ବେଦାନ୍ତ ଆଲୁମିନିୟମ ବିଦ୍ୟାଗ୍ରହ ଇ-ଲର୍ଣ୍ଣିଂ ପଦକ୍ଷେପକୁ ସଫଳତା ସହ ଦୁଇବର୍ଷ ସମାପ୍ତ କରିଛି

ଝାରସୁଗୁଡ଼ା : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ଇ ଲର୍ଣ୍ଣିଂ ପଦକ୍ଷେପ ବିଦ୍ୟାଗ୍ରହ ଦୁଇବର୍ଷ ସଫଳତା ପୂର୍ବକ ସମାପ୍ତ କରିଛି । ଏହା ଗ୍ରାମାଂଚଳର ଛାତ୍ର ଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟତା ଯୋଗାଇ ଦେଇଛି । ଏହି ଉପଲକ୍ଷେ ବୋର୍ଡ ପରୀକ୍ଷାରେ ୧୦୦ ପ୍ରତିଶତ ଉତୀର୍ଣ୍ଣ ହାର ପାଇଥିବା କମ୍ପାନି ୧୭ ଜଣ ପ୍ରଧାନଶିକ୍ଷକଙ୍କୁ ଉତ୍ସାହିତ କରିଥିଲା ।
ଏହି ଉଦ୍ୟମରେ ହାସଲ କରିଥିବା ଅଗ୍ରଗତି ଉପରେ ବେଦାନ୍ତ ଆଲୁମିନିୟମର ବର୍ତମାନ ବିଧ୍ୟାଗ୍ରହ ଫେଜ-୩ ଆରମ୍ଭ କରିବାକୁ ଘୋଷଣା କରିଛି । ଏହି ଉତ୍ସବକୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ନାୟକ,ଶିକ୍ଷାଧିକାରୀ ଶ୍ରର ରାଧାକାନ୍ତ ଗାର୍ତିଆ ଓ ସହାକରୀ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଘୁଟା ଯୋଗଦାନ କରି ପ୍ରଶଂସା କରିବା ସହିତ ସମ୍ବୋଧିତ କରିଥିଲେ ।
୨୦୨୨ ମସିହାରେ ଶୁୂଭାରମ୍ଭ ପରଠାରୁ ବିଦ୍ୟାଗ୍ରହ ପଦକ୍ଷେପ ଝାରସୁଗୁଡ଼ାର ଦୁର୍ଗମ ଅଂଚଳରେ ରହୁଥିବା ୧୦୦୦ରୁ ଅଧିକ ଛାତ୍ର ଛାତ୍ରୀଙ୍କୁ ସହାୟତା କରିଆସୁଛି । ସାର୍ଥକ ସ୍ଥାୟୀ ବିକାଶ ଫାଉଣ୍ଡେସନ ସହିତ ମିଳିତ ଭାବରେ କାର୍ଯ୍ୟକାରୀ ହେଉଥିବା ଏହି ପଦକ୍ଷେପ ଗୁଣାତ୍ମକ ଶିକ୍ଷାର ବ୍ୟବଧାନକୁ ଦୂର କରିବା ଲାଗି ପରିଚାଳିତ ହେଉଛି । ଅଷ୍ଟମକୁ ଦଶମ ଶ୍ରେଣୀ ପାଲାମାନଙ୍କୁ ରେକର୍ଡ଼ ହୋଇଥିବା ବକ୍ତୃତା ଓ ଅନଲାଇନ କ୍ୟାରିୟର ପରାମର୍ଶ ଜରୀଆରେ ଏହାକୁ ପ୍ରଦାନ କରାଯାଏ ।
ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଏକ ୱେବ ଆଧାରିତ ଫ୍ଲାଟଫର୍ମ ମାଧ୍ୟମରେ ଡିଜିଟାଲ ଶିକ୍ଷଣ ପ୍ରଦାନ କରେ । ବେଦାନ୍ତର ସ୍ୱେଛାସେବୀମାନେ ନିୟମିତ ଭାବରେ ବକ୍ତୃତା ରେକର୍ଡ଼ କରନ୍ତି ଓ ଗ୍ରାମରେ ଅଧିବେଶନ ପରିଚାଳନା କରନ୍ତି । ପିଲାମାନଙ୍କୁ ଏମାନେ ଶିକ୍ଷାର ମାର୍ଗଦର୍ଶନ ପ୍ରଦାନ କରନ୍ତି ।
ଫେଜ ୩ର ଅଂଶ ଭାବରେ ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର କମ୍ପ୍ୟୁଟର ମାଧ୍ୟମରେ ଉପଲବ୍ଧ ହେବ ଯାହା ପିଲାଙ୍କ ଶିକ୍ଷାଗତ ମାଧ୍ୟମକୁ ବ୍ୟାପକ କରିବ । ଏହି କାର୍ଯ୍ୟକ୍ରମ ଝାରସଗୁଡ଼ାର ୧୦୬ଟି ବିଦ୍ୟାଳୟରେ ପରିଚାଳିତ ହେବ । ସଂପ୍ରତି ଏହି କାର୍ଯ୍ୟକ୍ରମ ଶିରିପୁରା, ବଡ଼ମାଳ, ସିରିଆପାଲି, ପୁରୁନା ଓ କୁରେବଗା ସରକାରୀ ସ୍କୁଲରେ ପରିଚାଳିତ ହେଉଛି ।
