ବେଦାନ୍ତ ଆଲୁମିନିୟମ ପକ୍ଷରୁ ନ୍ୟାସନାଲ ଫରେନସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ),ଗାନ୍ଧିନଗର ସହିତ ଏମଓୟୁ ସ୍ୱାକ୍ଷର

ଏହାର ସିକ୍ୟୁରିଟି ବୃତିଧାରୀଙ୍କ ପାଇଁ ଗବେଷଣା, ତାଲିମ ଓ ଶିକ୍ଷଣୀୟ ପଦକ୍ଷେପ ହାସଲ ଲକ୍ଷ୍ୟ ରଖିଛି
ନୂଆଦିଲ୍ଲୀ, ୧୦ମଇ ୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ଅଗ୍ରଣୀ ମେଟାରଲଜିକାଲ ଗ୍ରେଡର ଆଲୁମିନିୟମ ନିର୍ମାତା ଏହାର ସିକ୍ୟୁରିଟି ବୃତିଧାରୀଙ୍କ ପାଇଁ ଗବେଷଣା, ତାଲିମ ଓ ଶିକ୍ଷଣୀୟ ପଦକ୍ଷେପ ଲକ୍ଷ୍ୟ ଉଦ୍ଦେଶ୍ୟକୁ ନେଇ ନ୍ୟାସନାଲ ଫରେନସିକ ସାଇନସ ବିଶ୍ୱବିଦ୍ୟାଳୟ ସହିତ ଏକ ଏମଓୟୁ ସଂପାଦନ କରିଛି । ନ୍ୟାସନାଲ ଫରେନସିକ ସାଇନସ ବିଶ୍ୱବିଦ୍ୟାଳୟ ହେଉଛି ବିଶ୍ୱର ଏକ ଖାତନାମା ଫରେନସିକ ବିଶ୍ୱବିଦ୍ୟାଳୟ ଓ ଏଠାରେ ଫରେନସିକ ଓ ହୋମଲ୍ୟାଣ୍ଡ ସିକ୍ୟୁରିଟି ଉପରେ ଉଚ୍ଚସ୍ତରୀୟ ଶିକ୍ଷା ପ୍ରଦାନ କରାଯାଇଥାଏ ।
ଏହି ଏମଓୟୁ ଏନଏଫଏସୟୁର ଭାଇସ ଚାନସେଲର ଡ. ଜେ.ଏମ. ବ୍ୟାସଙ୍କ ଉପସ୍ଥିତିରେ ବେଦାନ୍ତ ଆଲୁମିନିୟମ ବିଜିନେସର ମୁଖ୍ୟ ସିକ୍ୟୁରିଟି ଓ ଇଂଟେଲିଜେଂଟ ଅଫିସର ଶ୍ରୀ ଅବତାର ସିଂ ଓ ଏନଏଫଏସୟୁର କ୍ୟାଂପସ ନିର୍ଦ୍ଦେଶକ ପ୍ରଫେସର ପୁରବୀ ପୋଖରିୟାଲଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଏନଏଫଏସୟୁରୁ ଉପଯୁକ୍ତ ଶିକ୍ଷା ଓ ଅଭିଜ୍ଞତା ପାଇବାକୁ ବେଦାନ୍ତ ଆଶା କରେ । ଏହା ଦ୍ୱାରା ବେଦାନ୍ତର ଏହି ସ୍ତରରେ ଥିବା ବୃତିଧାରୀମାନେ ଉପଯୁକ୍ତ ଜ୍ଞାନଲାଭର ସୁଯୋଗ ପାଇ ପାରିବେ ।
ଚା ଏହାର ସୁରକ୍ଷା ତଥା ବୃତିଗତମାନଙ୍କୁ ଏନଏଫଏସୟୁର ଉପଯୁକ୍ତ ଶିକ୍ଷା ଓ ଅଭିଜ୍ଞତା ଏବଂ ଉପଯୁକ୍ତ ଦକ୍ଷତା ବିକାଶ ପାଇଁ ସୁଯୋଗ ଦେବା ।
ଚା ଏନଏଫଏସୟୁର ପ୍ରତିଭାଧାରୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ମାର୍ଗ ସୃଷ୍ଟି ହୋଇ ପାରିବ ।
ଚା କଂପାନିର ସୁରକ୍ଷା ଓ ଗୁପ୍ତଚର କାର୍ଯ୍ୟରେ ଏକ ମୌଳିକ ପରିବର୍ତନ ଆସିପାରିବ ।
ଚା ଫୋରେନସିକ ଓ ସୁରକ୍ଷା ବିଶେଷଜ୍ଞ ଏନଏଫଏସୟୁର ବ୍ୟାପକ ନେଟୱର୍କ ସହିତ କାର୍ଯ୍ୟ କରି ଶିଳ୍ପ ସମସ୍ୟାର ସମାଧାନ ପାଇ ପାରିବେ ।
