ବେଦାନ୍ତ ଆଲୁମିନିୟମ “ଆଲୁମିନିୟମ ୨୦୨୪”

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଜର୍ମାନୀର ଡସେଲଡର୍ଫରେ ହେବାକୁ ଥିବା ଆଲୁମିନିୟମ ୨୦୨୪ ବିଶ୍ୱ ବାଣିଜ୍ୟ ମେଳାରେ ଭାଗ ନେବାକୁ ଯାଉଛି । କମ୍ପାନି ଏହାର ବ୍ୟାପକ ଉତ୍ପାଦ ବର୍ଗ ମଧ୍ୟରେ ରେଷ୍ଟୋରା ବ୍ରାଣ୍ଡ ଅନ୍ତର୍ଗତ ଏହାର ସ୍ଥାୟୀ ଆଲୁମିନିୟମ ଅଫର ସହିତ ହଲ ନଂ୬, ବୁଥ ନଂ୬୪ଡି୫ରେ ପ୍ରଦର୍ଶିତ କରିବ । ଏହି ଇଭେଂଟ ବେଦାନ୍ତ ଆଲୁମିନିୟମକୁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ସହ ଆଲୁମିନିୟମ ଉତ୍ପାଦନରେ ଏହାର ଅଭିନବ ଆଭିମୁଖ୍ୟ ପ୍ରଦର୍ଶନ କରି ସ୍ଥିରତା ଓ ଅତ୍ୟାଧୁନିକ ଉତ୍ପାଦନକୁ ଗୁରୁତ୍ୱ ଦେବ ।
ଭାରତର ଆଲୁମିନିୟମ ଉତ୍ପାଦନର ପ୍ରାୟ ୫୦% ଅଂଶ ବେଦାନ୍ତ ଦ୍ୱାରା ବିଭିନ୍ନ ପ୍ରକାର ମୂଲ୍ୟଯୁକ୍ତ ଉତ୍ପାଦ ଯଥା ବିଲେଟ, ପ୍ରାଥମିକ ଫାଉଣ୍ଡ୍ରିି ଆଲଏଜ, ରୋଲିଂ ଉତ୍ପାଦ, ଓୟାର ରଡ ତିଆରି କରାଯାଇଥାଏ । କମ୍ପାନି ଏହାର ୫୦%ରୁ ଅଧିକ ଉତ୍ପାଦକୁ ସାରା ବିଶ୍ୱରେ ରପ୍ତାନି କରିଥାଏ । ୟୁରୋପ ବେଦାନ୍ତର ସ୍ଥିରତା କେନ୍ଦ୍ରିତ ଆଲୁମିନିୟମ ସମାଧାନ ଲାଗି ଏକ ପ୍ରମୁଖ ବଜାର ଅଟେ ।
ଆଲୁମିିନିୟମ ୨୦୨୪ରେ କମ୍ପାନିର ଧ୍ୟାନ ଏହାର ନିମ୍ନ ଅଙ୍ଗାରକାମ୍ଳ ଆଲୁମିନିୟମ ଉତ୍ପାଦ ଲାଇନ ରେଷ୍ଟୋରା ଉପରେ ରହିବ, ଯାହା ଭାରତର ପ୍ରଥମ ଅଟେ । ରେଷ୍ଟୋରା ଓ ରେଷ୍ଟୋରା ଅଲଟ୍ରା କାର୍ବନ ନିର୍ଗମନକୁ ହ୍ରାସ କରିବା ଲାଗି ଡିଜାଇନ କରାଯାଇଛି । ବିଶ୍ୱବ୍ୟାପୀ ବ୍ୟବସାୟକୁ ସୁଗମ କରି ପରିବେଶ ଦାୟିତ୍ୱକୁ ପ୍ରାଧାନ୍ୟ ଦେଇଥାଏ ।
ଏବିଷୟରେ ସୂଚନା ଦେଇ ମୁଖ୍ୟ ପରିଚାଳନା ଅଧିକାରୀ ସୁନିଲ ଗୁପ୍ତା, ବେଦାନ୍ତ ଆଳୁମିନିୟମ କହିଛନ୍ତି ଯେ ଆଲୁମିନିୟମ ଶିଳ୍ପ ପାଇଁଏକ ସାର୍ବଜନୀକ ସ୍ତରରେ ଆଲୁମିନିୟମ ୨୦୨୪ରେ ଆମର ସ୍ଥାୟୀ ଆଲୁମିନିୟମ ଉତ୍ପାଦ ପ୍ରଦର୍ଶନ କରିବାକୁ ଆମେ ଉତ୍ସାହିତ । ଏହା ନିମ୍ନ ଅଙ୍ଗାରକାମ୍ଳ ସାମଗ୍ରୀର ଚାହିଦା ପୂରଣ କରିଥାଏ । ଯାହା ବିଶ୍ୱସ୍ତରୀୟ ଷ୍ଟେକହୋଲଡରଙ୍କ ଦୃଷ୍ଟି ଆକର୍ଷଣ କରିବ ।
ବେଦାନ୍ତର ଆଲୁମିନିୟମ ଉତ୍ପାଦ ପ୍ରାୟ ୬୦ଟିରୁ ଅଧିକ ଦେଶକୁ ରପ୍ତାନୀ କରାଯାଉଛି ଓ ଅଟୋମୋବାଇଲ, ବୈଦ୍ରୁତିକ ଉପକରଣ, ଏରୋସ୍ପେଶ, ଅକ୍ଷୟଶକ୍ତି ଭଳି ଶିଳ୍ପକୁ ସେବା ଯୋଗାଉଛି ।
କମ୍ପାନିର ଉତ୍ପାଦଗୁଡ଼ିକ ଇପିଡି ଦ୍ୱାରା ଯାଂଚ କରାଯାଇ ଆନ୍ତର୍ଜାତିକ ଉଚ୍ଚ ସ୍ଥାୟୀ ମାନରେ ପ୍ରସ୍ତୁତ କରାଯାଉଛି । ଏହି ସବୁ ଆକଳନ ଗୁଡ଼ିକ ବେଦାନ୍ତ ଆଲୁମିନିୟମର ଉର୍ଜ୍ଜା ଦକ୍ଷତାରେ ନେତୃତ୍ୱ, ନିର୍ଗମନ ହ୍ରାସ ଓ ସମ୍ବଳ ସଂରକ୍ଷଣ ଭଳି ପଦକ୍ଷେପକୁ ନେଇ ପରିଚାଳିତ । ଏହା ବ୍ୟତୀତ ଝାରସୁଗୁଡ଼ାର ପ୍ଲାଂଟ ଏଏସଆଇ ଦ୍ୱାରା ପ୍ରମାଣିତ ଓ ସ୍ଥାୟୀ ଉତ୍କର୍ଷତା ପ୍ରଦାନରେ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି । ବେଦାନ୍ତ ମଧ୍ୟ ଏହାର ବିଭିନ୍ନ ଉତ୍ପାଦ ପାଇଁ ବିଆଇଏସରୁ ୧୫ଟି ପ୍ରମାଣପତ୍ର ହାସଲ କରିଛି । ଏହି ସଫଳତା ପୁନଶ୍ଚ ଏହାର ସ୍ଥାୟୀ ନିର୍ମାଣ ଅଭ୍ୟାସ କୌଶଳର ନେତୃତ୍ୱ ପାଇଁ ଉଭୟ ଭାରତ ଓ ବିଶ୍ୱରେ ପ୍ରଶଂସା ଭାଜନ ହୋଇପାରିଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *