ବେଦାନ୍ତ ଆଲୁମିନିୟମ ବିଶ୍ୱ ଐତିହ୍ୟ ଦିବସରେ ସ୍ଥାନୀୟ ହସ୍ତଶିଳ୍ପର ବିକାଶ ଲାଗି ଅନଲାଇନ ଗ୍ୟାଲେରୀ ଆରମ୍ଭ କରିଛି

ଏଥିରେ ଢୋକ୍ରା ହସ୍ତଶିଳ୍ପ ଓ ସଉରା କଳାକୁ ସ୍ଥାନୀୟ କାରିଗରମାନଙ୍କ କଳାକୃତିକୁ ସ୍ଥାନ ଦିଆଯାଇଛି
ଭୁବନେଶ୍ୱର, ୧୯ ଏପ୍ରିଲ ୨୦୨୩: ବିଶ୍ୱ ଐତିହ୍ୟ ଦିବସରେ ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ନିଜର କାର୍ଯ୍ୟ କ୍ଷେତ୍ରରେ ଗୋଷ୍ଠୀର କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ନିଜ ୱେବସାଇଟରେ ଏକ ଅନ ଲାଇନ ଗ୍ୟାଲେରୀ ଆରମ୍ଭ କରିଛି । ଏହା ମାଧ୍ୟମରେ ବେଦାନ୍ତ ଦେଶର ସମୃଦ୍ଧ ସଂସ୍କୃତିକୁ ପ୍ରସାର କରିବ । ସ୍ଥାନୀୟ କାରୀଗରମାନଙ୍କୁ ଏହି ଗ୍ୟାଲେରୀ ବିଶେଷ ସହାୟତା ଯୋଗାଇବା ସାଙ୍ଗକୁ ସେମାନଙ୍କ କଳାକୃତିକୁ ପ୍ରଦର୍ଶନ ଓ ଅନଲାଇନ ଜରିଆରେ ବିକ୍ରି ପାଇଁ ସୁଯୋଗ ଦେବ । ଏଠାରେ ଦିଆଯାଇଥିବା ଲିଙ୍କ ମାଧ୍ୟମରେ ଏହାକୁ ଆକସେସ କରିହେବ- https://vedantaaluminium.com/sustainability/social-impact/promoting-art-culture/
ଡୋକ୍ରା ହେଉଛି ଏକ ସୂକ୍ଷ୍ମ ଧାତୁ କଳା ଯାହା ସିନ୍ଧୁ ଉପତ୍ୟକା ସଭ୍ୟତାର ନିଦର୍ଶନ ଓ ପ୍ରାୟ ୫୦୦୦ ବର୍ଷ ପୂର୍ବେ ଏହି କଳା ଭାରତର ପ୍ରାଚୀନ ଶିଳ୍ପର ନିଦର୍ଶନ ଅଟେ । ଏହା କାଙ୍କେରୀ ଗ୍ରାମରେ (କଳାହାଣ୍ଡି ଜିଲ୍ଲା, ଓଡ଼ିଶା)ରେ ଜୀବିତ । ଏଠାକାର ବହୁ କାରିଗର ସେମାନଙ୍କ କଳା ଶିଳ୍ପର ପ୍ରକୃତ ପ୍ରେତ୍ସାହନ ନପାଇ କାମ ଧନ୍ଦା ଅନ୍ୱେଷଣରେ ବାହାରକୁ ଚାଲି ଯାଉଥିଲେ । ଏଠାରେ ଏହି ଶିଳ୍ପକୁ ପୁର୍ନଜୀବିତ କରିବା ଲାଗି ବେଦାନ୍ତ ଆଲୁମିନିୟମ ପାରଂପାରିକ ଶୈଳୀ ବ୍ୟବହାର କରି ସମ ସାମୟିକ ଡିଜାଇନ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା । ବର୍ତମାନ କାରିଗରମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଓ ସହାୟତା ଦେଇ ସେମାନଙ୍କ ପାଇଁ କଳା ସାମଗ୍ରୀର ବଜାର ଲିଙ୍କେଜ ସୃଷ୍ଟି କରିଛି ।
