ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ବ୍ୟାପକ ସଡ଼କ ସୁରକ୍ଷା ଅଭିଯାନ ମାଧ୍ୟମରେ ଶୂନ୍ୟ କ୍ଷ୍ୟତି ମିଶନକୁ ସୁଦୃଢ଼ କରିଛି

0
Picture (2)

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡ଼ା ଏବଂ ଲାଞ୍ଜିଗଡ଼ରେ ଏହାର କାର୍ଯ୍ୟସ୍ଥଳରେ ସମନ୍ୱିତ ତଥା ପ୍ରଭାବଶାଳୀ ସଡ଼କ ସୁରକ୍ଷା ପଦକ୍ଷେପ ସହିତ ୩୭ତମ ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୬ ପାଳନ କରିଛି ଏବଂ ଯେଉଁଥିରେ ୨୦୦୦ରୁ ଅଧିକ କର୍ମଚାରୀ, ବ୍ୟବସାୟିକ ଅଂଶୀଦାର ଏବଂ ସ୍ଥାନୀୟ ସମୁଦାୟଙ୍କୁ ସାମିଲ କରିବା ସହିତ ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ସଡ଼କ ସୁରକ୍ଷା ଅଭିଯାନକୁ ପ୍ରୋତ୍ସାହିତ କରିଛି।

ସ୍ଥାନୀୟ କର୍ତୃପକ୍ଷ ଏବଂ ସମୁଦାୟ ଅଂଶୀଦାରମାନଙ୍କ ସହିତ ସହଭାଗୀତା କରି, କମ୍ପାନୀ ଦାୟିତ୍ୱପୂର୍ଣ୍ଣ ଗାଡିଚାଳନା ଆଚରଣ, ସଡ଼କ ଶୃଙ୍ଖଳା ଏବଂ ଜୀବନ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଭାବଶାଳୀ ଅଭିଯାନ ଆରମ୍ଭ କରିଛି। “ସଡ଼କ ସୁରକ୍ଷା, ଜୀବନ ରକ୍ଷା” ବିଷୟବସ୍ତୁ ଅଧୀନରେ, ପ୍ରମୁଖ ସମ୍ପ୍ରଦାୟ ସମ୍ପର୍କ ବିନ୍ଦୁଗୁଡ଼ିକରେ ସୁରକ୍ଷା ସଚେତନତାକୁ ସୁଦୃଢ଼ କରିବା ପାଇଁ ସଡ଼କ ସୁରକ୍ଷା କୁଇଜ୍‌, ସ୍ଲୋଗାନ ପ୍ରତିଯୋଗିତା, ସାଇକ୍ଲୋଥନ୍‌, ସଡ଼କ ସୁରକ୍ଷା ଟ୍ୟାଙ୍କ ପ୍ରତିଯୋଗିତା ଏବଂ ସଚେତନତା ଅଭିଯାନ ଭଳି ବହୁବିଧ କାର୍ଯ୍ୟକ୍ରମ ଜନସାଧାରଣଙ୍କ ସହଭାଗୀତାରେ ଅନୁଷ୍ଠିତ ହୋଇଥିଲା।

ସଚେତନତା ଅଭିଯାନର ଏକ ଅଂଶ ଭାବରେ, ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ସଡ଼କ ସୁରକ୍ଷାର ଗୁରୁତ୍ୱକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପମାନ ନିଆଯାଇଛି ଯେପରିକି:

  • ଝାରସୁଗୁଡାରେ, ଏହି ଅଭିଯାନରେ ଝାରସୁଗୁଡ଼ା ଆରଟିଓ ସହିତ ସହଭାଗୀତାରେ ଏକ ପ୍ରଭାବଶାଳୀ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ମାଧ୍ୟମରେ ପ୍ରାୟ ୧,୦୦୦ ଲୋକଙ୍କୁ ସାମିଲ କରାଯାଇଥିଲା। ନୁକ୍କଡନାଟକ ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରିବା ସହିତ ହେଲମେଟ୍ ବ୍ୟବହାର ଏବଂ ସିଟ୍ ବେଲ୍ଟର ବ୍ୟବହାରକୁ ତ୍ୱରାନ୍ନିତ କରିବା ତଥା ଅସୁରକ୍ଷିତ ଗାଡ଼ି ଚାଳନାର ପରିଣାମକୁ ଏଥିରେ ପ୍ରର୍ଦଶିତ କରାଯାଇଥିଲା। ଏହି ଅଭିଯାନ ସଡ଼କ ସୁରକ୍ଷା ବ୍ୟାଜ୍ ବଂଟନ ମାଧ୍ୟମରେ ସକାରାତ୍ମକ ଜନସାଧାରଣଙ୍କ ଅଂଶଗ୍ରହଣକୁ ଆହୁରି ପ୍ରୋତ୍ସାହିତ କରିଥିଲା।
  • ଲାଞ୍ଜିଗଡ଼ରେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଡ଼କ ସୁରକ୍ଷା ବାର୍ତା ପ୍ରଦାନକାରୀ ଏକ ରୋଡ୍ ରାଲି ସହିତ ପାଂଚଟି ସ୍କୁଲରେ ୧,୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚିଥିବା ଏକ ବିଦ୍ୟାଳୟ କାର୍ଯ୍ୟକ୍ରମ ଏବଂ ୧୦୦ ଜଣ ଅଂଶଗ୍ରହଣକାରୀଙ୍କ ସହିତ ଏକ ବାଇକ୍ ରାଲି ମାଧ୍ୟମରେ ସମାଜରେ ସଡ଼କ ସୁରକ୍ଷା ସଚେତନତା ବାର୍ତା ପ୍ରସାର କରାଯାଇଥିଲା। ଟ୍ରାଫିକ୍ ଉଲ୍ଲଂଘନର ଗମ୍ଭୀରତା ଉପରେ ଆଲୋକପାତ କରି ନୁକ୍କଡନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବା ସହିତ ୭୦ ଜଣ ଡ୍ରାଇଭରଙ୍କ ପାଇଁ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ଏବଂ ଆରୋହୀଙ୍କ ପାଇଁ ରାତି ସମୟରେ ଦୃଶ୍ୟମାନତା ବୃଦ୍ଧି କରିବା ପାଇଁ ସାଇକେଲ ବ୍ଲିଙ୍କର୍ ଲାଇଟ୍ ବଂଟନ ତଥା ସ୍ଥାପନ ଅନ୍ତର୍ଭୁକ୍ତ ଥିଲା, ଯାହା ସମସ୍ତ ରାସ୍ତା ବ୍ୟବହାରକାରୀଙ୍କ ପାଇଁ “ଜୀବନ ସୁରକ୍ଷା” ବାର୍ତାକୁ ଆହୁରି ଦୃଢ଼ କରିଥିଲା।

