ବେଦାନ୍ତ ଆଲୁମିନିୟମ ଜୀବିକା ବିକାଶ ଜରିଆରେ ସ୍ଥାନୀୟ କଳାକୃତିର ସଂରକ୍ଷଣ ତଥା ବିକାଶ କରୁଛି

ଚା ଓଡ଼ିଶା ଓ ଛତିଶଗଡ଼ର ପାରଂପାରିକ କଳାକାରଙ୍କୁ ସହଯୋଗ ଜାରୀ ରଖିଛିି ।
ଚା କଂଚାମାଲ, ବୈଷୟିକ ସହଯୋଗ, ମାଇକ୍ରୋଫାଇନାନସ ଓ ମାର୍କେଟିଂ ଲିଙ୍କେଜ ମାଧ୍ୟମରେ କାରିଗରମାନଙ୍କୁ ଉଦ୍ୟୋଗ ବିକାଶ କରିବାରେ ସହାୟତା ବୃଦ୍ଧି କରିଛି ।
ଭୁବନେଶ୍ୱର,୧୬ ଏପ୍ରିଲ ୨୦୨୨: ବିଶ୍ୱ କଳା ଦିବସରେ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଓଡ଼ିଶା ଓ ଛତିଶଗଡ଼ରେ ଏହାର କାର୍ଯ୍ୟକଳାପ ତଥା ସ୍ଥାନୀୟ କାରିଗରମାନଙ୍କୁ ସମର୍ଥନ ବିସ୍ତାର କରିଛି । ଦେଶରେ ସମୃଦ୍ଧ ସାଂସ୍କୃତିକ ଓ କଳାତ୍ମକ ଏ÷ତିହ୍ୟକୁ ଉଜ୍ଜୀବିତ କରିବା ଲାଗି ବେଦାନ୍ତ ସ୍ଥାୟୀ ଜୀବିକା ନିର୍ବାହକୁ ପରାମର୍ଶ ଦେଉଛି ଏବଂ ଜାତୀୟ ଓ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ସେମାନଙ୍କ କଳାକୃତିର ବିକାଶ ପାଇଁ ବଜାର ଲିଙ୍କେଜ ଜରିଆରେ ସହଯୋଗ କରୁଛି ।

ଏହି ଦିଗରେ ବେଦାନ୍ତ ଆଲୁମିନିୟମ ଲାଞିଗଡ଼ (କଳାହାଣ୍ଡି, ଓଡ଼ିଶା)ରେ ଥିବା ଆଲୁମିନିୟମ ରିଫାଇନାରୀ ନିକଟରେ ଅବସ୍ଥିତ କାଙ୍କେରୀ ଗ୍ରାମର ଢୋକ୍ରା କାରିଗରଙ୍କ ସହିତ କାମ କରୁଛି । କଳାହାଣ୍ଡି ଜଙ୍ଗଲ ମଧ୍ୟରେ ଏହିସବୁ କାରିଗରମାନଙ୍କ ଘର ଯେଉଁମାନେ ପ୍ରାୟ ୫୦୦ ବର୍ଷ ଧରି ଭାରତର ସମୃଦ୍ଧ ହସ୍ତତନ୍ତ କାରିଗର ଭାବେ ନିଜର ପରିଚୟ ଦେଇ ଆସିଛନ୍ତି । ସେମାନଙ୍କ ପାଇଁ ବଜାର ଲିଙ୍କେଜ ସୀମିତ ଥିଲା, ସେମାନଙ୍କର ଅଳ୍ପ ଆୟରୁ ପରିବାର ଚଳାଇବା ସମ୍ଭବ ନଥିଲା । ଯେଉଁ କାରଣରୁ ଅନେକ କାରିଗର ନିଜର ପାରଦର୍ଶିତା ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ ହେଉଥିଲେ ଓ ଶ୍ରମିକ ଭାବରେ ଜୀବିକା ନିର୍ବାହ କରୁଥିଲେ ।