ଏହିପରି ବେଦାନ୍ତ ଆଲୁମିନିୟମ ମଧ୍ୟ ଓଡ଼ିଶାର ସଉରା ଲୋକମାନଙ୍କ ଆଦିବାସୀ କଳାକୃତିର ପ୍ରସାର ପାଇଁ ମାର୍ଗ ଦର୍ଶନ ଓ ସହାୟତା କରୁଛି । ପ୍ରଥମରୁ ଏହି ସବୁ ଶିଳ୍ପୀମାନେ ପ୍ରାକୃତିକ ଉପାଦାନରୁ କଳା ଶିଳ୍ପ ପ୍ରସ୍ତୁତ କରୁଥିଲେ ସେମାନ ପ୍ରକୃତିର ଉପାଦାନ, ଦେବତା ଓ ପୂର୍ବପୁରୁଷମାନଙ୍କୁ କଳା ମାଧ୍ୟମରେ ଚିତ୍ରିତ କରୁଥିଲେ । ଏହି ପ୍ରାଚୀନ କଳା ରୂପକୁ ବଂଚାଇ ରଖିବା ଲାଗି ବେଦାନ୍ତ ସ୍ଥାନୀୟ କଳାକାରମାନଙ୍କ ଦକ୍ଷତା ବୃଦ୍ଧି,ପାରିଶ୍ରମିକ , ବଜାର ଚାହିଦା ପାଇଁ କାର୍ଯ୍ୟ କରୁଛି । ସ୍କୁଲ ଛାତ୍ର ଛାତ୍ରୀମାନଙ୍କ ପାଇଁ ସଉରା କଳା ଉପରେ ପାଠ୍ୟକ୍ରମ ପ୍ରଦାନ କରାଯାଉଛି ।
ଓଡ଼ିଶା ଗ୍ରାମୀଣ ବିକାଶ ଓ ମାର୍କେଟିଂ ସୋସାଇଟି (ଓରମାସ) ମାଧ୍ୟମରେ ସରକାରଙ୍କ ସହ କାର୍ଯ୍ୟ କରି ବେଦାନ୍ତ ଆଲୁମିନିୟମ ଢୋକ୍ରା ଓ ସଉରା କଳାକାରମାନଙ୍କୁ ସରକାରୀ ପ୍ରାୟୋଜିତ ଗ୍ୟାଲେରୀ ଓ ପ୍ରଦର୍ଶନୀରେ ସେମାନଙ୍କ ଉତ୍ପାଦର ପ୍ରଦର୍ଶନୀ କରୁଛି । ସରକାରୀ ସହାୟତାକୁ କଳାକାରମାନଙ୍କୁ ଯୋଗାଇ ଦିଆଯାଉଛି ।
ସେହିଭଳି ଛତିଶଗଡ଼ରେ ବେଦାନ୍ତ ଆଲୁମିନିୟମ ଗ୍ରାମୀଣ ମହିିଳାମାନଙ୍କ ମଧ୍ୟରେ ଥିବା ମୂର୍ତିକଳା କାରୀଗରଙ୍କୁ ସହାୟତା ଯୋଗାଉଛି । ଏଠାରେ ହସ୍ତଶିଳ୍ପ କଳାକୃତିଗୁଡ଼ିକ ମଧ୍ୟରେ ଥିବା ଭାବପ୍ରବଣତା ଓ ଜନଜାତିର ଝଲକ, ପରଂପରା ଓ ସାଂସ୍କତିକ ଐତିହ୍ୟର ଝଲକ ଦେଖିବାକୁ ମିଳିଥାଏ । ଏଥିପାଇଁ କାରୀଗରମାନଙ୍କୁ କଂପାନି ଦ୍ୱାରା ବିଭିନ୍ନ ତାଲିମ ସହାୟତା ଜାରୀ ରହିଛି ।
ବିଶ୍ୱ ଐତିହ୍ୟ ଦିବସ ଅବସରରେ ଶ୍ରୀ ରାହୁଲ ଶର୍ମା, ସିଇଓ-ଆଲୁମିନିୟମ ବିଜିନେସ, ବେଦାନ୍ତ ଲିଃ କହିଛନ୍ତିଯେ ଢୋକ୍ରା ଓ ସଉରା ପରି ସମୃଦ୍ଧ କଳାକୃତି ଆମ ଜାତିର ଐତିହ୍ୟର ପ୍ରମାଣ । ଆମେ ଏକ ଇକୋ ସିଷ୍ଟମ ଜରିଆରେ ସେମାନଙ୍କୁ ପ୍ରୋତ୍ସାହିତ କରି ଆସୁଛୁ । ବିଶ୍ୱ ଐତିହ୍ୟ ଦିବସରେ ଆମେ ନିଜର ଗୋଷ୍ଠୀର କାରୀଗରମାନଙ୍କୁ ଅଧିକ ଦକ୍ଷ ଓ ପ୍ର୍ରଶିକ୍ଷିତ କରାଇ ଜାତୀୟ ତଥା ଆର୍ନ୍ତଜାତୀୟ ସ୍ତରରେ ସେମାନଙ୍କ ପ୍ରତିଭାକୁ ବିକାଶ କରିବାକୁ ଲକ୍ଷ୍ୟ ରଖିଛୁ ।