ବେଦାନ୍ତ ଆଲୁମିନିୟମ ଉତ୍କଳ ଦିବସ ଅବସରରେ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଉଛି

• ଶିକ୍ଷା, ସ୍ୱାସ୍ଥ୍ୟ ଯତ୍ନ, ଜୀବିକା, କ୍ରୀଡ଼ା, କଳା ଓ ସଂସ୍କୃତିର ବିକାଶରେ ୨.୫ ଲକ୍ଷରୁ ଅଧିକ ଲୋକମାନଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରୁଛି ।
• ପାରଂପାରିକ କଳାକୃତିକୁ ପ୍ରୋତ୍ସାହିତ କରିବାରେ ପଦକ୍ଷେପ ଗ୍ରହଣ କରିଛି ।
• ତୃଣମୂଳ ସ୍ତରରେ ତୀରନ୍ଦାଜକୁ ପ୍ରତିପୋଷଣ, ଓଡ଼ିଶାର ଦୂରବର୍ତି ଅଂଚଳରେ ବାସ କରୁଥିବା ତୀରନ୍ଦାଜୀଙ୍କ ବିକାଶ ।
• ବେଦାନ୍ତର ଉତ୍ପାଦନ ଉତ୍କର୍ଷ ଓଡ଼ିଶାକୁ ଆଲୁମିନିୟମ କ୍ୟାପିଟାଲ ଅଫ ଇଣ୍ଡିଆରେ ପରିଣତ କରୁଛି ।

ଭୁବନେଶ୍ୱର, ୧ଏପ୍ରିଲ,୨୦୨୩: ଉତ୍କଳ ଦିବସରେ ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ବିକାଶ ପାଇଁ ତାର ପ୍ରତିଶ୍ରୁତିକୁ ଦୋହରାଉଛି । ଧୋକ୍ରା ଓ ସଉରାର ନୂଆ ଓ ସମସାମୟିକ ଡିଜାଇନ ଉପସ୍ଥାପନ କରି କାରୀଗରଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆଣିଛି । ସେହିପରି ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଇତିହାସ ପ୍ରତି କଂପାନିର ଦୃଷ୍ଟିକୋଣ ଉଚ୍ଚକୋଟୀର ରହିଛି ।

ଧୋକ୍ରା ଓ ସଉରା ପାରଂପାରିକ କଳାକୃତି ହେଉଛି ଏକ ଜାତୀୟ ସଂପତି, ଯାହା ଭାରତର ସମୃଦ୍ଧତା ଓ ଏହାର ସାଂସ୍କୃତିକ ସତାକୁ ପ୍ରତିପାଦିତ କରେ । ଏହି ଦୁର୍ବଳ କଳାକୃତିକୁ ସମୃଦ୍ଧ ଓ ପୁନବିକଶିତ କରିବା ଲାଗି ବେଦାନ୍ତ କାରୀଗରମାନଙ୍କୁ ଆଧୁନିକ କୌଶଳ ମାଧ୍ୟମରେ ଅଧିକ ଲାଭଜନକ ଡିଜାଇନ ଉତ୍ପାଦନ ଲାଗି ତାଲିମ ଦେଉଛି ଓ ବିଭିନ୍ନ ପ୍ରଦର୍ଶନୀରେ ସେମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରି ଆସୁଛି ।

ପୁନଶ୍ଚ ଭୁବନେଶ୍ୱର ଭିତିକ ଦୋକାନରେ ଉତ୍ପାଦର ପ୍ରଦର୍ଶନରେ ଧୋକ୍ରା ଅଭ୍ୟାସ କରୁଥିବା କାରୀଗର ଉତ୍ପାଦକ ଗୋଷ୍ଠୀକୁ ଆର୍ଥିକ ସହାୟତା ଦେବାକୁ ଓଡ଼ିଶା ଗ୍ରାମୀଣ ବିକାଶ ଓ ମାର୍କେଟିଂ ସମିତି ସହିତ ସହଭାଗୀତା କରିଛି । କାରିଗରମାନଙ୍କୁ ମେକ ଇନ ଓଡ଼ିଶା କନକ୍ଲେଭ ସମେତ ବିଭିନ୍ନ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବାକୁ କଂପାନି ସହାୟତା କରୁଛି । କେବଳ ଆର୍ଥିକ ବର୍ଷ ୨୩ରେ କଳାକାରମାନେ ଟ.୭ ଲକ୍ଷ ମୂଲ୍ୟର କଳାକୃତି ଘଂଟା ବିକ୍ରୟ କରିଥିଲେ ଯାହା ଦ୍ୱାରା ସେମାନଙ୍କ ଘରର ଆୟ ୧୫% ବୃଦ୍ଧି ହୋଇଥିଲା ।

