ବେଦାନ୍ତ ଆଲୁମିନିୟମ ଫାବିଓ ମାର୍ଟିନ୍ସଙ୍କୁ ବିଲେଟର ସିଇଓ ଭାବରେ ନିଯୁକ୍ତ କରିଛି

ବେଦାନ୍ତ ଭାରତର ବୃହତ ଟପ କ୍ୱାଲିଟିର ବିଲେଟ ଉତ୍ପାଦକ ତଥା ରପ୍ତାନିକାରୀ

ଉତ୍ପାଦଗୁଡ଼ିକ ଡାଉନଷ୍ଟ୍ରିମ ନିର୍ମାତା ଓ ଏକ୍ସଟ୍ରୁଡରଙ୍କୁ ସହାୟତା କରିବ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ବିଶ୍ୱର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକମାନଙ୍କ ମଧ୍ୟରୁ ବେଦାନ୍ତ ଆଲୁମିନିୟମ, ଫାବିଓ ରୋବର୍ଟୋ ମାର୍ଟିନ୍ସଙ୍କୁ ବିଲେଟର ସିଇଓ ଭାବରେ ନିଯୁକ୍ତି ଦେଇଛି। ତାଙ୍କର ଏହି ନୂତନ ଭୂମିକାରେ ସେ ବିଲେଟ ଉତ୍ପାଦ ଗୋଷ୍ଠୀର ଦାୟିତ୍ୱ ନେବେ। ଉତ୍ପାଦନକୁ ତ୍ୱରାନ୍ୱିତ କରି ଉତ୍ପାଦ ମୂଲ୍ୟ ବୃଦ୍ଧି ମାଧ୍ୟମରେ ମୂଲ୍ୟ ସୃଷ୍ଟି ଉପରେ ସେ ଧ୍ୟାନ ଦେବେ। କମ୍ପାନୀ ଏହାର ବିଲେଟ୍ କ୍ଷମତାକୁ ବାର୍ଷିକ ୧.୨ ମିଲିୟନ୍ ଟନକୁ ବୃଦ୍ଧି କରିବାକୁ ଯୋଜନା କରିଛି, ଏହାକୁ ବିଶ୍ୱର ସର୍ବବୃହତ ବିଲେଟ୍ ଉତ୍ପାଦକ ଭାବରେ ପରିଣତ କରିବାକୁି ସେ ଅଭିନବତା ଓ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ଜରୀଆରେ କାର୍ଯ୍ୟ ପରିଚାଳନାକୁ ତଦାରଖ କରିବେ ।

ଫାବିଓଙ୍କର ଅଲକୋଆରୁ ୨୬ ବର୍ଷର ଅଭିଜ୍ଞତା ରହିଛି, ଯେଉଁଠାରେ ସେ ବିଭିନ୍ନ ଦାୟିତ୍ୱ ଗ୍ରହଣ କରିଥିଲେ। ନିକଟରେ ସେ ଅପରେସନ ନିର୍ଦ୍ଦେଶକ ଥିଲେ। ତାଙ୍କର ପାରଦର୍ଶିତା ଓ ଅଭିଜ୍ଞତା ଆଲୁମିନିୟମ ବିଲେଟ କ୍ଷେତ୍ରରେ ପ୍ରମୁଖ ଭୂମିକା ବହନ କରିବ।

