ବେଦାନ୍ତ ଆଲୁମିନିୟମ ଆନ୍ତର୍ଜାତୀୟ ପରିବାର ଦିବସରେ କର୍ମଚାରୀଙ୍କ ‘ଗର୍ବିତ ପରିବାର’ଙ୍କୁ କାରଖାନା ପରିସରରେ ଏକାଠି କରିଛି

ନୂଆଦିଲ୍ଲୀ ୧୮ ମଇ ୨୦୨୩ : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର ଗର୍ବିତ ପରିବାର ପଦକ୍ଷେପ ମାଧ୍ୟମରେ ଏହି ସପ୍ତାହରେ ଶହ ଶହ କର୍ମଚାରୀ ପରିବାରଙ୍କ ପାଇଁ ପରିବାର ଦିବସ ଅବସରରେ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । କମ୍ପାନିର ସାଂସ୍କୃତିକ ବିବିଧ ଦଳଗୁଡ଼ିକ ଭାରତର ବିଭିନ୍ନ ସ୍ଥାନରୁ ସେମାନଙ୍କ ପରିବାର ସ୍ୱତନ୍ତ୍ର ପରିଦର୍ଶନ ସହ କମ୍ପାନିର କାର୍ଯ୍ୟ ପରିସର ଓଡ଼ିଶା ଓ ଛତିଶଗଡ଼କୁ ଆସିଛନ୍ତି । ସେମାନେ କମ୍ପାନିର କାର୍ଯ୍ୟ ଶୈଳୀ ଓ ଅତ୍ୟାଧୁନିକ ସୁବିଧା ବିଶିଷ୍ଟ ଉତ୍ପାଦନ ଦେଖିବାକୁ ସମର୍ଥ ହେବେ ଓ ମଜାଳିଆ ପରିବେଶରେ ସମୟ ବିତାଇପାରିବେ ।
ଏକ ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମରେ ବେଦାନ୍ତ ଆଲୁମିନିୟମ ସ୍ଥାନ ଗୁଡ଼ିକରେ କର୍ମଚାରୀଙ୍କ ପତାମାତାଙ୍କ ପାଇଁ ଏକତ୍ରିତ ହେବାର ସୁଯୋଗ ମିଳିବ । ଓଡ଼ିଶାର ଲାଞ୍ଜିଗଡ଼ସ୍ଥିତ ବିଶ୍ୱସ୍ତରୀୟ ଆଲୁମିନା ବିଶୋଧନାଗାର, ଓଡ଼ିଶାର ଝାରସୁଗୁଡ଼ା, ତଥା ବାଲକୋ, ଛତିଶଗଡ଼ର କୋରବାଠାରେ ଥିବା ଭାରତର ଆଇକନିକ ବାଲକୋ ଅନ୍ତର୍ଭୁକ୍ତ । ମହାମାରୀ ପରେ ଏହି ପରିଦର୍ଶନ ପ୍ରଥମ ଅଟେ । କମ୍ପାନିର କର୍ମଚାରୀଙ୍କ ପରିବାରଙ୍କ ପାଇଁ ଏହା ଏକ ସ୍ମରଣୀୟ ମୁହୂର୍ତ ହୋଇ ରହିବ ।
ବେଦାନ୍ତ ଲିମିଟେଡ- ଆଲୁମିନିୟମ ବ୍ୟବସାୟର ସିଇଓ ଶ୍ରୀ ରାହୁଲ ଶର୍ମା ତାଙ୍କ ମତ ପ୍ରକାଶ କରି କହିଛନ୍ତିଯେ ବେଦାନ୍ତ ଆଲୁମିନିୟମରେ ଆମେ ବିଶ୍ୱାସ କରୁଯେ କର୍ମଚାରୀମାନେ ହେଉଛନ୍ତି ହେଉଛନ୍ତି ଆମର ବଡ଼ ସଂପତି ଓ ସେମାନଙ୍କ ପରିବାରକୁ ସମ୍ମାନ ପ୍ରଦର୍ଶନ କରିବା ହେଉଛି ଆମର କର୍ତବ୍ୟ । ସେମାନଙ୍କୁ ଆମ ବିଷୟରେ ଜଣାଇବା ଓ କାର୍ଯ୍ୟର ମହତ୍ୱ ବୁଝାଇବା ସହିତ ସେମାନଙ୍କ ସୁସ୍ଥତା ଓ ନିରାପତା ଯୋଗାଇବା ଦିଗରେ ଆମେ ପ୍ରତିଶ୍ରୁତିବଦ୍ଧ । ଏହି କାର୍ଯ୍ୟକ୍ରମ ଦ୍ୱାରା ଏକ ସମୃଦ୍ଧ କାର୍ଯ୍ୟ ପରିବେଶ ସୃଷ୍ଟି ହୋଇ ପାରିବ ।
ଝାରସୁଗୁଡ଼ାର ବେଦାନ୍ତ ମେଗା ଆଲୁମିନିୟମ କାରଖାନାରେ ଯୁବ କର୍ମଚାରୀଙ୍କ ପିତାମାତାଙ୍କୁ ଆମନ୍ତ୍ରଣ କରାଯାଇଥିଲା । ସେମାନେ ପ୍ଲାଂଟ ମଧ୍ୟରେ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ସେମାନଙ୍କୁ ପ୍ଲାଂଟ ମଧ୍ୟରେ ଥିବା ମୂଳ କ୍ଷେତ୍ରଗୁଡିକର ଏକ ଇମର୍ସିଭ୍ ଭ୍ରମଣରେ ନିଆଯାଇଥିଲା । ବେଦାନ୍ତ ଆଲୁମିନିୟମ ଦ୍ୱାରା କଂପାନିର କାର୍ଯ୍ୟକଳାପ ଗୁଡ଼ିକ ସାମାଜିକ ଅର୍ଥନୈତିକ ଅଭିବୃଦ୍ଧିରେ କିପରି ସହାୟକ ହେଉଛି ତାହାକୁ ପରିବାର ଗୋଷ୍ଠୀ ପରିଦର୍ଶନ କରିଥିଲେ ।
ବେଦାନ୍ତର ବାଲକୋ କାରଖାନାରେ ଏହି ପରିବାର ସଦସ୍ୟମାନେ ଏକ ସପ୍ତାହ ଧରି ଗ୍ରୀଷ୍ମ ଶିବିରରେ ଯୋଗ ଦେଇଥିଲେ । ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବେଦାନ୍ତ ଆଲୁମିନିୟମର ବାଲକୋ ସଂଗ୍ରହାଳୟ ପରିଦର୍ଶନ । ୧୯୬୫ ମସିହାରେ ମୁକ୍ତ ଭାରତର ପ୍ରଥମ ଶିଳ୍ପ ଭାବରେ ଭାରତ ପାଇଁ ବେଦାନ୍ତର ମହତ୍ୱକୁ ସେମାନେ ଅନୁଭବ କରିଥିଲେ ।
ଲଂଜିଗଡ଼ର ବେଦାନ୍ତ କାରଖାନା ଅନେକ ପରିବାରକୁ ପ୍ଲାଂଟ ପରିଦର୍ଶନରେ ନେଇଥିଲା । ସେମାନଙ୍କ ପାଇଁ ବିଭିନ୍ନ ମଜାଳିଆ ପରିବେଶ ସହିତ କାର୍ଯ୍ୟ ପରିବେଶର ଗରୁତ୍ୱ ବିଷୟରେ ସୂଚନା ଦିଆଯାଇଥିଲା ।