ସେହିଭଳି ତୃଣମୂଳ ସ୍ତରରେ ସ୍ଥାନୀୟ ଯୁବକମାନଙ୍କ ଅନ୍ତର୍ନିହିତ ଦକ୍ଷତାକୁ ପ୍ରତିପୋଷଣ କରିବା ଲାଗି କଂପାନି ଲାଂଜିଗଡ଼ରେ ଏକ ତୀରନ୍ଦାଜ ତାଲିମ କାର୍ଯ୍ୟ ପରିଚାଳନା କରୁଛି । ସେମାନଙ୍କୁ ବୃତିଗତ ତାଲିମ, ୟୁନିଫର୍ମ ଓ ଟୁର୍ଣ୍ଣାମେଂଟରେ ଭାଗନେବା ପାଇଁ ବ୍ୟାପକ ସହାୟତା କରୁଛି । ବର୍ତମାନ ୪୦ ଜଣ ତୀରନ୍ଦାଜୀଙ୍କୁ ତାଲିମ ଦିଆଯାଉଛି । ଏହି ଛାତ୍ରମାନେ ୨୩ ମସିହାରେ ୩୪ଟି ପଦକ ହାସଲ କରିଛନ୍ତି ଯେଉଁଥିରେ ୧୧ ଟି ସ୍ୱର୍ଣ୍ଣ, ୯ଟି ରୋପ୍ୟ ଓ ୧୪ ଟି ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଉତ୍କଳ ଦିବସ ଅବସରରେ ଓଡ଼ିଶା ବାସୀଙ୍କୁ ଶୁଭେଛା ଜଣାଇ ରାହୁଲ ଶର୍ମା, ସିଇଓ- ଆଲୁମିନା ବ୍ୟବସାୟ ବେଦାନ୍ତ ଲିଃ କହିଥିଲେଯେ ଓଡ଼ିଶା ସରକାରଙ୍କ ୫ଟି ଫ୍ରେମୱାର୍କକୁ ସାରା ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବାରୁ ଲୋକମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହୋଇଛି । ଓଡ଼ିଶାର ଅଗ୍ରଗତିରେ ବେଦାନ୍ତ ଆଲୁମିନିୟମ ଅଂଶୀଦାର ହୋଇଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଛି ଓ ଆମେ ଗନ୍ତବ୍ୟ ସ୍ଥଳରେ ପହଁଚିବାକୁ ସଂକଳ୍ପବଦ୍ଧ ରହିଛୁ । ଦେଶ ତଥା ରାଜ୍ୟକୁ ଆତ୍ମ ନିର୍ଭରଶୀଳ କରିବା ଆମର ଉଦ୍ଦେଶ୍ୟ ବୋଲି ସେ କହିଥିଲେ ।

ଓଡ଼ିଶା ବିଶ୍ୱର ଯେକୌଣସି ସ୍ଥାନରେ ବେଦାନ୍ତର ଏକକ ପୁଞ୍ଜିନିବେଶକୁ ପ୍ରତିନିଧିତ୍ୱ କରେ କାରଣ ଲାଂଜିଗଡ଼ଠାରେ ବାର୍ଷିକ ୨ ମିଲିୟନ ଟନ ଆଲୁମିନା ରିଫାଇନାରୀ ଓ ୧.୮ ଏମଟିପିଏ କ୍ଷମତା ସହିତ ବିଶ୍ୱର ବୃହତ ଆଲୁମିନିୟମ ସ୍ମେଲଟର ରହିଛି । ରାଜ୍ୟ ଘରୋଇ ଉତ୍ପାଦ ପାଇଁ ଏହାର ୪% ଯୋଗଦାନ ରହିଛି ।