ଢୋକ୍ରାର ଏହି ଭବିଷ୍ୟତ ସମ୍ଭାବନାକୁ ଚିହ୍ନି ଆଧୁନିକ ଶୈଳୀ ମାଧ୍ୟମରେ ଉତ୍ପାଦନ ଜାରି ରଖିବାକୁ ବେଦାନ୍ତ ସହେଯୋଗ କଲା, ସେମାନଙ୍କୁ କଂଚାମାଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସହାୟତା ଯୋଗାଇ ଦେଇଥିଲା । ସେମାନଙ୍କ ପାଇଁ ବଜାର ଲିଙ୍କେଜ ସୃଷ୍ଟି କଲା । ପ୍ରଦର୍ଶନୀ ଓ ଅନ୍ୟାନ୍ୟ ସଂପୃକ୍ତ ପ୍ଲାଟଫର୍ମ ଜରିଆରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ବ୍ୟବସ୍ଥା କଲା । ଗାଁରେ କାରିଗରମାନଙ୍କ ଉତ୍କର୍ଷତାକୁ ଦେଖି ଅନ୍ୟସବୁ କାରିଗରମାନେ ଉତ୍ସାହିତ ହେଲେ ଓ ଏହି କାର୍ଯ୍ୟପ୍ରତି ମନ ବଳେଇଥିବା ସହ ଗାଁକୁ ଫେରୁଥିବା ଜଣା ପଡ଼ିଛି ।
ସେହିପରି ଛତିଶଗଡ଼ରେ ବେଦାନ୍ତ ଆଲୁମିନିୟମ ଏହାର ଅଂଚଳରେ ଗ୍ରାମୀଣ ମହିଳାମାନଙ୍କ ପାଇଁ \”ଦିଶା\’ ପ୍ରକଳ୍ପ ଜରିଆରେ ସେମାନଙ୍କ ଆତ୍ମନିର୍ଭରଶୀଳତାର ପଥ ପରିସ୍କାର କରିଛି । ଭାରତ ଆଲୁମିନିୟମ କଂପାନି ବାଲକୋ ବେଦାନ୍ତର ଛତିଶଗଡ଼ ଭିତିକ ସହାୟକ କଂପାନି ଭାବରେ ସ୍ଥାନୀୟ ମହିଳାମାନଙ୍କ ଦକ୍ଷତା ବିକାଶ ଲାଗି ଦିଶା ପ୍ରକଳ୍ପ ଗଠନ କରିଛି । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ମାନଙ୍କୁ ଜୀବିକା ଅର୍ଜନ ପାଇଁ ମାର୍ଗ ଦେଖାଇଛି । ଡୋଣ୍ଡ୍ରୋ ଗ୍ରାମରେ ଥିବା କଂପାନିର ନାରୀ ଶକ୍ତି କେନ୍ଦ୍ର ମାଧ୍ୟମରେ ମହିଳାମାନେ ଉପଯୁକ୍ତ ତାଲିମ ନେଇ ନିଜେ ଲାଭଜନକ ବ୍ୟବସାୟ କରିବା ପାଇଁ ଆଗଭର ହୋଇଛନ୍ତି । ଛତିଶଗଡ଼ରେ ବହୁସଂଖ୍ୟାରେ ହସ୍ତଶିଳ୍ପ କଳାକୃତି ମଧ୍ୟରେ ମୂର୍ତି ଚିତ୍ର ଗୁଡ଼ିକ ରାଜ୍ୟ ଆଦିବାସୀ ଜନଜାତିର ବିଭିନ୍ନ ଦିଗ, ପରଂପରା ଓ ସାଂସ୍କୃତିକ ଏ÷ତିହ୍ୟକୁ ପ୍ରତିଫଳିତ କରିଥାଏ । ବାଲକୋ ଏହି ସବୁ କାରୀଗରଙ୍କୁ ତାଲିମ ଦେବାଠାରୁ ଆରମ୍ଭ କରି ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ବଜାରରେ ବିକ୍ରି ପାଇଁ ସୁବିଧା ଯୋଗାଇ ଦେଉଛି ।
ସାଂସ୍କୃୃତିକ ଐତିହ୍ୟ ଓ ପରଂପରାର ସଂରକ୍ଷଣ ଓ ବିକାଶ ଉଦ୍ଦେଶ୍ୟରେ ବେଦାନ୍ତ ଆଲୁମିନିୟମର ସିଇଓ ଶ୍ରୀ ରାହୁଲ ଶର୍ମା କହିଛନ୍ତିଯେ ଭାରତ କଳା ସଂସ୍କୃତିରେ ସମୃଦ୍ଧ । ଢୋକ୍ରା ଓ ମୂର୍ତି ଚିତ୍ରକଳାର ସଂରକ୍ଷଣ ଏବଂ ଏହାକୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣି ପାରିଥିବାରୁ ଆମେ ଗର୍ବିତ । ଏହି ପ୍ରକ୍ରିୟାରେ ଆମେ ସଂପୃକ୍ତ କାରିଗରମାନଙ୍କ ସମୃଦ୍ଧି ପାଇଁ ଉପଯୁକ୍ତ ପଥ ଦେଖାଇ ପାରିଛୁ । ବିଶ୍ୱ କଳା ଦିବସରେ ଆମେ କଳା ଓ ସଂସ୍କୃତିରେ ଅଧିକ ସ୍ଥାୟୀ ଜୀବିକା ନିର୍ବାହ ଲାଗି ଆମର ପ୍ରୟାସକୁ ଅଧିକ ମଜବୁତ କରିଛୁ ଯାହା ଦେଶର ଆତ୍ମନିର୍ଭରଶୀଳ ଅଂଶଗ୍ରହଣ କାରୀଙ୍କ ସ୍ୱପ୍ନକୁ ସାକାର କରି ପାରିବ ।


ବେଦାନ୍ତ ଆଲୁମିନିୟମ ଦ୍ୱାରା ବିଭିନ୍ନ ଗୋଷ୍ଠୀରେ ପଦକ୍ଷେପ ଗୁଡ଼ିକର ପ୍ରତିକ୍ରିୟା ଏହିପରି ସ୍ପଷ୍ଟ :
ଚା ଢୋକ୍ରା କଳାକୃତିର ପୁନର୍ଜୀବନ ଦିଗରେ କଂପାନି ପକ୍ଷରୁ କଂଚାମାଲ ବ୍ୟାଙ୍କ ପ୍ରତଷ୍ଠା କରାଯାଇଛି, କାର୍ଯ୍ୟ ପାଇଁ ଜେନେରେଟର ଯୋଗାଣ ସାଙ୍ଗକୁ ଉପଯୁକ୍ତ ଆଥିର୍କ ସହାୟତା ଲାଗି ସ୍ୱୟଂ ସହାୟକ ଗୋଷ୍ଠୀରେ ଗ୍ରୁପ ଆକାଉଂଟ ଖୋଲିଛି । ଆଉ ମଧ୍ୟ ଲୋକମାନଙ୍କୁ ସଂଚୟର ମହତ୍ୱ ବିଷୟରେ ପରାମର୍ଶ ଦିଆଯାଉଛି ।
ଚା ବେଦାନ୍ତ କାରିଗରମାନଙ୍କୁ କାରିଗର କାର୍ଡ଼ ମାଧ୍ୟମରେ ସେମାନଙ୍କୁ ସ୍ୱିକୃତି ଦେବା ପାଇଁ ଓଡ଼ିଶା ସରକାରଙ୍କ ସହଯୋଗ ଲୋଡ଼ିଥିଲା ଯାହା ଦ୍ୱାରା କାରିଗରମାନେ ବିଭିନ୍ନ ସରକାରୀ ପ୍ରଦର୍ଶନୀରେ ଭାଗ ନେବା ସହିତ ନିଜର ବ୍ୟବସାୟିକ ପ୍ରତିଷ୍ଠା ଅର୍ଜନ କରିଛନ୍ତି ।
ଚା ଢୋକ୍ରା ରିଭାଇବାଲ ପ୍ରକଳ୍ପ ସ୍ଥାନୀୟ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛି, ଯେଉଁମାନେ ବର୍ତମାନ ଭିତିଭୂମି, ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କଂପାନିକୁ ସହଯୋଗ କରୁଛନ୍ତି ।
ଚା ଛତିଶଗଡ଼ରେ ବାଲକୋର ସହଯୋଗରେ ୩୦୦୦ ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ କରାଯାଇ ପାରିଛି । ସେମାନଙ୍କ ମଧ୍ୟରୁ ଅନେକ ନିଜକୁ ମୂର୍ତିକଳା ଶିଳ୍ପ ସହିତ ଜଡ଼ିତ ରଖିପାରିଛନ୍ତି ।
ଚା ପୂର୍ବରୁ ଦାରିଦ୍ର୍ୟତା ମଧ୍ୟରେ ରହିଥିବା ଢୋକ୍ରା କାରିଗରମାନେ ଏବେ ମାସକୁ ପ୍ରାୟ ୫୦୦୦୦ ଉପାର୍ଜନ କରିପାରୁଛନ୍ତି ।
ଚା ଅନୁରୂପ ଭାବରେ ବେଦାନ୍ତ ଆଲୁମିନିୟମ ଆଦିବାସୀ କଳା ଯଥା ସଉରା, ବାଲୁକା କଳା, ଲୋକନାଟ୍ୟ ଓ ଆହୁରି ଅନେକ କାର୍ଯ୍ୟରେ କାରିଗରମାନଙ୍କୁ ସହାୟତା ପ୍ରଦାନ କରୁଛି ।