ବେଦାନ୍ତ ଆଲୁମିନିୟମ ମେଗା ବିଜ୍ଞାନ ପ୍ରଦର୍ଶନୀକୁ ସହାୟତା କରିବା ସହିତ ଗ୍ରାମୀଣ ଓଡ଼ିଶାରେ ଷ୍ଟେମ ଶିକ୍ଷାକୁ ପ୍ରୋତ୍ସାହିତ କରିଛି


ଭୁବନେଶ୍ୱର, ୨୩ ନଭେମ୍ବର ୨୦୨୩: ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ସୁନ୍ଦରଗଡ଼ର ହେମଗିର ବ୍ଲକରେ ଆୟୋଜିତ ନ୍ୟାସନାଲ କାଉନସିଲ ଅଫ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଦ୍ୱାରା ଜାତୀୟ ସ୍ତରରେ ପଦକ୍ଷେପ ରାଷ୍ଟୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀକୁ ସମର୍ଥନ କରିଛି । ଏହି ପ୍ରଦର୍ଶନୀ ଜରୀଆରେ ଓ ସୁରଭି ଶିଶୁ ମହୋତ୍ସବ ପରି ପ୍ରଭାବଶାଳୀ ଶିକ୍ଷାଗତ ପଦକ୍ଷେପକୁ ନିୟମିତ ଉତ୍ସାହିତ କରି ବେଦାନ୍ତ ଆଲୁମିନିୟମ ଗୁଣାତ୍ମକ ଶିକ୍ଷା ତଥା ଯୁବ ମାନସିକତାକୁ ସୁଦୃଢ କରି ଗୋଷ୍ଠୀର ବିକାଶ ପାଇଁ ପ୍ରତିବଦ୍ଧତା ପ୍ରଦର୍ଶନ କରିଛି ।

ସରକାରଙ୍କ ଦ୍ୱାରା ଆୟୋଜିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲୁଆବାହାଲ ଠାରେ ଏକ ଦିନିଆ କାର୍ଯ୍ୟକ୍ରମରେ ବହୁ ବିଦ୍ୟାଳୟର ଅଧିକାରୀ, ଅଭିଭାବକ ଓ ପ୍ରଦର୍ଶନୀ ପରିଦର୍ଶକଙ୍କ ବ୍ୟତୀତ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଯୁବ ଛାତ୍ରମାନେ ପ୍ରଦର୍ଶନୀ ମାଧ୍ୟମରେ ବିଜ୍ଞାନର ସମ୍ଭାବନାକୁ ଉପଯୋଗ କରି ସମାଜର ଆବଶ୍ୟତା ପାଇଁ ଅନନ୍ୟ ସମାଧାନ ବିଷୟରେ ଜାଣିବାକୁ ପାଇଥିଲେ । ଏହି ପ୍ରଦର୍ଶନୀରେ ଗଣିତ ସମ୍ବନ୍ଧୀୟ ଧାରଣା, ଉପଯୁକ୍ତ ପୁଷ୍ଟିକରର ମହତ୍ୱ, ବର୍ଜ୍ୟବସ୍ତୁ ନିଷ୍କାସନ ପ୍ରଣାଳୀ , ସୌର ଶକ୍ତିର ଉପଯୋଗ ଓ ମିଲେଟକୁ ସୁପର ଫୁଡ ଭାବେ ବ୍ୟବହାର କରିବା ଲାଗି ଅଭିନବ ରେସିପି ଥିମ ବିଷୟରେ ଜାଣିବାକୁ ପାଇଥିଲେ । କମ୍ପାନି ପକ୍ଷରୁ ଛାତ୍ର ଛାତ୍ରୀମାନଙ୍କୁ ପ୍ରେରଣା ପ୍ରଦାନ କରାଯାଇଥିଲା । ଷ୍ଟେମ (ବିଜ୍ଞାନ , ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ) କ୍ଷେତ୍ରରେ ଉଚ୍ଚ ଶିକ୍ଷା ଗ୍ରହଣ କରିବାକୁ ପିଲାମାନେ ଚୟନ କରିବା ଉଚିତ ବୋଲି ପ୍ରେରଣା ଦିଆଯାଇଥିଲା ।