ନ୍ୟାସନାଲ ଫରେନସିକ ସାଇନସ ବିଶ୍ୱବିଦ୍ୟାଳୟ ସହିତ ଏହି ସହଭାଗୀତାକୁ ନେଇ ବେଦାନ୍ତ ଆଲୁମିନିୟମ ବିଜିନେସର ସିଇଓ ଶ୍ରୀ ରାହୁଲ ଶର୍ମା କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମ ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ଏହାର ବୃହତ ବିଶ୍ୱଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ରିଫାଇନାରୀ ଓ ପାୱାର ପ୍ଲାଂଟ ଓଡ଼ିଶା ଏବଂ ଛତିଶଗଡ଼ରେ ପରିଚାଳିତ । ବର୍ତମାନ ଆମ ସଂସ୍ଥା ଓ ଏହାର ଲୋକମାନଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ,ଯେଉଁମାନେ ଗୁରୁତ୍ୱତ୍ପୂର୍ଣ୍ଣ କଂଚାମାଲ ତିଆରି କାର୍ଯ୍ୟରେ ଅଛନ୍ତି ଓ ଏହି ମାଲ ୩୦ରୁ ଅଧିକ ଦେଶକୁ ପରିବେଷଣ କରାଯାଉଛି ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆମର ଏହି ପ୍ରୟାସ । ନ୍ୟାସନାଲ ଫରେନସିକ ସାଇନସ ବିଶ୍ୱବିଦ୍ୟାଳୟ ସହିତ ଏହି ଏମଓୟୁ ସଂପାଦିତ ହୋଇ ଥିବାରୁ ଆମେ ବହୁତ ଖୁସି । ଏହା ଦ୍ୱାରା ଆମେ ଶିଳ୍ପ ଓ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ଶିଳ୍ପ ସୁରକ୍ଷା ଓ ଜ୍ଞାନ ଦକ୍ଷତାକୁ ବୃଦ୍ଧି କରିପାରିବୁ ।
ପ୍ରଫେସର ପୁରବୀ ପୋଖରିୟାଲ କ୍ୟାଂପସ ନିର୍ଦ୍ଦେଶକ ନ୍ୟାସନାଲ ଫରେନସିକ ସାଇନସ ବିଶ୍ୱବିଦ୍ୟାଳୟ କହିଥିଲେଯେ ଶିକ୍ଷାନୁଷ୍ଠାନ ସହିତ ଶିଳ୍ପ ସଂସ୍ଥାକୁ ସମନ୍ୱୟ କରି ଆମେ ଉଭୟ ବ୍ୟାବହାରିକ ଓ ଗବେଷଣା ଉପରେ ଗୁରୁତ୍ୱ ଦେଇ ପାରିବୁ । ଶ୍ରୀ ଅବତାର ସିଂ ମଧ୍ୟ ଅତିଥି ବକ୍ତା ଭାବେ ଏନଏଫଏସୟୁରେ ପୋଲିସ ବିଜ୍ଞାନ ଓ ସୁରକ୍ଷା ଜ୍ଞାନ ସ୍କୁଲ ଛାତ୍ରଛାତୀମାନଙ୍କୁ ଶିଳ୍ନ ନିରାପତାର ବିଭିନ୍ନ ଦିଗ, ବେଦାନ୍ତ ଆଲୁମିନିୟମରୁ ଉପଯୁକ୍ତ ବ୍ୟାବହାରିକ ଜ୍ଞାନ ଲାଭ, ବୈଷୟିକୀ ନିବେଶ ଓ ଶିଳ୍ପ ସଂସ୍ଥା ପାଇଁ ଆବଶ୍ୟକତା ସଂପର୍କରେ କହିଥିଲେ ।
ବେଦାନ୍ତ ଆଲୁମିନିୟମ, ବେଦାନ୍ତ ଲିମିଟେଡର ଏକ ବ୍ୟବସାୟ, ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ଆର୍ଥିକ ବର୍ଷ ୨୦୨୨ରେ ଭାରତ ପାଇଁ ଅର୍ଦ୍ଧେକ ଆଲୁମିନିୟମ ଅର୍ଥାତ ୨.୨୬ ନିୟୂତ ଟନ ଉତ୍ପାଦନ କରିଛି । ଏହା ଏକ ଅଗ୍ରଣୀ ମୂଲ୍ୟଯୁକ୍ତ ଉତ୍ପାଦ ସୃଷ୍ଟିକାରୀ । ଏହାର ବିଶ୍ୱଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ରିଫାଇନାରି ଓ ପାୱାରପ୍ଲାଂଟକୁ ନେଇ କଂପାନି ଏକ ସବୁଜ ଭବିଷ୍ୟତ ଉଦ୍ଦେଶ୍ୟରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ଭବିଷ୍ୟତର ଧାତୁ ରୂପେ ସ୍ୱପ୍ନ ପୂରଣ କରିବା ପ୍ରୟାସ ଜାରି ରଖିଛି ।