ବେଦାନ୍ତ ଆଲୁମିନିୟମ ପିଡବଲ୍ୟୁସି ସହଯୋଗରେ ଝାରସୁଗୁଡ଼ା ଅଂଚଳରେ ଗୋଷ୍ଠୀ କୈନ୍ଦ୍ରିକ ଅଙ୍ଗାରକାମ୍ଳ ହ୍ରାସ ପାଇଁ ଚାଲୁ ରହିଥିବା କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ସ୍ଥାୟୀ ବିକାଶରେ ଅଗ୍ରଣୀ ଥିବା ବେଦାନ୍ତ ଆଲୁମିନିୟମ ପିଡବଲ୍ୟୁସି ଇଣ୍ଡିଆ ସହଯୋଗରେ ଓଡ଼ିଶାରେ ଜୈବ ବିବିଧତା ଓ କାର୍ବନ ହ୍ରାସ ପ୍ରୟାସ ପଦକ୍ଷେପ ଦ୍ୱାରା ପରିବେଶ ନେତା ଭାବରେ ନିଜ ସ୍ଥିତିକୁ ସୁଦୃଢ କରିଛି । ଏହି ସହଯୋଗ ପରିବେଶ ସଂରକ୍ଷଣ ଓ ଗୋଷ୍ଠୀର ଯୋଗଦାନ ପାଇଁ ଅଭିନବ ପଦ୍ଧତି ପ୍ରଣୟନ କରି ନିରନ୍ତର ବିକାଶ ଲାଗି ଏହାର ପ୍ରତିବଦ୍ଧତା ଅଟେ ।
ପିଡବଲ୍ୟୁସି ଇଣ୍ଡିଆ ସହ ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର କରି ପରିବେଶ ସନ୍ତୁଳନତା ଉପରେ ଗୁରୁତ୍ୱ ଦେବା, ଜଳବାୟୁ ପ୍ରଭାବକୁ ହ୍ରାସ କରିବା ଓ ଗୋଷ୍ଠୀର ଉନ୍ନତି ଲାଗି ଡିଜାଇନ ହୋଇଥିବା ବିଭିନ୍ନ ଅଗ୍ରଣୀ ପ୍ରକଳ୍ପ ରହିଛି । ଏହି ପଦକ୍ଷେପ ବିଶେଷ କରି ଜୈବ ବିବିଧତା ସଂରକ୍ଷଣ ଓ ଅଙ୍ଗାରକାମ୍ଳ ହ୍ରାସ ପାଇଁ ଏକ ଉଲ୍ଲେଖନୀୟ ପ୍ରଭାବ ସୃଷ୍ଟି କରିବ ।
ପିଡବଲ୍ୟୁସି ଇଣ୍ଡିଆ ସହଯୋଗରେ ଡିଜାଇନ ଓ କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପ ଗୁଡ଼ିକ ହେଉଛି: ଉନ୍ନତ କାର୍ବନ ସିକ୍ୱେଷ୍ଟେସନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ୱୟନ, ନିର୍ଗମନକୁ କମ କରିବା ଲାଗି ଅଙ୍ଗାରକାମ୍ଳ କ୍ରେଡିଟ ସୃଷ୍ଟି କରିବ । ଜିଏସ ଆଧାରିତ ମ୍ୟାପିଂ ଉପକରଣ ଓ ଋତୁକାଳୀନ ଯୋଜନାଗୁଡ଼ିକୁ ବ୍ୟବହାର କରି ପ୍ରାକୃତିକ ଇକୋ ସିଷ୍ଟମର ପୁନରୁଦ୍ଧାର ପ୍ରୟାସ । ଜୈବ ଇନ୍ଧନ ବ୍ୟବହାରକୁ କମ କରି ନିର୍ଗମନକୁ କମ କରିବା ଲାଗି ଗୋଷ୍ଠୀ ମଧ୍ୟରେ ଶକ୍ତି ଦକ୍ଷ ରନ୍ଧନ ଚୁଲା ବଂଟନ । ସ୍ଥାନୀୟ ଜୈବ ବିବିଧତା ବୃଦ୍ଧି ପାଇଁ ଚେଷ୍ଟା କରା ଯିବ ।
ଏହି ପ୍ରୟାସରେ ସ୍ଥାନୀୟ ଏନଜିଓ ଏବଂ ଜୈବ ବିବିଧତା ପରିଚାଳନା କମିଟିର ମିଳିତ ସହଯୋଗରେ ବିସ୍ତୃତ ବାସସ୍ଥାନ ବିକାଶ ଯୋଜନା ଦ୍ୱାରା ଅବକ୍ଷୟିତ ଜମି ଗୁଡ଼ିକର ପୁନଃରୁଦ୍ଧାର କରାଯିବ । ସ୍ଥାନୀୟ ଗୋଷ୍ଠୀରେ ୨୦୦୦ ଉନ୍ନତ ଚୁଲା ବଂଟନ କରାଯିବ ଓ ସ୍ୱଛ ରନ୍ଧନ ପ୍ରଣାଳୀକୁ ପ୍ରୋତ୍ସାହିତ କରାଯିବ । କମ୍ପାନି ମଧ୍ୟ ଜିଏସ ଆଧାରିତ ମ୍ୟାପିଂ ଓ ମୌସୁମୀ ପୁନଃରୁଦ୍ଧାର ଯୋଜନା ବ୍ୟବହାର କରି ପରିବେଶ ଅସନ୍ତୁଳନତାକୁ ସମାଧାନ କରିବ । ଏହି ପଦକ୍ଷେପ ଗୁଡ଼ିକ ବେଦାନ୍ତ ଆଲୁମିନିୟମର ସ୍ଥାୟୀ ବିକାଶ ଓ ପରିବେଶ ପରିଚାଳନା ଲାଗି ଅଦମ୍ୟ ପ୍ରତିବଦ୍ଧତାକୁ ସୂଚାଏ ।
