ବେଦାନ୍ତ ଆଲୁମିନିୟମ ଶକ୍ତି ଉଦ୍ୟୋଗ ଲାଗି ଦୁଇଟି ନୂଆ ଉତ୍ପାଦ ଉନ୍ମୋଚନ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ତଥା ବିଶ୍ୱର ସର୍ବବୃହତ ଆଲୁମିନିୟମ ତାର ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏହାର ପାୱାର ଏଜ ୨୦୨୪ରେ ବିଦ୍ୟୁତ ଓ ଟ୍ରାନ୍ସମିଶନ ଉଦ୍ୟୋଗ ଲାଗି ଦୁଇଟି ଉଚ୍ଚମାନର ଉତ୍ପାଦ ଆଣିଛି । ପ୍ରଥମ ଏଏଲ ୫୯ ଇନଗଟ, ଉନ୍ନତ ବୈଦ୍ୟୁତିକ କଣ୍ଡକ୍ଟିଭିଟି, କାର୍ଯ୍ୟକ୍ଷମତା ଓ ଗଠନମୂଳକ ସନ୍ତୁଳନ ସହ ଷ୍ଟ୍ରିପ ପ୍ରୟୋଗ ଗୁଡ଼ିକ ଲାଗି ଏହା ଡିଜାଇନ ହୋଇଛି । ଉଭୟ ଉତ୍ପାଦ ସଠିକ ଇଂଜିନିୟରିରେ ନିର୍ମିତ ହୋଇଥିବାରୁ ପ୍ରୟୋଗ ଲାଗି ଅନୁକୂଳ ହୋଇପାରିବ ।
ଏହି ଉତ୍ପାଦ ଗୁଡ଼ିକ ପାୱାର ଏଜ ୨୦୨୪ରେ ପ୍ରଦର୍ଶିତ ହୋଇଥିଲା, ଏକ ଶିଳ୍ପ କେନ୍ଦ୍ରିତ ଇଭେଂଟ ଯାହା ଶକ୍ତି ଓ ଟ୍ରାନ୍ସମିଶନ ସେକ୍ଟରର ଭବିଷ୍ୟତର ରୋଡ ମ୍ୟାପ ଏବଂ ଏହାର ରୂପାନ୍ତରରେ ଆଲୁମିନିୟମର ଭୂମିକା ଉପରେ ବିଶେଷଜ୍ଞମାନଙ୍କ ଅଧିନ ଅଧିବଶେନ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ସହଯୋଗର ନୂଆ କ୍ଷେତ୍ର ଚିହ୍ନଟ କରିବାକୁ ଶିଳ୍ପ ଖେଳାଳୀମାନଙ୍କ ଲାଗି ଏକ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରୁଛି ।
୨୦୨୩ରେ ଭାରତର ବିଦ୍ୟୁତ ଚାହିଦା ୭% ବୃଦ୍ଧି ପାଇ ୨୦୨୬ରୁ ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ୬% ହେବ । ଏକ ନିରବଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଜେନେରେସନ ଷ୍ଟେସନର ଭିତିଭୂମିକୁ ସୁଦୃଢ କରିବା ଆବଶ୍ୟକ । ବେଦାନ୍ତ ଆଲୁମିନିୟମ ତାର ଗୁଡ଼ିକ ସେମାନଙ୍କ ଉନ୍ନତ କଣ୍ଡକ୍ଟିଭିଟି ଓ ଡିଜାଇନ ନମନୀୟତା ସହିତ ଶକ୍ତି କ୍ଷେତ୍ରରେ ପରିଚାଳନା ଦକ୍ଷତା ଓ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି ।
ଏହା ଉପରେ ମତ ଦେଇ ବେଦାନ୍ତ ଆଲୁମିନିୟମର, ସିଇଓ, ଜନ ସ୍ଲାଭେନ, କହିଛନ୍ତି ଯେ ପାୱାର ଏଜ ୨୦୨୪ ଶକ୍ତି କ୍ଷେତ୍ରର ପରିବର୍ତନକୁ ସକ୍ଷମ କରିବାରେ ଆଲୁମିନିୟମର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକିତ କରିଛି ଓ ଆମର ନୂଆ ଉତ୍ପାଦ ଏହି ଦର୍ଶନର ପ୍ରମାଣ ଅଟେ । ଶକ୍ତି ଶିଳ୍ପରେ ଡ୍ରାଇଭିଂ ଦକ୍ଷତା ଓ ସ୍ଥିରତା ପାଇଁ ଆମର ପ୍ରତିବଦ୍ଧତାକୁ ଆମେ ନିଶ୍ଚିତ କରୁ । ଆମର ପାରଦର୍ଶିତା ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ତଥା ଗ୍ରାହକଙ୍କ ଆବାଶ୍ୟକତାନୁଯାୟୀ ଉତ୍ପାଦ ସେବା ଅନୁସାରେ ଆମେ ଅଧିକ ଦକ୍ଷତା ହାସଲ କରିବାକୁ ଲକ୍ଷ୍ୟ ରଖିଛୁ ।
ବେଦାନ୍ତ ଆଲୁମିନିୟମ ଏଥିପାଇଁ ଗ୍ରାହକଙ୍କ ସହ ଘନିଷ୍ଟ ସଂପର୍କ ରଖିଛି । ତାର ଉଚ୍ଚମାନର ଉତ୍ପାଦରେ ୬୫୦କିଲୋ ଟନ ଉତ୍ପାଦନ କ୍ଷମତା ସହ କମ୍ପାନି ବିଭିନ୍ନ ପ୍ରକାରର ଗୁଣମାନର ଇସି ଗ୍ରେଡ ତାର, ଆଲୟ ତାର ଓ ପ୍ଲିପ କଏଲ ପ୍ରସ୍ତୁତ କରୁଛି । ଏହି ଉତ୍ପାଦ ଗୁଡ଼ିକ ୬୦ରୁ ଅଧିକ ଦେଶର ଗ୍ରାହକଙ୍କୁ ଉଚ୍ଚ ପ୍ରୟୋଗ ଲାଗି ଯୋଗାଇ ଦିଆଯାଉଛି । ଏହାର ଉଚ୍ଚ ସ୍ତରୀୟ ଗୁଣବତା ଯୋଗୁ ଏହା ଯୁକ୍ତରାଷ୍ଟ, ଇଟାଲି ପ୍ରମୁଖ ଦେଶ ସହ ବିଶ୍ୱସ୍ତରୀୟ ଚାହିଦା ପୂରଣ କରିପାରୁଛି ।
ଏହା ବ୍ୟତୀତ କମ୍ପାନିର ରେଷ୍ଟୋରା ଓ ଅଲଟ୍ରା ରେଞ୍ଜ, ଅକ୍ଷୟଶକ୍ତି ବ୍ୟବହାର କରାଯାଇ ନିର୍ମିତ ଓ ପୁନରୁଦ୍ଧାର ଆଲୁମିନିୟମ, ସର୍ବଭାରତୀୟ ସ୍ତରରେ ସର୍ବନିମ୍ନ କାର୍ବନ ପଦଚିହ୍ନକୁ ନିଶ୍ଚିତ କରିଥାଏ । ଏ କ୍ଷେତ୍ରରେ ବେଦାନ୍ତ ଆଲୁମିନିୟମ ହେଉଛି ପ୍ରଥମ ଯିଏକି ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଦ୍ୱାରା ପ୍ରସ୍ତୁତ ସମସ୍ତ ସାମଗ୍ରୀ ପାଇଁ ପ୍ରମାଣପତ୍ର ଲାଭ କରିଛି ।

ବେଦାନ୍ତ ଆଲୁମିନିୟମ କ୍ରମାଗତ ଭାବରେ ଉତ୍ପାର ନବସୃଜନ ଲାଗି ଗ୍ରାହକ ପ୍ରଥମ ଆଭିମୁଖ୍ୟକୁ ନେଇ କାର୍ଯ୍ୟ କରୁଛି । କମ୍ପାନିର ଗ୍ରାହକଙ୍କ ଚାହିଦା ଅନୁରୂପ ସାମଗ୍ରୀ ଉତ୍ପାଦନ କରି ଗ୍ରାହକଙ୍କ ବିଶ୍ୱାସ ଭାଜନ ହୋଇପାରିଛି । ଓଡ଼ିଶାର ଝାରସୁଗୁଡ଼ାଠାରେ କମ୍ପାନିର ଆଗାମୀ ଆଲୁମିନିୟମ ପାର୍କରେ ଡାଉନଷ୍ଟ୍ରିମ କମ୍ପାନିଗୁଡ଼ିକ ବେଦାନ୍ତର ମେଗା ଆଲୁମିନିୟମ ସ୍ମେଲଟରରୁ ଅଣାଯାଇଥିବା ଧାତୁକୁ ବ୍ୟବହାର କରୁଛନ୍ତି । ଏହା ସହିତ ବେଦାନ୍ତ ଆଲୁମିନିୟମ ନିକଟରେ ୭୫୦ରୁ ଅଧିକ ପ୍ରାଥମିକ ଆଲୁମିନିୟମ ଉତ୍ପାଦ ପାଇଁ ବିଶ୍ୱର ବୃହତ ଇ-ସୁପରଷ୍ଟାର ବେଦାନ୍ତ ମେଟାଲ ବଜାର ଲଂଚ କରିଛି, ଯାହା ଗ୍ରାହକଙ୍କ ପାଇଁ ଏକ ସରଳୀକୃତ ଚୁଡ଼ାନ୍ତ କ୍ରୟ ଅଭଭିଜ୍ଞତା ପ୍ରଦାନ କରିଥାଏ ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ଲାଗି କମ୍ପାନି ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି ।
.