ଏହାର ଲକ୍ଷ୍ୟ ରହିଛି:
• ଅତ୍ୟାଧୁନିକ ପ୍ଲାଂଟ ଓ ଭିତିଭୂମି ସୃଷ୍ଟିକରି ଓଡ଼ିଶାକୁ ଆଲୁମିନିୟମ ରାଜଧାନୀ ଭାରତ କରିବା ।
• ୫ ଲକ୍ଷରୁ ଅଧିକ ଜୀବିକା ସୃଷ୍ଟି ।
• ଦୁର୍ଗମ ଅଂଚଳରେ ଶହ ଶହ ଏମଏସଏମଇ ସୃଷ୍ଟି ।
• ୨୦୦୩-୨୦୧୫ ଅବଧିରେ କଳାହାଣ୍ଡିରେ ୧%ରୁ ୧୬% ଓ ଝାରସୁଗୁଡ଼ାରେ ୧୫%ରୁ ଅଧିକ ଜିଡିପି ଅଭିବୃଦ୍ଧି କରିଛି ।
• ପ୍ରାୟ ୨୦ ବିଲିୟନ ୟୁନିଟ୍ ବିଦ୍ୟୁତ୍ ଯୋଗାଣ କରି ଓଡିଶାରେ ବିଦ୍ୟୁତ୍ କାଟ ହ୍ରାସ ପାଇଥିଲା ଯେଉଁ ସମୟରେ ରାଜ୍ୟରେ ବିଦ୍ୟୁତ୍ ଅଭାବ ଦେଖାଦେଇଥିଲା ।
• ‘ରେଷ୍ଟୋରା’ – ଭାରତର ପ୍ରଥମ ସବୁଜ ଆଲୁମିନିୟମ ସମେତ ଆଲୁମିନିୟମର ବୃହତମ ଉତ୍ପାଦ ପରିସର ମଧ୍ୟରୁ ଗୋଟିଏ ଉତ୍ପାଦନ କରି ଭାରତର ଉତ୍ପାଦନ ଦୃଶ୍ୟର କେନ୍ଦ୍ରରେ ଓଡ଼ିଶା ସ୍ଥାନିତ ହୋଇଛି ।

• ଝାରସୁଗୁଡ଼ାରେ ଏହାର ଆଲୁମିନିୟମ ସ୍ମେଲଟରରୁ ୫୦ରୁ ଅଧିକ ଦେଶକୁ ଯୋଗାଇ ଓଡ଼ିଶାକୁ ଆନ୍ତର୍ଜାତୀୟ ବାଣିଜ୍ୟ ନେଟୱର୍କ ସହ ଯୋଡିଛି ।

ଘରୋଇ ଆଲୁମିନିୟମ ଶିଳ୍ପର ପୂର୍ଣ୍ଣ ସମ୍ଭାବନା ଦ୍ୱାରକୁ ଖୋଲିବା ଦ୍ୱାରା ଓଡ଼ିଶା ଏହାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ସ୍ୱତନ୍ତ୍ର ଭାବେ ସକ୍ଷମ ହୋଇଛି । ବେଦାନ୍ତ ଏକ ଆଲୁମିନିୟମ ପାର୍କ ଘୋଷଣା କରିଛି ଯାହା ଦ୍ୱାରା ଓଡ଼ିଶାରେ ଆଲୁମିନିୟମ ଭିତିକ ଶିଳ୍ପ ସୃଷ୍ଟି ହେବ । କେବଳ ଏତିକି ନୁହେଁ କ୍ରୀଡ଼ା, ସଂସ୍କୃତି, ସ୍ୱାସ୍ଥ୍ୟ ଓ ଦକ୍ଷତା ବିକାଶ ପାଇଁ କଂପାନି ସର୍ବବିଧ ପ୍ରୟାସ କରି ଆସୁଛି । ଝାରସୁଗୁଡ଼ା, କଳାହାଣ୍ଡି, ରାୟଗଡ଼ା ଓ ନିକଟବର୍ତି ଜିଳ୍ଲାରେ ୧୩୦ରୁ ଅଧିକ ଗାଁରେ ପ୍ରାୟ ୨.୫ ଲକ୍ଷ ଲୋକଙ୍କୁ ଉପକୃତ ହୋଇପାରୁଛନ୍ତି । ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବେଦାନ୍ତ ପ୍ରତିଶ୍ରୁତି ଦେଇଛି ।

Leave a Reply

Your email address will not be published. Required fields are marked *