଦିନକୁ ୪୪୦ କିଲୋ ଲିଟର ପ୍ରକ୍ରିୟାକରଣ କ୍ଷମତା ସହ ଏକ ନୂଆ ସେଭେଜ ଟ୍ରିଟମେଂଟ ପ୍ଲାଂଟର ଭିତିପ୍ରସ୍ତର ସ୍ଥାପନ କରିଥିଲା । ଥରେ କାର୍ଯ୍ୟକ୍ଷମ ହେବାପରେ ଏହି ଜଳକୁ ପୁନଃ ବ୍ୟବହାର କରାଯିବ । ଯାହାଦ୍ୱାରା ମଧୁର ଜଳ ବ୍ୟବହାର ବର୍ଷକୁ ୧୫ କୋଟି ଲିଟର ହ୍ରାସ ପାଇବ ।
ବିଶ୍ୱ ଜଳ ଦିବସକୁ ନେଇ ସପ୍ତାହବ୍ୟାପୀ ବେଦାନ୍ତ ଆଲୁମିନିୟମ ରାମଭୀର ତନୱାରଙ୍କ ସହିତ ଏକ ଇଂଟରଆକ୍ଟିଭ ଅଧିବେଶନ ଆୟୋଜନ କରିଥିଲା । ଏଥିରେ କର୍ମଚାରୀ, ସ୍ୱେଛାସେବୀ ଓ ବୃତିଗତ ବିଶେଷଜ୍ଞମାନେ ଯୋଗ ଦେଇ ଝାରସୁଗୁଡ଼ା ଜିଲ୍ଲା, ଓଡ଼ିଶା ଓ କୋରବା, ଛତିଶଗଡ଼ରେ ଏହାର କାର୍ଯ୍ୟରେ ଅନେକ ଡିଜାଇନିଂ ଓ ପୁନରୁଦ୍ଧାର କାର୍ଯ୍ୟ ଯୋଜନା କରିଥିଲେ । ଅଧିକନ୍ତୁ ଜଳ ସଂରକ୍ଷଣର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି ପାଇଁ କଂପାନି ସ୍ଥାନୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଲି ଓ ଷ୍ଟ୍ରିଟ ନାଟକର ଆୟୋଜନ କରିଥିଲା ।
ଏହି କାର୍ଯ୍ୟକ୍ରମ ସଂପର୍କରେ ବେଦାନ୍ତ ଲିମିଟେଡ ଆଲୁମିନିୟମ ବ୍ୟବସାୟର ସିଇଓ ଶ୍ରୀ ରାହୁଲ ଶର୍ମା କହିଥିଲେଯେ- ବିଶ୍ୱ ଜଳ ଦିବସରେ ଆମେ ନେଟ ୱାଟର ପଜିଟିଭ ହେବା ଓ ଯେଉଁଠାରେ ଆମେ କାର୍ଯ୍ୟ କରୁଛୁ ସେହି ଅଂଚଳରେ ଏକ ସ୍ଥାୟୀ ଜଳ ପଦଚିହ୍ନ ସୁନିଶ୍ଚିତ କରିବା ଲାଗି ଆମର ଅଭିଯାନକୁ ସୁପାରିଶ କରୁଛୁ । ଜଳ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଓ ଏହାକୁ ଆମ ଚାରିପାଶ୍ୱର ପରିବେଶରେ ସଂରକ୍ଷଣ ରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ଜଳର ବିବିଧତା ପାଇଁ ଏହାର ଉପଲବ୍ଧତା ବୃଦ୍ଧିକୁ ସୁନିଶ୍ଚିତ କରିବା ଆବଶ୍ୟକ ରହିଛି ।
ନୂଆ ଏସଟିପି ପ୍ରକଳ୍ପର ପ୍ରଭାବ ଉପରେ ସୂଚନା ଦେଇ ଶ୍ରୀ ଅଜୟ ପାଣ୍ଡେ ସିଓଓ- ଶକ୍ତି ବେଦାନ୍ତ ଲିଃ ଝାରସୁଗୁଡ଼ା କହିଛନ୍ତିଯେ ମୂଲ୍ୟବାନ ଜଳର ସଦୁପଯୋଗ ପାଇଁ ଆମର କାର୍ଯ୍ୟକୁ ଏକ ଲେଜର ଧ୍ୟାନ ରଖିଛି । ଉତ୍ସ ସଂରକ୍ଷଣ ଓ ଉତ୍ସ ନବୀକରଣ କାର୍ଯ୍ୟକ୍ରମର ଏକ ରଣନୀତିକ ମିଶ୍ରଣ ନିୟୋଜନ କରି ଆମେ ଜଳ ପାରିଚାଳନା ପ୍ରୟାସରେ ଉନ୍ନତି ଆଣିବାକୁ ସଫଳ ହୋଇଛୁ ।
ଜଳର ସ୍ଥିରତା ପାଇଁ କଂପାନିର ଏକ ସଂରଚନା ୪ ପ୍ରଣାଳୀ ରହିଛି ଯାହା-ଜଳ ବ୍ୟବହାର ଉପରେ ଦୃଷ୍ଟି ନିରୀକ୍ଷଣ:
• ଜଳ ବ୍ୟବହାର ଉପରେ ଦୃଢ ନିରୀକ୍ଷଣ
• ଜଳ ପରିଚାଳନା ଲାଗି ସବୁ ପ୍ରକଳ୍ପ ଉପରେ ନିଷ୍ପତି ଗ୍ରହଣ
• ଜଳ ଚାପର ଡିଗ୍ରୀ ଚିହ୍ନଟ କରିବା ଓ ମୂଲ୍ୟାଙ୍କନ କରିବା ସହ ପଦକ୍ଷେପ ଗ୍ରହଣ
• ନିର୍ଦ୍ଧାରିତ ପରିମାଣର ଜଳ ଉପଯୋଗ ସହ ମାପଦଣ୍ଡ ଉପରେ ଧ୍ୟାନ
• ଦକ୍ଷ ଓ ସ୍ୱୟଂଚାଳିତ ଜଳ ପରିଚାଳନା ଲାଗି ନିୟୋଜିତ ଇଂଟରନେଟ
ଅଫ ଥିଙ୍ଗସ ଓ ଅନ୍ୟାନ୍ୟ ଅଗ୍ରଣି ପ୍ରଯୁକ୍ତି ବିନିଯୋଗ
ସର୍ବାଧିକ ଜଳ ପୁନଃବ୍ୟବହାର ନିଶ୍ଚିତ କରିବା:
• ଶୂନ୍ୟ ନିଷ୍କାସନକୁ ନିଶ୍ଚିତ କରିବା ପାଇଁ ପଦକ୍ଷେପ
• ଫିଡବ୍ୟାକକୁ ଲୁପ ମାଧ୍ୟମରେ ସର୍ବାଧିକ ଜଳ ପୁନଃ ବ୍ୟବହାର ପାଇଁ ବ୍ୟବସ୍ଥା
• କୁଲିଂ ଟାୱାର ସିଷ୍ଟମରେ କାର୍ଯ୍ୟକ୍ଷମ ଉତ୍କର୍ଷତା ସର୍ବଭାରତୀୟ ସ୍ତରରେ ଏକ ଶ୍ରେଷ୍ଠ ଚକ୍ରର ଏକାଗ୍ରତା ସୃଷ୍ଟି କରିଛି
ଏକ ସକରାତ୍ମକ ଜଳ ପାଦଚିହ୍ନ ସୃଷ୍ଟି କରିବା:
• ବେଦାନ୍ତ ଆଲୁମିନିୟମ ନିଟ୍ ଜଳ ସକରାତ୍ମକ ହେବା ପାଇଁ ରୋଡମ୍ୟାପ୍ ସୃଷ୍ଟି ପାଇଁ ସ୍ଥିରତା ସମାଧାନରେ ବିଶ୍ୱସ୍ତରୀୟ ଟିୟୁଭି ଏସୟୁଭି ସହିତ ସହଭାଗିତା ।
• ବର୍ଷା ଜଳ ଅମଳ ଭିତିିଭୂମି ଏବଂ ଜରୁରୀକାଳୀନ ପରିସ୍ଥିତିରେ ଜଳ ସୋର୍ସିଂ ପାଇଁ ସୃଷ୍ଟି ହୋଇଥିବା ଜଳ ଜଳଭଣ୍ଡାର ।
ସ୍ଥାନୀୟ ସମ୍ପ୍ରଦାୟ ସହିତ କାର୍ଯ୍ୟ କରିବା:
• ବର୍ଷାଜଳ ଅମଳ ଭିତିଭୂମି ଓ ଜରୁରୀକାଳୀନ ପରିସ୍ଥିତିରେ ଜଳ ଉତ୍ସ ଲାଗି ୪୦ରୁ ଅଧିକ ଗୋଷ୍ଠୀରେ ଜଳାଶୟର ପୁନଃ ଉଦ୍ଧାର ଓ ନବୀକରଣ
• ବଦଳୁ ଥିବା ଜଳବାୟୁ-ସ୍ଥିର ଫସଲ ଉପରେ ଗୋଷ୍ଠୀକୁ ତାଲିମ ଦେବା ଏବଂ ଅନିୟମିତ ଜଳବାୟୁ ପରିସ୍ଥିତି ସାମ୍ନାରେ ଅମଳର ଉନ୍ନତି ପାଇଁ ଉନ୍ନତ ପଦ୍ଧତି ଗ୍ରହଣ କରିବା (ଧାନ ଚାଷରେ ଏସଆରଆଇ ପ୍ରଯୁକ୍ତିବିଦ୍ୟା ପରି) ।
• ସ୍ଥାନୀୟ କୃଷକଙ୍କ ଜଳ ସେଚନ ସମ୍ଭାବନାକୁ ବଢାଇବା ଲାଗି ଡ୍ରପ ଜଳସେଚନ, ଟ୍ରେଡଲ ପଂପ, ସୌରଚାଳିତ ଜଳ ପଂପ, ବର୍ଷାଜଳ ଅମଳ ସଂରଚନା ଇତ୍ୟାଦି ସାହାଯ୍ୟ କରିବ ।
• ଅନେଗୁଡ଼ିଏ ଗୋଷ୍ଠୀ ଜଳ ଭିତିଭୂମି କାର୍ଯ୍ୟ ଯଥା ଚେକ ଡ୍ୟାମ, ନଳକୂପ, ବୋର ୱେଲ, ଚାଷ ପୋଖରୀ, ପ୍ରିଲୋକେଶନ ଟ୍ୟାଙ୍କ ଇତ୍ୟାଦିର ନିର୍ମାଣ
• ସମନ୍ୱିତ ଜଳସେଚନ ଯୋଜନା ଦ୍ୱାରା ହଜାର ହଜାର ଚାଷୀ ଉପକୃତ ହେଉଛନ୍ତି ଓ ସେମାନଙ୍କ ଜୀବିକା ନିର୍ବାହ କରିପାରୁଛନ୍ତି ।