ବେଦାନ୍ତ ଆଲୁମିନିୟମ ଦ୍ୱାରା ବିଶ୍ୱସ୍ତରୀୟ ଏକ୍ସଟ୍ରୁଜନ ଇଣ୍ଡଷ୍ଟ୍ରିରେ ନବସୃଜନ ଲାଗି ମାଷ୍ଟର କ୍ଲାସର ଆୟୋଜନ


ଭୁବନେଶ୍ୱର ୨ଡିସେମ୍ବର ୨୦୨୩: ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ତୃତୀୟ ବୈଷୟିକ ମାଷ୍ଟର କ୍ଲାସ ଆୟୋଜନ କରିଛି ଯାହା ଏକ୍ସଟ୍ରୁଜନ ଇଣ୍ଡଷ୍ଟ୍ରିରେ ଅଭିନବତା ଓ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେଇଥାଏ । ମେଟାରଲଜି ଅଫ ଏକ୍ସଟ୍ରୁଜନ ଶୀର୍ଷକ ଏହି ଅଧିବଶେନରେ ଆମେରିକା, ବ୍ରିଟେନ, ସାଉଦି ଆରବ, ଇଟାଲି, ସ୍ପେନ, ମେକ୍ସିକୋ, କାତାର, ୟୁଏଇ ଓ ଭାରତରୁ ରେଜିଷ୍ଟ୍ରେସନ ସହ ୨୦୦ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ । ବେଦାନ୍ତ ଆଲୁମିନିୟମ ପାଇଁ ବିଲେଟ ଏକ୍ସଟ୍ରୁଜନ ଉପରେ ସର୍ବ ଭାରତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବିଶେଷଜ୍ଞ ଓ ବୈଷୟିକ ପରାମର୍ଶଦାତା ଏହି ଅଧିବଶେନ ପରିଚାଳନା କରିଥିଲେ । ଏଥିରେ ନୂତନ ଜ୍ଞାନର ବିକାଶ, ନୂଆ ପ୍ରୟୋଗ ଓ ବୈଷୟିକ ଜ୍ଞାନ ଉପରେ ଆଲୋଚନା କରାଯାଇଥିଲା ।

ବେଦାନ୍ତ ଆଲୁମିନିୟମ ହେଉଛି ଭାରତର ଅଗ୍ରଣୀ ଉତ୍ପାଦକ ତଥା ସର୍ବୋଚ୍ଚ ଗୁଣାତ୍ମକ ବିଲେଟ ରପ୍ତାନୀକାରୀ ଯିଏକି ୧ମ, ୩ୟ ଓ ୬ଷ୍ଠ ଆଲୋଇ ସିରିଜ ସହ ବିଭିନ୍ନ ପ୍ରକାରର ପସନ୍ଦ ପ୍ରଦାନ କରି ବିଶ୍ୱ ଏକ୍ସଟ୍ରୁଜନ ଶିଳ୍ପକୁ ସେମାନଙ୍କ ଆବଶ୍ୟକତା ଅନୁସାରେ ସାମଗ୍ରୀ ପ୍ରସ୍ତୁତ କରିଥାଏ । ବେଦାନ୍ତ ଆଲୁମିନିୟମର ଉତ୍ପାଦ ଗୁଡ଼ିକ ଦେଶରେ ପ୍ରଥମ ଓ ଏହା ପରିବେଶ ଉତ୍ପାଦ ଘୋଷଣା (ଇପିଡି)ଇଂଟରନ୍ୟାସନାଲ ଦ୍ୱାରା ପରିବେଶୀୟ ସ୍ଥାୟିତ୍ୱ ଓ ଏହାର ଝାରସୁଗୁଡ଼ାରେ ଥିବା ଆଲୁମିନିୟମ ସ୍ମେଲଟର ଓ କ୍ୟାପଟିଭ ପାୱାର ପ୍ଲାଂଟ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଦ୍ୱାରା ପୁରସ୍କୃତ ହୋଇଛି ।

