ବେଦାନ୍ତ ଆଲୁମିନିୟମ ପ୍ରଗତି ପାଇଁ ବିଭିନ୍ନ ଉପାୟରେ ଯୁବକମାନଙ୍କୁ ସଶକ୍ତ କରିବା ଲାଗି ପ୍ରତିଶ୍ରୁତିବଦ୍ଧ

ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଯୁବକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସକ୍ଷମ କରିବାକୁ ପ୍ରୟାସ କରୁଛି


ଭୁବନେଶ୍ୱର, ୧୨ ଜାନୁଆରୀ ୨୪ : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଜାତୀୟ ଯୁବ ଦିବସରେ ଯୁବକମାନଙ୍କ ଉନ୍‌ନତି ଲାଗି ବିଭିନ୍ନ ଉପାୟରେ ସେମାନଙ୍କୁ ସକ୍ଷମ କରିବାକୁ ତାର ପ୍ରତିଶ୍ରୁତିକୁ ଦୋହରାଇଛି । କମ୍ପାନି ତାର ଦୁଇ ସ୍ତରୀୟ ଆଭିମୁଖ୍ୟକୁ ପ୍ରତିପାଦିତ କରିବା ଲାଗି ବିଶ୍ୱସ୍ତରୀୟ କାର୍ଯ୍ୟରେ ସମୃଦ୍ଧ ନିଯୁକ୍ତି ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଶିକ୍ଷା, ଦକ୍ଷତା, ବିକାଶ, ତୃଣମୂଳ କ୍ରୀଡ଼ା ଓ ପାରଂପାରିକ କଳା କ୍ଷେତ୍ରରେ ଯୁବକମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ ମାଧ୍ୟମରେ ସଶକ୍ତ କରୁଛି । ଏହାଦ୍ୱାରା ସେମାନେ ନିଜର ଜୀବିକା ନିର୍ବାହ କରିବା ସହ ନୂଆ ଲକ୍ଷ୍ୟ ସ୍ଥାପନ କରିଛନ୍ତି ଓ ଗୋଷ୍ଠୀ ତଥା ଦେଶରେ ସାମଜିକ ଅର୍ଥନୈତିକ ବିକାଶ ହୋଇପାରିଛି ।


ବେଦାନ୍ତ ଆଲୁମିନିୟମର କାର୍ଯ୍ୟରେ ଛତିଶଗଡ଼ର ବାଲକୋ, ଝାରସୁଗୁଡ଼ାର ସର୍ବବୃହତ ଆଲୁମିନିୟମ ସ୍ମେଲଟର ଓ ଲଂଜିଗଡ଼ର ବିଶ୍ୱସ୍ତରୀୟ ଆଲୁମିନିୟମ ରିଫାଇନାରୀ ଅନ୍ତର୍ଭୁକ୍ତ । ଏହି ସବୁ ସ୍ଥାନରେ ବେଦାନ୍ତର ୫୫%ରୁ ଅଧିକ କର୍ମଚାରୀ ବିଂଶ ଶତକରେ ଶ୍ରେଷ୍ଠ ପ୍ରତିଭାଙ୍କୁ ନେଇ ଗଠିତ । ଏହି ସବୁ ସ୍ଥାନରେ ଉଚ୍ଚ ପ୍ରତିଭାଧାରୀଙ୍କ ସହ ଅଗ୍ରଣୀ ପ୍ରଯୁକ୍ତି ବିଦ୍ୟା ଉପରେ କାର୍ଯ୍ୟ କରି ବିଶ୍ୱରେ ୬୦ରୁ ଅଧିକ ଦେଶକୁ ସାମଗ୍ରୀ ଯୋଗାଯାଉଛି ।


କର୍ମଚାରୀଙ୍କ ହାରାହାରି ବୟସକୁ ଦୃଷ୍ଟିରେ ରଖି କମ୍ପାନି ବର୍ତମାନ ଯୁବକ ଅଟେ, ଯାହା ୨୬-୨୮ ବର୍ଷ ମଧ୍ୟରେ ପଡ଼େ । ବେଦାନ୍ତ ଆଲୁମିନିୟମର କାର୍ଯ୍ୟର ଆକାର ଓ ମାପ ପ୍ରଦାନ କରି ଯୁବକମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିଛି । ଉପଯୁକ୍ତ ତାଲିମ ପ୍ରଦାନ ଓ ଆଗକୁ ବଡ଼ିବା ଲାଗି ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକ ସହ ମିଳିତ ହୋଇଛି ।
ଗୋଷ୍ଠୀର ବିକାଶ ଲାଗି କମ୍ପାନି ତାର ଗରୁତ୍ୱପୂର୍ଣ୍ଣ ପ୍ରୟାସ ଉପରେ ନିର୍ଭର କରି ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ପ୍ରାୟ ୧୫୦୦୦ ଯୁବକମାନଙ୍କୁ ସଫଳତାର ସହ ତାଲିମ ଦେଇଛି । ବିଭିନ୍ନ ଧନ୍ଦାମୂଳକ ଦକ୍ଷତା, ଉଦ୍ୟୋଗିତା, ଜଳବାୟୁ ପ୍ରତିଣୋଧି କୃଷି, ପାରଂପାରିକ କଳା ଓ ହସ୍ତଶିଳ୍ପର ବିକାଶ ଜରିଆରେ ଯୁବକମାନଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ସାହାଯ୍ୟ କରୁଛି । ପ୍ରକଳ୍ପ ପଂଛି ଜରିଆରେ ୧୦୦୦ ବାଳିକାଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟ ରଖିଛି । ଏଥିପାଇଁ ସେମାନଙ୍କ ଲାଗି ଉପଯୁକ୍ତ ତାଲିମ ବ୍ୟବସ୍ଥା ମଧ୍ୟ କରୁଛି ।