ଏହି ଅବସରରେ ଶ୍ରୀ ଭି. ଶ୍ରୀକାନ୍ତ, ସିଇଓ (ମାଇନ୍ସ), ବେଦାନ୍ତ ଲିମିଟେଡ-ଆଲୁମିନିୟମ ବ୍ୟବସାୟ, କହିଥିଲେଯେ ବେଦାନ୍ତ ଆଲୁମିନିୟମ ସର୍ବଦା ଗୋଷ୍ଠୀ ପ୍ରତି ସଚେତନ ରହିଛି । ଜାତୀୟ ଯୁବ ବୈଜ୍ଞାନିକ ପ୍ରଦର୍ଶନୀ ଭଳି ପଦକ୍ଷେପ ଆମର ସମର୍ଥନ ପରିବେଶ ପ୍ରୀତିକୁ ପ୍ରତିପାଦିତ କରେ । ଶିକ୍ଷାର ପରିବର୍ତନଶୀଳ ପ୍ରଭାବ ଉପରେ ଆମେ ଦୃଢ ବିଶ୍ୱାସ କରୁ ଓ ଏହି ଭଳି ପଦକ୍ଷେପ ମାଧ୍ୟମରେ ଆମେ ଆଗାମୀ ପୀଢି ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରିବା ।

ହେମଗିରି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ପ୍ରଧାନ ବେଦାନ୍ତର ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ । ସେ କହିଥିଲେଯେ ଆମ ବ୍ଲକରେ ବିଜ୍ଞାନ ପ୍ରଦର୍ଶନୀର ସଫଳତା ପଛରେ ବେଦାନ୍ତର ସମର୍ଥନ ଯୋଗୁ ଯୁବକ ମାନଙ୍କ ମଧ୍ୟରେ ନୂଆ ପ୍ରେରଣା ସୃଷ୍ଟି ହୋଇ ପାରିବ । ଛାତ୍ର ମାନଙ୍କ ମଧ୍ୟରେ ବୈଜ୍ଞାନିକ ହେବା ଚିନ୍ତାଧାରାକୁ ଉଜ୍ଜୀବିତ କରିବାରେ ବେଦାନ୍ତର ପ୍ରୟାସ ପ୍ରଶଂସନୀୟ ।

ବେଦାନ୍ତ ଆଲୁମିନିୟମର ମାଇନ୍ସ ବ୍ୟବସାୟ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଭିତିଭୂମି ଓ ତୃଣମୂଳ ସ୍ତରୀୟ କ୍ର୍ରୀଡ଼ା ପ୍ରତି ସମର୍ଥନ ସହ ଗୋଷ୍ଠୀର ଉନ୍ନତି ପାଇଁ ପ୍ରତିବଦ୍ଧ । ଏହାର ଉଲ୍ଲେଖନୀୟ ପଦକ୍ଷେପ ଯଥା ନନ୍ଦଘର ଆଧୁନିକ ଅଙ୍ଗନବାଡ଼ି ଜରିଆରେ ସମାଜରେ ମା ଓ ଶିଶୁ ମାନଙ୍କ ଯତ୍ନ ପାଇଁ କାର୍ଯ୍ୟ କରୁଛି । ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ର ପ୍ରତି ଉତ୍ସାହିତ କରି କମ୍ପାନି ବ୍ୟାଗ ଓ ଅନ୍ୟାନ୍ୟ ଉପକରଣ ଯୋଗାଉଛି । ଆହୁରି ମଧ୍ୟ ଗ୍ରାମୀଣ ଯୁବକମାନଙ୍କ ଶିକ୍ଷାର ବିକାଶ ଲାଗି ସେମାନଙ୍କ ସାମଗ୍ରିକ ବିକାଶ ପ୍ରତି ଯତ୍ନବାନ ରହିଛି । ଅଂଚଳରେ କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ କ୍ରୀଡ଼ା ଟୁର୍ଣ୍ଣାମେଂଟ ଓ ପ୍ରତିଯୋଗିତାମାନ ଆୟୋଜନ କରୁଛି ।

ଏହି ପଦକ୍ଷେପ ଗୁଡ଼ିକ ଜରିଆରେ କମ୍ପାନୀ ଏହାର କାର୍ଯ୍ୟକଳାପ କ୍ଷେତ୍ରରେ ତଥା ବାହାରେ ଗୋଷ୍ଠୀର ଜୀବନକୁ ସକ୍ରିୟ ଭାବେ ସମୃଦ୍ଧ କରୁଛି । ସ୍ଥାନୀୟ କର୍ତୃପକ୍ଷ, କଲ୍ୟାଣକାରୀ ସଂଗଠନ ଓ ଗୋଷ୍ଠୀ ସଦସ୍ୟଙ୍କ ସହ ମିଶି ଗ୍ରାମୀଣ ଓଡ଼ିଶାରେ ସମାଜିକ ବିକାଶ ପ୍ରତି କାର୍ଯ୍ୟ କରିଆସୁଛି ।

Leave a Reply

Your email address will not be published. Required fields are marked *