ବେଦାନ୍ତ ଆଲୁମିନିୟମ ରଥଯାତ୍ରା ଅବସରରେ ପୁରୀରେ ହଜାର ହଜାର ଭକ୍ତଙ୍କୁ ସେବା ପ୍ରଦାନ କରିଛି
ଭୁବନେଶ୍ୱର, : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ପବିତ୍ର ରଥଯାତ୍ରା ଅବସରରେ ଭକ୍ତମାନଙ୍କୁ ସେବା କରି ୯ ଦିନିଆ କାର୍ଯ୍ୟକ୍ରମରେ ମାଗଣା ପ୍ରସାଦ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଥିଲା । ଏହି ଉତ୍ସବରେ ଯୋଗ ଦେଇଥିବା ହଜାର ହଜାର ଶ୍ରଦ୍ଧାଳୁ ତିନି ଭାଇ ଭଉଣୀ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ସେମାନଙ୍କ ମାଉସୀମା ଘରକୁ ଏକ ବିଶାଳ ରଥରେ ନେଇ ଯାଇଥିଲେ, ବେଦାନ୍ତ ଆଲୁମିନିୟମ ପ୍ରତିବର୍ଷ ଏହି ମହାନ ଉତ୍ସବରେ ନିଜକୁ ସାମିଲ କରି ଆସୁଛି ।
ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପ୍ରାଣ କେନ୍ଦ୍ର ଭାବରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ହଜାର ହଜାର ଭକ୍ତ ପୁରୀରେ ଏକତ୍ରିତ ହୋଇଛନ୍ତି । ଏହି ଉପଲକ୍ଷେ ବେଦାନ୍ତ ପକ୍ଷରୁ ଭଜନ ସନ୍ଧ୍ୟା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବିକଶିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ସହ ଓରମାସ ଦ୍ୱାରା ଆୟୋଜିତ ପୁରୀର ପଲ୍ଲୀଶ୍ରୀ ମେଳାରେ ଚୟନିତ ପ୍ରକଳ୍ପ ଉପସ୍ଥାପିତ କରିଥିଲା ।
ଏକା ସାଙ୍ଗରେ କମ୍ପାନି କର୍ମଚାରୀ, ବ୍ୟବସାୟିକ ଭାଗିଦାରୀ ଓ ସେମାନଙ୍କ ପରିବାର ଉତ୍ସାହର ସହ ଯୋଗଦେଇ ଓଡ଼ିଶାର ଝାରସୁଗୁଡ଼ା ଓ ଲାଂଜିଗଡ଼ରେ ଥିବା ଟାଉନସିପ ତଥା ଛତିଶଗଡ଼ର କୋରବା ଠାରେ ରଥଯାତ୍ରା ପାଳନ କରିଥିଲେ । ବେଦାନ୍ତର ଝାରସଗୁଡ଼ାସ୍ଥିତ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ୧୯,୫୦୦ ବର୍ଗଫୁଟ ବିସ୍ତାର କରିଛି ଓ ଏଠାରେ ଅଗଣିତ ଭକ୍ତଙ୍କ ମହାସମାଗମ ହୋଇଥିଲା । ଏହା ବ୍ୟତୀତ କଳାହାଣ୍ଡିରେ ନିକଟରେ ପ୍ରଭୁ ଜଗନ୍ନାଥ ମନ୍ଦିର ଉଦଘାଟିତ ହୋଇ ପିବତ୍ର ରଥଯାତ୍ରା ଉତ୍ସବରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା ।
ଏହି ଅବସରରେ ସୁନୀଲ ଗୁପ୍ତା, ସିଓଓ-ବେଦାନ୍ତ ଆଲୁମିନିୟମ କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମ ବହୁ ବର୍ଷ ଧରି ପୁରୀ ରଥଯାତ୍ରା ଉତ୍ସବରେ ଯୋଗ ଦେଇ ଆସିଛି । ପ୍ରତିବର୍ଷ ଏହା ଲକ୍ଷ ଲକ୍ଷ ଭକ୍ତଙ୍କ ସେବା କରିବାର ସୌଭାଗ୍ୟ ଅର୍ଜନ କରିଛି । ଓଡ଼ିଶାର ସମୃଦ୍ଧ ଐତିହ୍ୟର ମୂଳଦୁଆ, ବେଦାନ୍ତ ଆଲୁମିନିୟମ ଏହି ଅଂଚଳର ଜୀବନ୍ତ ସାଂସ୍କୃତିକ ଉତରାଧିକାରୀଙ୍କୁ ପ୍ରୋତ୍ସାହିତ ତଥା ସଂରକ୍ଷିତ କରିବାକୁ ପ୍ରତିଶ୍ରୁତିବଦ୍ଧ ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।