ଏହି ସହଭାଗିତା ଉପରେ ମତ ଦେଇ ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ, ସୁନୀଲ ଗୁପ୍ତା କହିଛନ୍ତି ଯେ ପିଡବଲ୍ୟୁସିର ସହଭାଗିତାରେ ଆଲୁମିନିୟମର ସ୍ଥାୟୀ ବିକାଶ ଓ ବୃଦ୍ଧି ତଥା ପରିବେଶ ପରିଚାଳନା ପ୍ରତି ପ୍ରତିବଦ୍ଧତାକୁ ସୁଦୃଡ କରିବ । ଶିଳ୍ପ କ୍ଷେତ୍ରରେ ଏହି ପ୍ରୟାସ ଉପରେ ଗୁରୁତ୍ୱ ଦେଇ ଆମେ ପୂର୍ଣ୍ଣ ବ୍ୟବସାୟ ଲାଗି ନୂଆ ମାପଦଣ୍ଡ ସ୍ଥିର କରିବାକୁ ଲକ୍ଷ୍ୟ ରଖିଛୁ ।
ପ୍ରଭାବଶାଳୀ ଯୋଜନା ଓ କାର୍ଯ୍ୟକାରୀତାକୁ ସୁନିଶ୍ଚିତ କରିବା ଲାଗି ବେଦାନ୍ତ ଆଲୁମିନିୟମ ଓ ପିଡବଲ୍ୟୁସି ସର୍ବଭାରତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଜୈବ ବିବିଧତା ଉପକରଣ ଓ ସ୍ଥାନିକ ମ୍ୟାପିଂ ଓ ପୁନରୁଦ୍ଧାର ଲାଗି ଜିଏସ ପ୍ଲାଟଫର୍ମ ବ୍ୟବହାର କରିବ । ଏହା ମିଳିତ ଜାତି ସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ସମାନ୍ତରାଳ ଅଟେ ।
ଏହି ସହଯୋଗର ମହତ୍ୱକୁ ଗୁରୁତ୍ୱ ଦେଇ ଶ୍ରୀ ସନ୍ଦୀପ କୁମାର ମୋହାନ୍ତି, ସହଯୋଗୀ- ଇଏସଜି ରଣନୀତି ଏବଂ ପରିବର୍ତନ/ଅଗ୍ରଣୀ- ସ୍ଥାୟୀତା ଏବଂ ଜଳବାୟୁ କୌଶଳ, ପିଡବଲ୍ୟୁସି ଇଣ୍ଡିଆ କହିଛନ୍ତି, “ଆମେ ବେଦାନ୍ତ ଲିମିଟେଡ୍ ଦ୍ୱାରା ଜୈବ ବିବିଧତା ରକ୍ଷା କରିବା ଏବଂ କାର୍ବନ ନିର୍ଗମନକୁ ହ୍ରାସ କରିବା ପାଇଁ ଉନ୍ନତ ରଣନୀତି ପ୍ରସ୍ତୁତ କରିବା ପାଇଁ ନିୟୋଜିତ ହେଇଛୁ । ଆମେ ସ୍ଥାନୀୟ ସମ୍ପ୍ରଦାୟ ଏବଂ ପରିବେଶ ପାଇଁ ଅଧିକ ସ୍ଥାୟୀ ଭବିଷ୍ୟତକୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖିଛୁ । ”
ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ସ୍ଥାୟୀ ଶିଳ୍ପ ଅଭ୍ୟାସ ଚଳାଇବା ଲାଗି ପ୍ରତବଦ୍ଧତା ବଜାୟ ରଖିଛି । ଅଧିକ ସ୍ଥାୟୀ ଭବିଷ୍ୟତ ପ୍ରତିପାଦନ ଲାଗି କମ୍ପାନି ତାର କାର୍ଯ୍ୟ ଜାରି ରଖିଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।