ବେଦାନ୍ତ ଆଲୁମିନିୟମ ଏହାର ଓଡ଼ିଶା ଓ ଛତିଶଗଡ଼ କାର୍ଯ୍ୟ ପରିସରରେ ରାଷ୍ଟ୍ରୀୟ ଶିକ୍ଷକ ଦିବସ ପାଳନ କରିଛି


ଭୁବନେଶ୍ୱର, ସେପ୍ଟେମ୍ବର ୦୭, ୨୦୨୩: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ରାଷ୍ଟ୍ରୀୟ ଶିକ୍ଷକ ଦିବସ ଅବସରରେ ଦେଶର ଭବିଷ୍ୟତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶିକ୍ଷାବିତମାନଙ୍କୁ ସମ୍ମାନିତ କରି ଶିକ୍ଷକ ଦିବସ ପାଳନ କରିଥିଲା । ଏହି ଉତ୍ସବରେ ବେଦାନ୍ତ ଲିଃ ଝାରସୁଗୁଡ଼ା, ସରବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ସହଯୋଗରେ ଏକ ଚିତାକର୍ଷକ ସମାରୋହରେ ରାଷ୍ଟ୍ରୀୟ ଶିକ୍ଷକ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ାର ବିଭିନ୍ନ ବିଦ୍ୟାଳୟର ୨୨ଜଣ ପ୍ରଧାନ ଶିକ୍ଷକଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା, ଯାହାକି ସେମାନଙ୍କ ଛାତ୍ରମାନେ ଚଳିତ ହାଇସ୍କୁଲ ପରୀକ୍ଷାରେ ଏ୧ ଗ୍ରେଡ ହାସଲ କରିଥିଲେ । ଏହି ଅବସରରେ ବେଦାନ୍ତ ଲିଃ ଝାରସୁଗୁଡ଼ା ଓ ସହାୟକ ବାଲକୋ, କୋରବା, ଛତିଶଗଡ଼ରେ ଉତ୍ସବ ଆୟୋଜିତ ହୋଇଥିଲା ।

ଏହି ଅବସରରେ ବାଲକୋରେ ଏହାର ସବୁ ବିଭାଗରେ ଏକ ଜ୍ଞାନ ଆଦାନ ପ୍ରଦାନକକାରୀ ଅଧିବଶେନ ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ମଚାରୀଙ୍କ ଅନ୍ତର୍ନିହିତ ଜ୍ଞାନ, ସର୍ବୋତମ ଅଭ୍ୟାସ ଓ ପାରଦର୍ଶିତା ଆଦାନ ପ୍ରଦାନ କରାଯାଇଥିଲା । ବାଲକୋର କର୍ମଚାରୀଙ୍କୁ କୃତଜ୍ଞତା କାର୍ଡ ମଧ୍ୟ ବଂଟନ କରାଯାଇଥିଲା ଯେଉଁମାନଙ୍କୁ ବୃତିଗତ କ୍ଷେତ୍ରରେ ଶିକ୍ଷକର ଭୂମିକା ନିର୍ବାହ ଦୃଷ୍ଟିରୁ ସମ୍ମାନିତ କରାଯାଇଥିଲା ।

ଲାଂଜିଗଡ଼, କଳାହାଣ୍ଡି ସ୍ଥିତ ବେଦାନ୍ତର ଆଲୁମିନା ରିଫାଇନାରୀ ୟୁନିଟରେ କର୍ମଚାରୀମାନେ ବୃତିଗତ ସହକର୍ମିଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏହି ଉତ୍ସବ ପାଳନ କରିଥିଲେ । ଏହି ଉତ୍ସବ ସୁନ୍ଦରଗଡ଼ ଜିଳ୍ଲା ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା ଯେଉଁଠାରେ କଂପାନିର କାର୍ଯ୍ୟକ୍ରମ ଚାଲୁ ରହିଛି ତଥା କଂପାନିର ମାଇନସ ବ୍ୟବସାୟ ମୁଣ୍ଡେଲଖେଟ ଓ ଘୋଗରପଲିର ଶିକ୍ଷକମାନଙ୍କୁ ସମ୍ମାନିତ କରିଥିଲେ ।

ଗ୍ରାମୀଣ ଗୋଷ୍ଠୀର ଗୁଣାତ୍ମକ ଶିକ୍ଷାକୁ ସକ୍ଷମ କରିବା ଲାଗି ଓ ସାକ୍ଷରତା ପାର୍ଥକ୍ୟକୁ ଦୂର କରିବା ପାଇଁ ବେଦାନ୍ତ ଆଲୁମିନିୟମ କାର୍ଯ୍ୟ କରୁଛି । ଏହି ଉଦ୍ଦେଶ୍ୟରେ କଂପାନି ଗତ ଦୁଇ ବର୍ଷ ମଧ୍ୟରେ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଶିକ୍ଷାର ବ୍ୟବଧାନକୁ ଦୂର କରିବା ଲାଗି ପ୍ରାକ ବିଦ୍ୟାଳୟ ଶିକ୍ଷାକୁ ସମର୍ଥନ କରିବା ଠାରୁ ଆରମ୍ଭ କରି ଇ-ଲର୍ଣ୍ଣଂ କାର୍ଯ୍ୟକ୍ରମ ସହ ଉଚ୍ଚ ଗୁଣାତ୍ମକ ଶିକ୍ଷାଗତ କାର୍ଯ୍ୟ ପରିଚାଳନା କରୁଛି । ଏହି କାର୍ଯ୍ୟକ୍ରମ ଝାରସୁଗୁଡ଼ା ଜିଲ୍ଲାର ହାରାହାରି ସାକ୍ଷରତା ସ୍ତରକୁ ୭୦.୫୫%ରୁ ୭୮.୮୬%କୁ ବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପୂର୍ବ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ବେଦାନ୍ତ ଦ୍ୱାରା ୭୪୦୦ରୁ ଅଧିକ ପିଲା ଉପକୃତ ହୋଇଛନ୍ତି ।

ଏହି ଅବସରରେ ମତ ଦେଇ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିଃ- ଆଲୁମିନିୟମ ବ୍ୟବସାୟ କହିଛନ୍ତିଯେ ଶିକ୍ଷା ହେଉଛି ପ୍ରଗତିର ମୂଳସ୍ତମ୍ଭ । ଝାରସୁଗୁଡ଼ାର ବେଦାନ୍ତ ଆଲୁମିନିୟମରେ ଆମେ ଗ୍ରାମାଂଚଳର ଶିକ୍ଷାକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଶିକ୍ଷାର ବ୍ୟବଧାନକୁ ଦୂର କରି ସଭିଙ୍କ ପାଇଁ ଏକ ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରାଇବା, ବିଶେଷ କରି ଅଣ ସଂରକ୍ଷିତ ଗୋଷ୍ଠୀରେ ଏହାର ପ୍ରସାର ପାଇଁ ଆମେ ଯତ୍ନ ନେଉଛୁ । ରାଷ୍ଟ୍ରୀୟ ଶିକ୍ଷକ ଦିବସରେ ଆମ ଭବିଷ୍ୟତକୁ ଉଜ୍ଜ୍ୱଳ କରୁଥିବା ଶିକ୍ଷାବିତମାନଙ୍କୁ ସମ୍ମାନ ଜଣାଇବା ଲାଗି ଆମେ ଏହି ଉତ୍ସବ ଆୟୋଜନ କରିଛୁ ଓ ଆଗାମୀ ଦିନରେ ଶିକ୍ଷା ପାଇଁ ଏକ ଉତମ ପୋଷଣ ଲାଗି ଆମର ଉଦ୍ୟମ ଜାରୀ ରହିବ ।

ବାଲକୋର ସିଇଓ ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଶ୍ରୀ ରାଜେଶ କୁମାର କହିଛନ୍ତିଯେ ବାଲକୋରେ ଆମେ ଜୀବନ ଓ ଗୋଷ୍ଠୀ ଗଠନରେ ଶିକ୍ଷାର ପରିବର୍ତନଶୀଳ ଶକ୍ତିକୁ ବୁଝିଛୁ । ଆମର ଜ୍ଞାନ ଆଦାନ ପ୍ରଦାନ ସହ କୃତଜ୍ଞତା କାର୍ଡ ବଂଟନ ପରି ପଦକ୍ଷେପ ଜରୀଆରେ ଆମେ କର୍ମକ୍ଷେତ୍ରରେ ନିରନ୍ତର ଶିକ୍ଷା ଓ ବିକାଶର ସଂସ୍କୃତି ପ୍ରତିପାଦନ କରିବାଲାଗି ସକ୍ରିୟ ଭାବେ କାର୍ଯ୍ୟ କରୁଛୁ । ଆମର ଯାତ୍ରାରେ ଆମକୁ ମାର୍ଗଦର୍ଶନ କରିଥିବା ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇବା ପାଇଁ ଜାତୀୟ ଶିକ୍ଷକ ଦିବସ ଏକ ସ୍ମାରକ ଅଟେ ।

ଏହି ଅବସରରେ ଉଦବୋଧନ ଦେଇ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପୁଷ୍ପା ମିଂଜ କହିଛନ୍ତିଯେ-ମୁଁ ଶିକ୍ଷାର ମହତ୍ୱକୁ ପ୍ରତିପାଦନ କରୁଥିବା ଶିକ୍ଷକମାନଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ଉଜ୍ଜ୍ୱଳ ଭବିଷ୍ୟତ ହେଉଛି ଶିକ୍ଷା, ବେଦାନ୍ତ ଆଲୁମିନିୟମ ସଂଗଠନ ଗୁଡ଼ିକ ପରବର୍ତୀ ପୀଢି ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରୁଥିବା ଶିକ୍ଷାବିତ ମାନଙ୍କୁ ସମ୍ମାନିତ କରିବା ବେଶ ମହତ୍ୱପୂର୍ଣ୍ଣ । ସମାଜରେ ଶିକ୍ଷକମାନଙ୍କ ମହତ ଅବଦାନକୁ ଜାଣିବା ଓ ପାଳନ କରିବାରେ ବେଦାନ୍ତ ଆଲୁମିନିୟମର ଉଦ୍ୟମକୁ ମୁଁ ପ୍ରଶଂସା କରୁଛି ।

ବେଦାନ୍ତ ଆଲୁମିନିୟମ ଦ୍ୱାରା ନିଆଯାଉଥିବା କେତେକ ଶିକ୍ଷଣୀୟ ପଦକ୍ଷେପ ନିମ୍ନ ପ୍ରକାର:

  • ଅଙ୍ଗନବାଡ଼ି ମାଧ୍ୟମରେ ୫୦୦୦ରୁ ଅଧିକ ପିଲାମାନଙ୍କ ପ୍ରାଥମିକ ଶିକ୍ଷାକୁ ପ୍ରସାର କରିବା
  • ଲାଂଜିଗଡ଼ରେ ଡିଏଭି ବେଦାନ୍ତ ସ୍କୁଲ ଯାହାକି ଏହି ଅଂଚଳରେ କଂପାନି ଦ୍ୱାରା ପ୍ରତିଷ୍ଠିତ ପ୍ରଥମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ।
  • ୧୦୦୦ରୁ ଅଧିକ ଛାତ୍ର ଛାତ୍ରୀ ଉପକୃତ ହୋଇଥିବା ଓଡ଼ିଶା ସରକାରଙ୍କ ଉଦ୍ୟମରେ ମୋ ସ୍କୁଲ ଅଭିଯାନ ଅଧିନରେ ଓଡ଼ିଶାର ସରକାରୀ ସ୍କୁଲର ଭିତିଭୂମି ବିକାଶ
  • ବିଦ୍ୟା ଗ୍ରାହୀ, ଏକ ଇ-ଲର୍ଣ୍ଣଂ କାର୍ଯ୍ୟକ୍ରମ, ଅଷ୍ଟମ -ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଅନଲାଇନ କ୍ୟାରିୟର ପରାମର୍ଶ ଦେବା ପାଇଁ ବ୍ୟବସ୍ଥିତ ।
  • ବେଦାନ୍ତ ମିନି ସାଇନସ ସେଂଟର ଜରିଆରେ ଅଭିନବତାର ପରିପ୍ରକାଶ, ଅନୁସନ୍ଧାନ ଓ ଉପକରଣ ଜରିଆରେ ୧୨୦୦ରୁ ଅଧିକ ଛାତ୍ରମାନେ ସେମାନଙ୍କ ବୌଦ୍ଧିକ ଜ୍ଞାନର ବିକାଶ କରିପାରୁଛନ୍ତି ।
    -ବେଦାନ୍ତ କମ୍ପ୍ୟୁଟର ସାକ୍ଷରତା କାର୍ଯ୍ୟକ୍ରମ ଜରିଆରେ ଛାତ୍ରମାନଙ୍କୁ କମ୍ପ୍ୟୁଟର ବିଷୟରେ ମୌଳିକ ଜ୍ଞାନ ପ୍ରଦାନ କରାଯାଉଛି ।
  • କୃତ୍ରିମ ଇଂଟେଲିଜେନ୍ସ (ଏଆଇ) ଶିକ୍ଷା ପ୍ରକଳ୍ପ ଛାତ୍ରମାନଙ୍କୁ ଏଆଇର ମୌଳିକ ଜ୍ଞାନ ପ୍ରଦାନ କରିବା ଏବଂ ବାସ୍ତବ ଦୁନିଆର ସମସ୍ୟା ପାଇଁ ଏଆଇ- ଆଧାରିତ ସମାଧାନ ଗଠନ କରିବା ।

Leave a Reply

Your email address will not be published. Required fields are marked *