ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ଆନ୍ତର୍ଜାତିକ ଆଲୁମିନିୟମ ସମ୍ମିଳନୀରପ୍ରଥମ ସଂସ୍କରଣ ଆୟୋଜନ କରିବ

ଆଲୁମିନିୟମ ଆସୋସିଏସନ ଅଫ ଇଣ୍ଡିଆର ସହଯୋଗରେ ଆୟୋଜିତ ଏହି ସମ୍ମିଳନୀରେ ଭାବ ଓ ଅଭ୍ୟାସର ସର୍ବୋତମ ଅଭ୍ୟାସ ଆଦାନ ପ୍ରଦାନର ସାକ୍ଷୀ ହେବ ଓ ଶିଳ୍ପପତି ମାନଙ୍କ ଦ୍ୱାରା ସୋକେଶର ନୂତନତା ଓ ବିକାଶକୁ ପ୍ରୋତ୍ସାହିତ କରିବ

ଭୁବନେଶ୍ୱର, ୭ଫେବ୍ରୁଆରି ୨୦୨୩: ଆଲୁମିନିୟମ ଉତ୍ପାଦନ କରୁଥିବା ଭାରତର ବୃହତ ଉତ୍ପାଦକ ହେଉଛି ବେଦାନ୍ତ ଆଲୁମିନିୟମ, ଫେବ୍ରୁଆରି ୯ ଓ ୧୦, ୨୦୨୩ରେ ଆଲୁମିନିୟମ ଆସୋସିଏସନ ଅଫ ଇଣ୍ଡିଆ ସହିତ ମିଳିତ ଭାବରେ ଆନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀର ପ୍ରଥମ ସଂସ୍କରଣ ଆୟୋଜନ କରିବ । ମେକିଂ ଇଣ୍ଡିଆକୁ ଆଲୁମିନିୟମ କ୍ୟାପିଟାଲ ଅଫ ୱାର୍ଲଡ ଉପରେ ଆଧାରିତ ଏହି ସମ୍ମିଳନୀ ଓଡ଼ିଶାର ଝରସୁଗୁଡ଼ା ଠାରେ ବେଦାନ୍ତ ଆନୁକୁଲ୍ୟରେ ଆୟୋଜିତ ହେବ ।

ଆଇଏସି ୨୦୨୩ର ଲକ୍ଷ୍ୟ ହେଉଛି ଗ୍ରାହକ, ଶେଷ ଗ୍ରାହକ, ଆଲୁମିନିୟମ ଉଦ୍ୟୋଗକୁ ବୈଷୟିକୀ, ସେବା ଓ କଂଚାମାଲର ଯୋଗାଣକାରୀ ଏବଂ ମୂଲ୍ୟ ଶୃଙ୍ଖଳା ମଧ୍ୟରେ ଅନ୍ୟାନ୍ୟ ଉଦ୍ୟୋଗୀଙ୍କୁ ମିଶାଇ ବିଶ୍ୱ ଆଲୁମିନିୟମ ଶିଳ୍ପ ଏବଂ ଏହାର ଅଂଶୀଦାରମାନଙ୍କୁ ଏକତ୍ର କରିବା । ଏହି ସମ୍ମିଳନୀରେ ଧାରଣା ଓ ସର୍ବୋତମ ଅଭ୍ୟାସ ଆଦାନ ପ୍ରଦାନ, ଏହି କ୍ଷେତ୍ରରେ ନୂଆ ଉଦ୍ଭାବନ ଓ ବିକାଶ ପ୍ରଦର୍ଶନ, ଶିଳ୍ପରେ ସ୍ଥରତାକୁ ପ୍ରୋତ୍ସାହନ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ।

ଏହି ସମ୍ମିଳନୀରେ ପ୍ରାଥମିକ ଧାତୁ ଉତ୍ପାଦକ, ଯନ୍ତ୍ରପାତି ଯୋଗାଣକାରୀ, ଉତ୍ପାଦ ବିକାଶ ଦଳ, ଶିକ୍ଷାନୁଷ୍ଠାନ, ଅନୁସନ୍ଧାନ କେନ୍ଦ୍ର ଓ ବିଶିଷ୍ଟ ଆନ୍ତର୍ଜାତିକ ବିଶେଷଜ୍ଞ ସମେତ ବିଭିନ୍‌ନ ଅଂଶଗ୍ରହଣକାରୀଙ୍କ ବୈଷୟିକ ଉପସ୍ଥାପନା ପ୍ରଦର୍ଶିତ ହେବ । ଆଇଏସି ୨୦୨୩ ନିମ୍ନ ପ୍ୟାନେଲ ଅଧିବେଶନରେ ଏକତ୍ରିତ ହେବେ:

୧. ଉତ୍ପାଦନରେ ବିଶ୍ୱ ନିବଶେକୁ ଆକର୍ଷିତ କରିବା ଓ ଭାରତୀୟ ଆଲୁମିନିୟମ ଉଦ୍ୟୋଗ ପାଇଁ ସୁଯୋଗ ସୃଷ୍ଟି
୨. ଆଲୁମିନିୟମ ଆଲୋଇସ ଓ ସନରାଇଜ ସେକ୍ଟରରେ ଉପଯୁକ୍ତ ପ୍ରୟୋଗ
୩. ଆଲୁମିନିୟମ ଉଦ୍ୟୋଗ ଓ ଗ୍ରୀନ ଆଲୁମିନିୟମର ସମ୍ଭାବନା
୪. ଆଲୁମିନିୟମର ନୂଆ ଉତ୍ପାଦ ବିକାଶ
୫. ଆଲୁମିନିୟମ ଶିଳ୍ପରେ ସ୍ଥରତାକୁ ପ୍ରୋତ୍ସାହିତ କରିବା

ଶ୍ରୀ ରାହୁଲ ଶର୍ମା, ସଭାପତି ଆଲୁମିନିୟମ ଆସୋସିଏସନ ଅଫ ଇଣ୍ଡିଆ ଓ ବେଦାନ୍ତ ଲିମିଟେଡର -ଆଲୁମିନିୟମ, ଶକ୍ତି ଓ ବନ୍ଦର ବ୍ୟବସାୟର ସିଇଓ କହିଛନ୍ତିଯେ- ଆମେ ଆଲୁମିନିୟମ ଶିଳ୍ପର ଅସୀମ ସମ୍ଭାବନାକୁ ବିଶ୍ୱାସ କରୁ ଏବଂ ଆର୍ନ୍ତଜାତୀୟ ଆଲୁମିନିୟମ ସମ୍ମିଳନୀର ପ୍ରଥମ ସଂସ୍କରଣ ଆୟୋଜନ କରି ଗର୍ବିତ । ଭାରତରେ ଆଲୁମିନିୟମର ବିପ୍ଳବ ପାଇଁ ଧାରଣା ସୃଷ୍ଟି, ଆଇଏସି ୨୦୨୩ ଶିଳ୍ପ ପାଇଁ ଏକତ୍ରିତ ହେବା ଓ ସ୍ଥାୟୀ ଭବିଷ୍ୟତ ଆଡକୁ ଅଗ୍ରସର ହେବା ଲାଗି ଏକ ଅନନ୍ୟ ସୁଯୋଗ ।

ଆଇଏସି ୨୦୨୩ ଦୁଇ ଦିନିଆ ପ୍ରଦର୍ଶନୀରେ ବିଭିନ୍ନ ଉଦ୍ୟୋଗୀଙ୍କ ପାଇଁ ନିଜକୁ ପ୍ରଦର୍ଶିତ କରିବାର ମାଧ୍ୟମ ହେବ । ଏଥି ପାଇଁ ପ୍ରଶ୍ନ ଥିଲେ ବକ୍ଷଙ୍କଜ୍ଞସଦ୍ଭସଙ୍କଜ୍ଞଗ୍ଦଙ୍କଜ୍ଞଜ୍ଞସଗ୍ଧ.ହଗ୍ଦଶଅଙ୍ଖରୟବଦ୍ଭଗ୍ଧବ.ମକ୍ଟ.ସଦ୍ଭ ରେ ପଠାଯାଇ ପାରିବ ।

ଆଲୁମିନିୟମ ଆସୋସିଏସନ ଅଫ ଇଣ୍ଡିଆ ୧୯୮୧ରେ ପ୍ରତିଷ୍ଠିତ ହୋଇଥିଲା । ଏହା ଭାରତୀୟ ଆଲୁମିନିୟମ ଉଦ୍ୟୋଗର ସମସ୍ତ ସ୍ପେକଟ୍ରମକୁ ପ୍ରତିନିଧିତ୍ୱ କରେ । ଉଦ୍ୟୋଗ ପାଇଁ ନୀତି ଓ ରଣନୀତି ପ୍ରସ୍ତୁତ କରିବା ସହିତ ଆଲୁମିନିୟମ ଉଦ୍ୟୋଗର ଅଭିବୃଦ୍ଧି ପାଇଁ ଏହା କାର୍ଯ୍ୟ କରୁଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *