ବେଦାନ୍ତ ଆଲୁମିନିୟମ ଉନ୍ନତ ଏଲଏମଭି ଓ ଏଚଏମଭି ସିମୁଲେସନ ତାଲିମ କେନ୍ଦ୍ରର ଶୁଭାରମ୍ଭ କରିଛି

ଝାରସୁଗୁଡ଼ା,ପ୍ରବାହ ନ୍ୟୁଜ୍‌ : ଭାରତର ଅଗ୍ରଣୀ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଲିମିଟେଡ ଏହାର ମେଗା ଆଲୁମିନିୟମ କାରଖାନା ଝାରସୁଗୁଡ଼ାରେ କାର୍ଯ୍ୟରତ ଡ୍ରାଇଭରଙ୍କ ମଧ୍ୟରେ ସଡ଼କ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଓ ଡ୍ରାଇଭରଙ୍କ ପାଇଁ ଉଭୟ ଭାରି ଯାନ ଓ ହାଲୁକା ଗାଡ଼ି ଚାଳନା ଦକ୍ଷତା ତାଲିମ କେନ୍ଦ୍ର ଆରମ୍ଭ କରିଛି। ଏହି ସୁବିଧା କାର୍ଯ୍ୟକାରୀ ନିରାପତା, ଦକ୍ଷତା ବିକାଶ ଓ ପରିବହନ କ୍ଷେତ୍ରରେ ସର୍ବୋଚ୍ଚ ମାନ ବଜାୟ ରଖିବାରେ କମ୍ପାନିର ପ୍ରତିବଦ୍ଧତାକୁ ଦର୍ଶାଏ।

ଏହି ନୂଆ ତାଲିମ କେନ୍ଦ୍ର ଉଭୟ ହାଲୁକା ଓ ଭାରୀ ମୋଟରଯାନ ଚାଳନାକୁ ସୁଗମ କରି ଅତ୍ୟାବଶ୍ୟକ ଡ୍ରାଇଭିଂ ଦକ୍ଷତା ବିକାଶ ଓ ସଡ଼କ ନିରାପତା ଉପରେ ସାମଗ୍ରିକ ଜ୍ଞାନ ପ୍ରଦାନ କରିବ। ଏକ ନିୟନ୍ତ୍ରିତ ପରିବେଶରେ ହ୍ୟାଣ୍ଡ ଅନ ପ୍ରାକ୍ଟିସ ତାଲିମକୁ ସୁଗମ କରି ଏହି କେନ୍ଦ୍ର ଉଭୟ ହାଲୁକା ଓ ଭାରି ମୋଟରଯାନ ଚାଳନା ଉପରେ ଉପଯୁକ୍ତ ତାଲିମ ଦେବା ଲାଗି ପରିକଳ୍ପନା କରାଯାଇଛି।

ଏହି ପ୍ରକଳ୍ପ ଉପରେ ମତ ଦେଇ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମରେ ଆମର ଶ୍ରମିକ ସୁରକ୍ଷାକୁ ଆମେ ପ୍ରାଥମିକତା ଦେଇଥାଉ। ଏହି ରଣନୀତିକ କାର୍ଯ୍ୟକ୍ରମ ନିରାପତା ପ୍ରତି ଆମର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ବେଦାନ୍ତ ଆଲୁମିନିୟମ ଏହାର ସୁରକ୍ଷା ସଂସ୍କୃତିକୁ ସୁଦୃଢ କରିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛି ଯାହା ମଧ୍ୟରେ:
ଚା ସଂକଳ୍ପ, କର୍ମଚାରୀ ଓ ବ୍ୟବସାୟୀଙ୍କ ନିରାପତା ଲାଗି ଏକ ସୁରକ୍ଷା ସଂସ୍କୃତି, ଏହା ସବୁ ସାଇଟରେ କାର୍ଯ୍ୟକାରୀ ହେଉଛି।
ଚା ଏହା ନରାପତା କୈନ୍ଦ୍ରିକ ଅଗମେଂଟେଡ ଓ ଭାର୍ଚୁଆଲ ରିୟଲିଟି ତାଲିମ କେନ୍ଦ୍ର ପରିଚାଳନା କରି ସୁରକ୍ଷା ତାଲିମକୁ ସୁଦୃଢ କରୁଛି ଓ ସପ ଫ୍ଲୋର କର୍ମଚାରୀଙ୍କ ଲାଗି ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରୁଛି।
ଚା ବ୍ୟାପକ ଡିଜିଟାଲାଇଜେସନ ଦ୍ୱାରା ପରିଚାଳନା ଓ ପ୍ର୍ରକ୍ରିୟା କାର୍ଯ୍ୟରେ ମାନବ ଦ୍ୱାରା କରାଯାଉଥିବା ବିନିର୍ମାଣ କାର୍ଯ୍ୟକୁ କମ୍ କରାଯାଇ ପାରୁଛି ଓ ଗୁରୁତ୍ୱପୂର୍ଣ୍ଣ ପ୍ଲାଂଟ କାର୍ଯ୍ୟକୁ ୩୬୦ ଡିଗ୍ରୀରେ ଅନୁଧ୍ୟାନ ସହ ନିଷ୍ପତି ନିର୍ଦ୍ଧାରଣ କ୍ଷେତ୍ରକୁ ସଠିକ କରାଯାଇପାରୁଛି।
ଚା ଭିଡିଓ ବିଶ୍ଳେଷଣ ଦ୍ୱାରା ଅଗ୍ନିକାଣ୍ଡର ତୁରନ୍ତ ନିରୂପଣ କରାଯାଇ ପାରୁଛି। ନିରାପତା ମାନକର ତତ୍ୱାବଧାନ ସହ ପ୍ଲାଂଟର ନିରାପତାକୁ ନିଶ୍ଚିତ କରାଯାଉଛି।
ଚା ଅଗ୍ନିବାହିନୀ ଗଠନ କରାଯାଇ ଜରୁରୀକାଳୀନ ପରିସ୍ଥିତି ସମୟରେ ସେମାନଙ୍କୁ ସଜାଗ ରଖାଯାଉଛି ଓ ସ୍ଥାନୀୟ ପ୍ରଶାସନ ତଥା ଗୋଷ୍ଠୀ ସହଯୋଗରେ କ୍ଷେତ୍ର ନିରାପତା ବଜାୟ ରଖାଯାଉଛି।
ଚା ନିରାପତା ଷ୍ଟାଣ୍ଡ ଡାଉନ ଏକ କାର୍ଯ୍ୟକ୍ରମ ଜରୀଆରେ ନେତୃତ୍ୱ ନେଉଥିବା ଟିମ ନିୟମିତ କର୍ମଚାରୀ ଓ ବ୍ୟବସାୟୀ ସହଭାଗୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସ୍ୱାସ୍ଥ୍ୟ, ନିରାପତା ଓ ପରିବେଶ ଉପରେ ସୁରକ୍ଷା ବଜାୟ ରଖୁଛନ୍ତି।
ଚା ନିୟମିତ ମକ ଡ୍ରିଲ ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମମାନ ଏନଡିଆରଏଫ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷଙ୍କ ତତ୍ୱାବଧାନରେ ବିଭିନ୍ନ ଅଧିବେଶନ ଆୟୋଜିତ ହେଉଛି।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି। ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।

Leave a Reply

Your email address will not be published. Required fields are marked *