ଏହି ଅବସରରେ ଶ୍ରୀ ସୁନୀଲ ଗୁପ୍ତା, ସିଓଓ-ବେଦାନ୍ତ ଆଲମୁନିୟମ ଓ ସିଇଓ ବେଦାନ୍ତ ଝାରସୁଗୁଡ଼ା କହିଛନ୍ତି ଯେ ଗୁଣାତ୍ମକ ଶିକ୍ଷା ଜରୀଆରେ ଛାତ୍ରମାନଙ୍କୁ ସଶକ୍ତ କରିବା ପାଇଁ ବିଦ୍ୟାଗ୍ରହ ଆରମ୍ଭ କରାଯାଇଥିଲା । ଏବେ ଆମେ ପ୍ରକଳ୍ପ ୩ ଆରମ୍ଭ କରିବାକୁ ଯାଉଛୁ ବେଦାନ୍ତ ଆଲୁମିନିୟମ ଗ୍ରାମୀଣ ଛାତ୍ରମାନଙ୍କୁ ସମାନ ସୁଯୋଗ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବାକୁ ସମର୍ପିତ ହୋଇଛି । ଆମର ଏହି ପ୍ରୟାସ ଦ୍ୱାରା ଗାଁର ପିଲାମାନେ ଆଉ ପଛୁଆ ନରହି ନିଜ କ୍ୟାରିୟରକୁ ଉଜ୍ୱଳ କରିପାରିବେ ।
ଶ୍ରୀ ପ୍ରବୀର କୁମାର ନାଏକ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ବିକାଶ ଏଜେନ୍ସି କହିଛନ୍ତି ଏଥିପାଇଁ ମୁଁ ବେଦାନ୍ତକୁ ଧନ୍ୟବାଦ ଦେବାକୁ ଚାହିଁବି ଯିଏକି ଝାରସଗୁଡ଼ାର ଗ୍ରମାଂଚଳର ଛାତ୍ର ଛାତ୍ରୀଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ଶିକ୍ଷଣୀୟ ପ୍ଲାଟଫର୍ମ ପ୍ରସ୍ତୁତ କରିଛନ୍ତି । ଏହା ଦ୍ୱାରା ବହୁ ପିଲା ଉପକୃତ ହୋଇପାରିବେ ।
ବିଦ୍ୟାଗ୍ରହ ପଦକ୍ଷେପର ପ୍ରମୁଖ ବିଷୟ ଗୁଡିକ ହେଉଛି:
ବିଦ୍ୟାଗ୍ରହ ଆପ୍ର ବିକାଶ: ଏହା ପ୍ରାରମ୍ଭ ପରଠାରୁ ୧୦୦୦ ପିଲାଙ୍କ ପାଖରେ ପହଁଚିଛି ।
ବ୍ୟାପକ ବିଷୟ ସୃଷ୍ଟି: ଗଣିତ, ବିଜ୍ଞାନ ଓ ଇଂରାଜୀରେ ୨୦୦ରୁ ଅଧିକ ଅଧ୍ୟାୟ ଏହି ଆପରେ ସ୍ଥାନିତ ହୋଇଛି ।
ରିମେଡିଆଲ କ୍ଲାସ: ୮୫୦ରୁ ଅଧିକ ଅଧିବେଶନ ସରକାରୀ ସ୍କୁଲ ସହଯୋଗରେ ପରିଚାଳିତ ଓ ୧୩୦ଟି କମ୍ୟୁନିଟି ସେସନ ରଖାଯାଇଛି ।
ପିତାମାତାଙ୍କ ଯୋଗଦାନ ଓ ପ୍ରସାରଣ:୨୦୦୦ରୁ ଅଧିକ ଦ୍ୱାର ପରିଦର୍ଶନ ଓ ପିତାମାତାଙ୍କୁ ୨୦୦୦ରୁ ଅଧିକ ଫୋନକଲ କରାଯାଇ ପିଲାମାନଙ୍କ ଯୋଗଦାନକୁ ସୁନିଶ୍ଚିତ କରାଯାଉଛି ।
ଛାତ୍ର ସମର୍ଥନ ଏବଂ ଡ୍ରପଆଉଟ୍ ପ୍ରତିରୋଧ: ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କୁ ଉତ୍ସାହ ପ୍ରଦାନ ସହିତ ସେମାନଙ୍କୁ ଶିକ୍ଷାକ୍ଷେତ୍ରକୁ ଫେରାଇ ଆଣିବା ଏବଂ ଅନିୟମିତ ଛାତ୍ରମାନଙ୍କ ପାଇଁ ପରାମର୍ଶ ସେବା, ନିୟମିତ ଉପସ୍ଥାନ ଏବଂ ଶିକ୍ଷା କ୍ଷେତ୍ରରେ ନିରନ୍ତରତାକୁ ଉତ୍ସାହିତ କରିବା
କର୍ମଚାରୀ ସ୍ୱେଚ୍ଛାସେବୀ ଯୋଗଦାନ: ବେଦାନ୍ତ ଆଲୁମିନିୟମରେ ୧୨୦ରୁ ଅଧିକ କର୍ମଚାରୀ ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ କରିଥିଲେ, ଏକ ସହାୟକ ଶିକ୍ଷଣ ପରିବେଶ ସୃଷ୍ଟି କରି ଛାତ୍ରଛାତ୍ରିମାନଙ୍କୁ ସମୃଦ୍ଧ କରିବା ସହିତ ଶିକ୍ଷଣ ଅଭିଜ୍ଞତାକୁ ସମୃଦ୍ଧ କରିଥିଲେ ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।