ଏହି ପଦକ୍ଷେପକୁ ପ୍ରଶଂସା କରି, ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ସଡକ ସୁରକ୍ଷା ସଚେତନତା, ଶୃଙ୍ଖଳା ତଥା ସଂଗଠନ ଏବଂ ସମ୍ପ୍ରଦାୟର ଏକ ସମାନ ସହଭାଗୀ ପ୍ରତିବଦ୍ଧତା ଦାବି କରେ। ଆମର ପ୍ରୟାସ ସଚେତନତାକୁ ଦୃଢ କରିବା ଏବଂ କର୍ମଚାରୀ, ଅଂଶୀଦାର ତଥା ସମ୍ପ୍ରଦାୟକୁ ନିରାପଦ ରାସ୍ତା ଅଭ୍ୟାସକୁ ଏକ ଦୈନନ୍ଦିନ ଶୃଙ୍ଖଳା ଭାବରେ ଗ୍ରହଣ କରିବା ପାଇଁ ସଶକ୍ତ କରିବା ସହିତ ଅର୍ଥପୂର୍ଣ୍ଣ ଆଚରଣଗତ ପରିବର୍ତନ ସୃଷ୍ଟି କରିବାରେ ସାହାଯ୍ୟ କରେ।

କମ୍ପାନିର ପ୍ରୟାସକୁ ପ୍ରସଂସା କରି, ଝାରସୁଗୁଡାର ଆଂଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର କହିଛନ୍ତି, “ବେଦାନ୍ତ ଆଲୁମିନିୟମର ଭୂମିଗତ କାର୍ଯ୍ୟ ଝାରସୁଗୁଡାରେ ସଡ଼କ ସୁରକ୍ଷା ସଚେତନତାକୁ ଉନ୍ନତ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ଏପରି ସହଯୋଗ ଦାୟିତ୍ୱପୂର୍ଣ୍ଣ ଡ୍ରାଇଭିଂ ଅଭ୍ୟାସକୁ ସୁଦୃଢ଼ କରିବାରେ ସାହାଯ୍ୟ କରେ, ଏବଂ ଆମେ ଏହି ସହଯୋଗକୁ ଆହୁରି ବିସ୍ତାର କରିବାକୁ ଆଶା କରୁଛୁ।”

ଲାଞ୍ଜିଗଡ଼ର ଜଣେ ଭାରୀ ଯାନ ଚାଳକ ମଲେଶ ନାଏକ କହିଛନ୍ତି, “ଡ୍ରାଇଭର ଭାବରେ, ସ୍ପଷ୍ଟ ଦୃଷ୍ଟି ଆମର ସବୁଠାରୁ ବଡ଼ ଦାୟିତ୍ୱ ଏବଂ ମାଗଣା ଚକ୍ଷୁ ପରିକ୍ଷା ମୋତେ ମୋର ନିଜ ସୁରକ୍ଷା ତଥା ରାସ୍ତାରେ ଅନ୍ୟମାନଙ୍କ ସୁରକ୍ଷା ଉପରେ ଅଧିକ ଆତ୍ମବିଶ୍ୱାସ ଦେଇଛି। ମୁଁ ଲମ୍ବା ଗାଡ଼ି ଚଲାଏ ଏବଂ ଏହା ମୋତେ ଚେତେଇ ଦେଇଛି ଯେ ଗାଡ଼ି ଚାଳନା ପରେ ସୁରକ୍ଷିତ ରହିବା ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କେତେ ଗୁରୁତ୍ୱପୂର୍ଣ୍ଣ।

ଏହି ସମନ୍ୱିତ ପ୍ରୟାସ ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ୍ ସୁରକ୍ଷା ସଂସ୍କୃତିକୁ ସମର୍ଥନ ତଥା ସୁଦୃଢ କରିଚାଲିଛି, ଏହାର ଜିରୋ ହାର୍ମ ପ୍ରତିବଦ୍ଧତାକୁ ଆଗକୁ ବଢାଇବା ସହିତ କାର୍ଯ୍ୟକ୍ଷମ କ୍ଷେତ୍ରଗୁଡ଼ିକରେ ସୁରକ୍ଷିତ ରାସ୍ତା ଏବଂ ସୂଚନାପ୍ରାପ୍ତ ସମୁଦାୟଗୁଡ଼ିକୁ ସଚେତନ କରିଛି।

Leave a Reply

Your email address will not be published. Required fields are marked *

You may have missed