ବେଦାନ୍ତ ଆଲୁମିନିୟମକୁ ଶକ୍ତି ଦକ୍ଷତା କ୍ଷେତ୍ରରେ ଅଭିନବ ପ୍ରଦର୍ଶନ ଲାଗି ସିଆଇଆଇ ଦ୍ୱାରା ସ୍ୱୀକୃତି

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଏହାର ଆଲୁମିନା ରିଫାଇନାରୀରେ ନିୟୋଜିତ ଶକ୍ତି ଦକ୍ଷତା ଅଭ୍ୟାସକୁ ସ୍ୱୀକୃତି ଦେଇ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି ଜାତୀୟ ଶକ୍ତି ଦକ୍ଷତା ସର୍କଲ ପ୍ରତିଯୋଗିତା ୨୦୨୪ରେ ସମ୍ମାନିତ ହୋଇଛି । ଲାଞ୍ଜିଗଡ଼଼ର ୟୁନିଟକୁ ଏହି ବର୍ଗରେ ପୁସ୍କାର ପ୍ରଦାନ କରାଯାଇଛି ଏବଂ ଶ୍ରେଷ୍ଠ ଶକ୍ତି ଦକ୍ଷ ସଂଗଠନ ଓ ସର୍ବୋତମ ପରିଚାଳନା ବୈଦ୍ୟୁତିକ ବ୍ୟବସ୍ଥା ବର୍ଗରେ ମଧ୍ୟ ବିଶେଷ ପ୍ରଶଂସା ମିଳିଛି । ଏହି ପୁରସ୍କାର ବେଦାନ୍ତର ସଂପୂର୍ଣ୍ଣ ବ୍ୟବସାୟିକ କାର୍ଯ୍ୟ ସୁନିଶ୍ଚିତ କରିବା ଉପରେ ଗଭୀର ଧ୍ୟାନକୁ ସ୍ୱୀକାର କରେ ।
ବେଦାନ୍ତ ଆଲୁମିନିୟମର ବିଶ୍ୱସ୍ତରୀୟ ବିଶୋଧନାଗାରକୁ ଉଚ୍ଚମାନର ଆଲୁମିନା ଉତ୍ପାଦନ ଦାୟିତ୍ୱ ଦିଆଯାଇଛି ଯାହା ପରବର୍ତି ପର୍ଯ୍ୟାୟରେ ଝାରସୁଗୁଡ଼ା ଓ ଛତିଶଗଡ଼ର କୋରବା ଠାରେ ଥିବା ସ୍ମେଲଟରରେ ପ୍ର୍ରକିୟାକୃତ ହୋଇଥାଏ । ୨୦୫୦ ସୁଦ୍ଧା ନେଟ ଜିରୋ କାର୍ବନ ଏମିଶନ ହାସଲ କରିବା ପାଇଁ ବେଦାନ୍ତର ପ୍ରତିବଦ୍ଧତାକୂ ବଢାଇବା ଲାଗି ଏହାର କାରଖାନାରେ ୨୯ରୁ ଅଧିକ ଶକ୍ତି ଦକ୍ଷତା ପ୍ରକଳ୍ପ କାର୍ଯ୍ୟ କରୁଛି ।
ବେଦାନ୍ତ ଲାଞ୍ଜିଗଡ଼ ସମ୍ମାନ ଗ୍ରହଣ କରିଥିବା ଏହି ପ୍ରକଳ୍ପ ଗୁଡ଼ିକରେ ଶକ୍ତି ସଂଚୟ ପାଇଁ ଶକ୍ତି ବଂଟନ ପ୍ରଣାଳୀରେ ଉନ୍ନତି, ବିଦ୍ୟୁତ ବ୍ୟବହାର ପ୍ରଣାଳୀରେ ବାୟୋମାସ ବ୍ରିକେଟ ବ୍ୟବହାର ହୋଇ ଅକ୍ଷୟ ଇନ୍ଧନ ଶକ୍ତିକୁ ବ୍ୟବହାର କରାଯାଉଛି । ଏହି ପ୍ରକଳ୍ପ ଗୁଡ଼ିକରେ ଶକ୍ତି ସଂଚୟ ଦ୍ୱାରା କାର୍ଯ୍ୟକ୍ଷମତା ଯଥେଷ୍ଟ ବୃଦ୍ଧି ପାଇଛି । କେବଳ ୨୦୨୪ରେ ବେଦାନ୍ତ ଲାଂଜିଗଡ଼ର ଉଦ୍ୟମ ଦ୍ୱାରା ୬୯,୦୦୦ଟନରୁ ଅଧିକ ସିଓ୨ ନିର୍ଗମନ ହ୍ରାସ ପାଇଛି ।