ବେଦାନ୍ତ ଆଲୁମିନିୟମର ଲକ୍ଷ୍ୟ ମଧ୍ୟ ପ୍ରମୁଖ ବିଶ୍ୱ ଲକ୍ଷ୍ୟ ସହ ସମାନ ହୋଇଛି ବିଶେଷ କରି ସ୍କିଲ ଇଣ୍ଡିଆ ଦୃଷ୍ଟିକୋଣ ସହିତ ଓ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ଏସଡିଜି ୧ – ଦାରିଦ୍ର‌୍ୟ ଦୂରିକରଣ, ଏସଡିଜି ୮- ଉପଯୁକ୍ତ କାର୍ଯ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧି, ଏବଂ ଏସଡିଜି ୧୦- ହ୍ରାସ ହୋଇଥିବା ଅସମାନତା ଇତ୍ୟାଦି । ଏହାଛଡା କମ୍ପାନି ନାବାର୍ଡ଼,ଏନଆଇଏସଇ, ଦକ୍ଷତା ବିକାଶ ପ୍ରତିଷ୍ଠାନ ଭୁବନେଶ୍ୱର ପରି ସମ୍ମାନଜନକ ଜ୍ଞାନପ୍ରଦାନକାରୀଙ୍କ ସହ ସହଯୋଗ ରକ୍ଷା ମଧ୍ୟ କରୁଛି ।


ବେଦାନ୍ତ ବର୍ଷ ବର୍ଷ ଧରି ଛତିଶଗଡ଼ କୋରବାରେ ସ୍କିଲ ସ୍କୁଲ କାର୍ଯ୍ୟକ୍ରମ ଭଳି ଖାଦ୍ୟ ଓ ପାନୀୟ, ୱେଲଡିଂ, ଟେଲରିଂ, ଆତିଥ୍ୟ ପରି ବିଭିନ୍ନ ତାଲିମ ପ୍ରଦାନ କରି ମହିଳାମାନଙ୍କୁ ସଶକ୍ତ କରୁଛି । ଓଡ଼ିଶାର ଶୁଭଲକ୍ଷ୍ମୀ ସମବାୟ ସମିତି ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ, ମାଇକ୍ରେଫାଇନାନଓ, ଦକ୍ଷତା ବିକାଶ, ଆର୍ଥିକ ସାକ୍ଷରତା ଓ ବଜାର ଲିଙ୍କେଜ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ମହିଳାମାନଙ୍କୁ ଉଦ୍ୟୋଗୀ ହେବାରେ ସହାୟତା କରୁଛି ।


ଏହା ସହିତ ଲାଂଜିଗଡ଼ରେ ସ୍ଥାୟୀ ଜୀବିକା ପ୍ରକଳ୍ପ ଏବଂ ବାଲକୋ, କୋରବା ଠାରେ ମୋର୍ ଜଲ୍ ମୋର୍ ମାଟି ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ଏକୀକୃତ ସମ୍ପ୍ରଦାୟ ଭିତିକ ହସ୍ତକ୍ଷେପ ଉପରେ ତାଲିମ ପ୍ରଦାନ କରେ । ଉନ୍ନତ କୃଷି ପ୍ରଣାଳି, ଜଳ ପରିଚାଳନା, ମୃତିକା ସଂରକ୍ଷଣ, ପଶୁପାଳନ ଏବଂ ଅନ୍ୟାନ୍ୟ ଦିଗକୁ ପ୍ରୋତ୍ସାହିତ କରି ଆୟ ବୃଦ୍ଧି କରିବା ସହିତ ଜୀବିକା ନିର୍ବାହ ପାଇଁ ଯୁବକମାନଙ୍କ ମଧ୍ୟରେ ଚାଷକୁ ପୁନର୍ଜୀବିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଭିନ୍ନ ଉପାୟରେ ଗୋଷ୍ଠୀ ସଦସ୍ୟ ତଥା ଯୁବକମାନଙ୍କୁ ଦକ୍ଷ କରାଇ ସେମାନଙ୍କ ଭବିଷ୍ୟତ ଜୀବନରେ ଉନ୍ନତି ଆଣିବାକୁ ପ୍ରୟାସ କରୁଛି ।

Leave a Reply

Your email address will not be published. Required fields are marked *