ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିର୍ମାଣ ଉଦ୍ୟୋଗ ପ୍ରତି ମହିଳାମାନଙ୍କୁ ଆକର୍ଷିତ କରିବା ଲାଗି ଅଗମେଂଟେଡ ରିୟଲିଟି- ନେତୃତ୍ୱ ଅଭିଯାନର ଶୁଭାରମ୍ଭ

ଏହି ଅଭିଯାନ ମାଧ୍ୟମରେ ବିଷୟ: ଲିଙ୍ଗଗତ ସମାନତା:ଅଭିନବତା ଓ ବୈଷୟିକୀକୁ ଗୁରୁତ୍ୱ ଦେଉଛି
ଭୁବନେଶ୍ୱର, ୧୦ ମାର୍ଚ୍ଚ ୨୦୨୩: ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ଅବସରରେ ଆଲୁମିନିୟମର ବୃହତ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଇନଷ୍ଟାଗ୍ରାମରେ ସର୍ଟିଂ ହାର୍ଡ ହାଟ ନାମକ ଏକ ଅଗମେଂଟ ରିୟଲିଟି ଲିଡ ଅଭିଯାନ ଆରମ୍ଭ କରିଛି । ଉତ୍ପାଦନ ଉଦ୍ୟୋଗରେ ମହିଳା ବୃତିଧାରୀଙ୍କୁ ଉତ୍ସାହିତ କରିବା ଲାଗି ଧ୍ୟାନ ଦେଇ ଏହି କାର୍ଯ୍ୟରେ ଲିଙ୍ଗଗତ ସମାନତା ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ବର୍ତମାନ ଧାତୁ ଓ ଭାରୀ ଇଂଜିନିୟରିଂ କ୍ଷେତ୍ରରେ ପୁରୁଷ-ମହିଳା ନିଯୁକ୍ତି ମଧ୍ୟରେ ପାର୍ଥକ୍ୟ ଦେଖାଦେଇଛି । ଏହି ଅଭିଯାନରେ ବେଦାନ୍ତର ଆଭିମୁଖ୍ୟ ଏହି ତାରତମ୍ୟକୁ ଦୂର କରିବା ପାଇଁ ପ୍ରୟାସ କରୁଛି । ଏହାକୁ ଦେଖିବା ପାଇଁ https://www.instagram.com/ar/753106539761391 ସହାୟତା ନିଆଯାଇ ପାରିବ ।
ଆନ୍ତର୍ଜାତୀୟ ମହିଳା ଦିବସରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା ଯେଉଁଥିରେ ମହିଳା ବୃତିଜୀବୀ ତଥା ଛାତ୍ରମାନଙ୍କୁ ଉତ୍ପାଦନ ଉଦ୍ୟୋଗରେ ଏକ ବୃତିଗତ ବିଷୟ ଉପରେ ବିଚାର କରିବାକୁ ଅନୁରୋଧ କରାଯାଇଥିଲା । ଏହି ଅଭିଯାନ ପ୍ରକୃତରେ ଚଳିତ ବର୍ଷର ମହିଳା ଦିବସ ଥିମ: ଡିଜିଟାଲ: ଇନେଭେସନ ଆଣ୍ଡ ଟେକ୍ନୋଲୋଜି ଫର ଜେଣ୍ଡର ଇକ୍ୟୁଟିକୁ ସ୍ଥାନିତ କରିଛି ।
ଉତ୍ପାଦନ, ଭାରୀ ଇଂଜିନିୟରିଂ ଓ ଧାତୁ ଶିଳ୍ପଗୁଡ଼ିକ ଭାରତର ମେରୁଦଣ୍ଡ ହେବ ଓ ବିଶ୍ୱର ଉତ୍ପାଦନ ହବ ହେବାକୁ ଭାରତ ଆଶା ପୋଷଣ କରେ । ଏଥିରେ ସବୁଜ ଉତ୍ପାଦନ ଓ ସେବା ସୁଯୋଗ ସୃଷ୍ଟି ସହିତ ଏହି କ୍ଷେତ୍ର ସମସ୍ତଙ୍କ ପାଇଁ ଆକର୍ଷଣୀୟ ହେବ । ଏହି ଶିଳ୍ପରେ ଅପାର କ୍ୟାରିୟର ସୁଯୋଗ ସାଙ୍ଗକୁ ଉନ୍ନତ ସ୍ୱୟଂଚାଳିତ, ସ୍ମାର୍ଟ ଉତ୍ପାଦନ,ରୋବୋଟିକ୍ସ ଓ ଅନ୍ୟାନ୍ୟ ବ୍ୟାପକ ନିଯୋଜନ ସୁଯୋଗ ସୃଷ୍ଟି ହେବ ।
ଏହି ଅଭିଯାନ ସଂପର୍କରେ ବେଦାନ୍ତ ଲିମିଟେଡ ଆଲୁମିନିୟମ ବ୍ୟବସାୟର ସିଇଓ ଶ୍ରୀ ରାହୁଲ ଶର୍ମା କହିଛନ୍ତିଯେ- ଆଗାମୀ ଦଶନ୍ଧି ଧାତୁ-ଉପରେ ବିଶେଷ ନିର୍ଭର କରିବ, ଏଥିରେ ମାନବ ପୁଞ୍ଜିର ସର୍ବୋତମ ଉପଯୋଗ ଲାଗି ଧାତୁ ଓ ଖଣି ଶିଳ୍ପ ଆବଶ୍ୟକ ହେବ, ଏକ ଉତମ ଆସନ୍ତାକାଲି ପାଇଁ ଅଭିନବ ଉତ୍ପାଦ, ଚୁଡ଼ାନ୍ତ ସ୍ତରୀୟ ପ୍ରୟୋଗ ଓ ସ୍ଥାୟୀ ସମାଧାନ ପନ୍ଥା ଆବଶ୍ୟକ ରହିଛି । ଭାରତ ବିଶ୍ୱ ପାଇଁ ଏକ ମୂଲ୍ୟଯୁକ୍ତ ହବ ଭାବେ ଉଭା ହେବା ସହ ଉତ୍ପାଦନ କ୍ଷେତ୍ରରେ ମହିଳା ବୃତିଧାରୀଙ୍କ ଲାଗି ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ବିଶ୍ୱର ଅନ୍ୟତମ ବୃହତମ ଆଲୁମିନିୟମ ଉତ୍ପାଦନକାରୀଙ୍କ ସହ ହାର୍ଡ଼ ହ୍ୟାଟରେ କ୍ୟାରିୟର କଳ୍ପନା କରିବାରେ ସାହାଯ୍ୟ କରିବା ।
ବେଦାନ୍ତ ଆଲୁମିନିୟମରେ ମହିଳା ବୃତିଜୀବୀଙ୍କ ପାରମ୍ପରିକ ଭାବରେ ପୁରୁଷ ପ୍ରାଧାନ୍ୟ କ୍ଷେତ୍ରଗୁଡ଼ିକରେ ଉନ୍ନତି କରୁଛନ୍ତି ଯେପରିକି ଧାତୁ ଉତ୍ପାଦନ, ଲଜିଷ୍ଟିକ, ସିଭିଲ ୱାର୍କ ଓ ରେଳ ଭିତିଭୂମିଠାରୁ ଆରମ୍ଭ କରି ଅର୍ଥ, ସୁରକ୍ଷା ଓ ଦ୍ରବ୍ୟ କ୍ରୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି । କଂପାନିରେ ପ୍ରବେଶ ପାଇଁ https://vedantaaluminium.com/careers/current-openings/ କୁ ଦେଖାଯାଇ ପାରିବ ।
ଆରମ୍ଭରୁ ବେଦାନ୍ତ ଆଲୁମିନିୟମ ଧାତୁ ଓ ଖଣି ଉଦ୍ୟୋଗରେ ପ୍ରଚଳିତ ଲିଙ୍ଗଗତ ବ୍ୟବଧାନକୁ ସମାଧାନ କରି ଆସିଛି । ଯେପରିକି –