ଏହି ସ୍ୱୀକୃତି ଉପରେ ମତ ଦେଇ ବେଦାନ୍ତ ଆଲୁମିନିୟମର ସିଇଓ, ଜନ ସ୍ଲାଭେନ କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମରେ ଆମେ ସ୍ଥାୟୀ ବ୍ୟବସାୟିକ ଅଭ୍ୟାସ ଉପରେ ଆଧାରିତ କାର୍ଯ୍ୟ କୁଶଳତା କ୍ଷେତ୍ରରେ ନୂତନ ମାନଦଣ୍ଡ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛୁ । ଏହି ପରିପ୍ରେକ୍ଷୀରେ ଆମର ଏହି ଉଦ୍ୟମକୁ ସିଆଇଆଇ ଦ୍ୱାରା ସମ୍ମାନିତ କରାଯିବା ଆମ ପାଇଁ ଗୌରବ । ଆମେ ନେଟ ଜିରୋ ମାଇଲଖୁଂଟ ହାସଲ କରିବା ଲାଗି ଆମର ନିରନ୍ତର ପ୍ରତିବଦ୍ଧତାର ଏକ ଉତ୍ସାହଜନକ ପ୍ରତିଫଳନ ଦେଖାଇପାରିଛୁ ।
ବେଦାନ୍ତ ଲାଞ୍ଜିଗଡ଼ ଏହାର କାର୍ଯ୍ୟରେ ଶକ୍ତି କ୍ଷମତାକୁ ବ୍ୟାପକ କରିବା ଲାଗି ପୃଥକ ପୃଥକ ପ୍ରକଳ୍ପ ନିଯୋଜିତ କରିଛି ଯଥା
ଚା ଜଳ କୁଲିଂ ପ୍ରଣାଳୀରେ ଆଂଟି ଘର୍ଷଣ ଶକ୍ତି କ୍ଷମତାର ବୃଦ୍ଧି କରି ଶକ୍ତି ବ୍ୟବହାରକୁ ୪୬୯ ମେଗାୱାଟକୁ କମାଇଛି । ଏସଏଚଜି ସଂଚୟ ବାର୍ଷିକ ୩୫୫ ଟନ ସିଓ୨ ହୋଇଛି ।
ଚା ବକ୍ସାଇଟକୁ ସମାନ ଭାବରେ ଭାଙ୍ଗିବା ଲାଗି ବ୍ୟବହୃତ ବଲ ମିଲ ଗୁଡ଼ିକର ଉନ୍ନତି କରିଛି । ବୈଦ୍ୟୁତିକ ଶକ୍ତି ବ୍ୟବହାରକୁ ବାର୍ଷିକ ୨୪୦୦ ମେଗାୱାଟକୁ କମାଇପାରିଛି ଏବଂ ଯେଉଁଥିରେ ବାର୍ଷିକ ୧୭୦୨ ଟନ ସିଓ୨ ସଂଚୟ ହୋଇପାରିବ ।
ଚା ପ୍ଲାଂଟର ବୈଦ୍ୟୁତିକ ବଂଟନ ଏବଂ ରକ୍ଷଣାବେକ୍ଷଣ ପ୍ରଣାଳୀର ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ କରାଯାଇଛି ଯାହାକି ତ୍ରୁଟି ହ୍ରାସ ପାଇଁ ଉନ୍ନତ ମନିଟରିଂ ଏବଂ ଶକ୍ତି ପଠନ ରିପୋର୍ଟକୁ ସକ୍ଷମ କରିଛି ।
ଶକ୍ତି କ୍ଷମତାରେ ଅକ୍ଷୟ ଶକ୍ତି ଗ୍ରହଣ ଓ ଶିଳ୍ପଗୁଡ଼ିକରେ ଜଳବାୟୁ ପରିବର୍ତନ ହ୍ରାସ କରିବାରେ ସର୍ବୋତମ ଅଭ୍ୟାସକୁ ଆପଣାଇ ସିଆଇଆଇ ଜାତୀୟ ଶକ୍ତି ଦକ୍ଷତା ସର୍କଲ ପ୍ରତିଯୋଗିତତାରେ ଭାରତ ସରକାରଙ୍କ ବିଇଇ-ପିଏଟି ଯୋଜନାରେ ଥିବା ଶିଳ୍ପ ସ୍ତରୀୟ ମାନ୍ୟତା ହାସଲ କରିଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।.

Leave a Reply

Your email address will not be published. Required fields are marked *