ଏହି ନିଯୁକ୍ତି ସଂପର୍କରେ ଜନ ସ୍ଲାଭେନ, ସିଇଓ, ବେଦାନ୍ତ ଆଲୁମିନିୟମ କହିଛନ୍ତି ଯେ ବଜାରର ଚାହିଦାକୁ ପୂରଣ କରିବା ଲାଗି ବେଦାନ୍ତ ମୂଲ୍ୟଯୁକ୍ତ ଉତ୍ପାଦଗୁଡ଼ିକର ପୋର୍ଟଫୋଲିଓ ବିସ୍ତାର କରୁଛି। ଆମେ ପୂର୍ବରୁ ଭାରତରେ ସର୍ବବୃହତ ବିଲେଟ ଉତ୍ପାଦକ ଓ ରପ୍ତାନୀକାରୀ ଅଟୁ। ଆମର ସ୍ଥିତିକୁ ଅଧିକ ମଜବୁତ କରିବା ଲାଗି ଆମେ ଫାବିଓଙ୍କୁ ଆମର ନେତୃତ୍ୱ ଦଳରେ ନିଯୁକ୍ତି ଦେଇ ଆନନ୍ଦିତ। ଆମର ବିଶେଷ ଅଭିଜ୍ଞତା, ଆଲୁମିନିୟମ ଶିଳ୍ପରେ ପ୍ରମାଣିତ ଟ୍ରାକ ରେକର୍ଡ଼ ମାଧ୍ୟମରେ ବିଲେଟ ବ୍ୟବସାୟରେ ନବସୃଜନ ଓ ଉତ୍କର୍ଷତା ଜାରୀ ରଖିବୁ।

ଫାବିଓ ମାର୍ଟିନ୍ସ, ସିଇଓ, ବିଲେଟ, ବେଦାନ୍ତ ଆଲୁମିନିୟମ କହିଛନ୍ତି ଯେ ମୁଁ ଉତ୍ପାଦ ଗୋଷ୍ଠୀ ରଣନୀତି, କାର୍ଯ୍ୟକ୍ଷମତା ଓ ବ୍ୟବସାୟିକ କାର୍ଯ୍ୟକାରୀତାକୁ ଉତ୍ସାହିତ କରି ଆସିଛି। ବେଦାନ୍ତ ଆଲୁମିନିୟମର ଅଭିବୃଦ୍ଧି ପଥରେ ମୁଁ ମୋର କର୍ତବ୍ୟ ଜାରୀ ରଖିବି।

ଆଲୁମିନିୟମ ବିଲେଟ ଗୁଡ଼ିକ ଆଲୁମିନିୟମର କଠିନ, ସିଲିଣ୍ଡର ଆକୃତି ଯାହା ବିଭିନ୍ନ ଉତ୍ପାଦନ ପ୍ର୍ରକ୍ରିୟାରେ କାଷ୍ଟିଂ ଓ ସର୍ଭିସ କଂଚାମାଲ ଭାବରେ ପ୍ରକ୍ରିୟା ଜରୀଆରେ ଉତ୍ପନ୍ନ ହୋଇଥାଏ। ବାର୍ଷିକ ୫୮୦ କିଲୋ ଟନ ବିଲେଟ କାଷ୍ଟିଂ କ୍ଷମତା ସହ କମ୍ପାନିର ରଣନୀତିକ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ।

ଉଚ୍ଚମାନର ବିଲେଟ କମ୍ପାନିର ବିବିଧ ପୋର୍ଟଫୋଲିଓ ଡାଉନଷ୍ଟ୍ରିମ ନିର୍ମତା ଓ ଏକ୍ସଟ୍ରୁଡରଙ୍କ ଅଭିନବତା, ବିଲଡିଂ, ନିର୍ମାଣ, ଶକ୍ତି ଓ ଅନ୍ୟାନ୍ୟ କ୍ଷେତ୍ର ଲାଗି ସହାୟକ ହେବ। କମ୍ପାନି ହାଇ ସ୍ପୀଡ ବିଲେଟ ମଧ୍ୟ ଉତ୍ପାଦନ କରେ। ଏହାର ଧାତବ ଗୁଣ ପାଇଁ ଏହାର ସ୍ୱତନ୍ତ୍ରତାକୁ ପ୍ରାଧାନ୍ୟ ଦିଆଯାଇଥାଏ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା। ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।
.

Leave a Reply

Your email address will not be published. Required fields are marked *