ଚା ଏହାର ସମସ୍ତ ଭୂମିକା ଲିଙ୍ଗ ନିର୍ବିଶେଷରେ ପରିଚାଳିତ ଓଭରହେଡ କ୍ରେନ ପରିଚାଳନାଠାରୁ ଆରମ୍ଭ କରି ସ୍ମେଲଟର ଅପରେସନ ଓ ରକ୍ଷଣାବେକ୍ଷଣ, ଅଗ୍ନି ନିର୍ବାପନ, ସୁରକ୍ଷା ଇତ୍ୟାଦି କାର୍ଯ୍ୟ ।
ଚା ମହିଳାମାନେ, ସମସ୍ତ କର୍ମଚାରୀଙ୍କ ପରି, ସେମାନଙ୍କର ମନୋଭାବ ଏବଂ ଶିଖିବାକୁ ଇଚ୍ଛା, ଶିକ୍ଷାଗତ ଏବଂ ବୈଷୟିକ ଯୋଗ୍ୟତା ପାଇଁ ନିଯୁକ୍ତ ।
ଚା କଂପାନି ମହିଳାମାନଙ୍କୁ ଉପଯୁକ୍ତ ତାଲିମ ଦେଇ ସେମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ କରିବା ଲାଗି ସମର୍ଥନ କରେ ।
ଚା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚାକିରିର ବିଷୟବସ୍ତୁ ସମୃଦ୍ଧ ଓ ଅର୍ଥପୂର୍ଣ୍ଣ ଯାହା ନିଶ୍ଚିତ କରିଥାଏ ଯେ ଏହା ସେମାନଙ୍କ ଜୀବନ ସମୃଦ୍ଧ ହେବ ।
ଚା ବ୍ୟବସାୟ ଏକ ଇନଫ୍ଲେକ୍ସନ୍ ପଂଏଟରେ ଅଛି ଯାହା ସୀମାହୀନ ନବସୃଜନ ଏବଂ କାର୍ଯ୍ୟର ନୂତନ ଉପାୟ ପାଇଁ ସୁଯୋଗ ପ୍ରଦାନ କରିଥାଏ, ଯାହା ଅଦୃଶ୍ୟ ଶିକ୍ଷଣ ପାଇଁ ଅନୁମତି ଦେଇଥାଏ ଏବଂ ବିଶ୍ୱର ସର୍ବୋତମ ଅଭ୍ୟାସଗୁଡ଼ିକର ଦୃଶ୍ୟକୁ ଅନୁମତି ଦେଇଥାଏ ।
ଚା ଏବଂ ଶେଷରେ, କମ୍ପାନୀ ଦୁନିଆରେ ସର୍ବଶ୍ରେଷ୍ଠ ଏବଂ ଏପରିକି ଉଦୀୟମାନ ପ୍ରଯୁକ୍ତିବିଦ୍ୟାକୁ ବ୍ୟାପକ ଭାବରେ ନିୟୋଜିତ କରିଛି, ଯାହା କମ୍ପାନୀରେ କାର୍ଯ୍ୟ କରୁଥିବା ସମସ୍ତଙ୍କ ପାଇଁ କ୍ଷେତ୍ରକୁ ସମତଳ କରିଥାଏ ।
ଏହା ସମସ୍ତ ଲିଙ୍ଗଗତ ବୈଷମ୍ୟତାକୁ ଦୂର କରି ଏଲଜିବିଟିକ୍ୟୁଆଇଏ ପ୍ଲସ ଗୋଷ୍ଠୀ ସଦସ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରତିଭା ଅଧିଗ୍ରହଣ କାର୍ଯ୍ୟ ଜାରି ରଖିଛି । ଗତ ବର୍ଷଠାରୁ ୧୪ ଟ୍ରାନସଜେଣ୍ଡର ମହିଳାଙ୍କୁ ନଯୁକ୍ତି ଦେଇଛି ଓ ସେମାନେ ଝାରସୁଗୁଡ଼ା, ଓଡ଼ିଶା ଓ ବାଲକୋ ଛତିଶଗଡ଼ରେ ନିଯୁକ୍ତି ପାଇଛନ୍ତି ।