ୟୁନିଫର୍ମ କ୍ରସ ସେକସନ ସହ ଆଲୁମିନିୟମକୁ ବିଭିନ୍ନ ରୂପରେ ପରିଣତ କରିବା ଆଜିର ଦୁନିଆରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗକୁ ଶକ୍ତି ଦେବା ଦିଗରେ ଆଲୁନିୟମ ଏକ ଗୁରୁତ୍ପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଏକ୍ସଟ୍ରୁଜନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା । ଏହି ବିଷୟ ଉପରେ ଧ୍ୟାନ ପ୍ରଦାନ କରି ଏକ୍ସଟ୍ରୁଜନକୁ ଅଧିକ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବାକୁ, ଉତ୍ପାଦର ଗୁଣବତା ଓ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବାକୁ ଶକ୍ତି ପ୍ରଦାନ କରିଥାଏ । ଏହି ବୈଷୟିକ ଜ୍ଞାନ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା ।

ଗ୍ରାହକଙ୍କ ସନ୍ତୁଷ୍ଟି ଉପରେ କଂପାନୀର ତୀକ୍ଷ୍ଣ ଧ୍ୟାନକୁ ଦୃଷ୍ଟି ଦେଇ ଶ୍ରୀ ଜନ ସ୍ଲାଭେନ, ସିଇଓ ବେଦାନ୍ତ ଆଲୁମିନିୟମ କହିଛନ୍ତିଯେ ଆମ ଗ୍ରାହକଙ୍କ ଗତିଶୀଳ ଆବଶ୍ୟକତାକୁ ଧ୍ୟାନ ଦେଇ ସାମଗ୍ରୀ ଯୋଗାଇଥାଉ । କ୍ରମାଗତ ଭାବରେ ଆମ ଉତ୍ପାଦର ଉନ୍ନତି, ଗୁଣବତା ପ୍ରତିଧ୍ୟାନ ଦେବା ସହ ଗ୍ରାହକ ସଶକ୍ତିକରଣ ପ୍ରତି ମଧ୍ୟ ଆମେ ସଚେତନ ରହିଛୁ ।

ଆଲୁମିନିୟମ ସର୍ବଭାରତୀୟ ପ୍ରୟୋଗ ଉପରେ ଶ୍ରୀ ଜୋନାଥନ ପାଙ୍ଗବୋର୍ଡ, ବୈଷୟିକ ପରାମର୍ଶଦାତା ଏକ୍ସଟ୍ରୁଜନ, ବେଦାନ୍ତ ଆଲୁମିନିୟମ କହିଛନ୍ତିଯେ ମୁଁ ଆଲୁମିନିୟମ ଏକ୍‌ସଟ୍ରୁଜନକୁ ଆମର ଆଧୁନିକ ଜୀବନରେ ଏକ ପ୍ରମୁଖ ଉପାଦାନ ଭାବେ ଦେଖୁଛି ଯାହା ଆମର ଅଧିକାଂଶ ଗ୍ୟାଜେଟ, ଯାନ ପ୍ରଭୃତିରେ ଅନ୍ତର୍ଭୁକ୍ତ ହୋଇଛି । ଏହି ଜ୍ଞାନ ବାଂଟିବାର ଆବଶ୍ୟକତା ଉପରେ ଧ୍ୟାନ ଦେଇ ଆମେ ନୂଆ ଶିଳ୍ପପତି ମାନଙ୍କୁ ପ୍ରୋତ୍ସାହିତ କରୁଛୁ ଓ ଏକ ସହଭାଗୀ ପ୍ରତବିଦ୍ଧତାକୁ ଉତ୍ସାହିତ କରୁଛୁ ।

ଆଲୁମିନିୟମ ହେଉଛି ଆଜି ବିଶ୍ୱର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଧାତୁ । ଆଲୁମିନିୟମର ନମନୀୟତା, ଏକ୍‌ସଟ୍ରୁଜନ ପ୍ର୍ରକ୍ରିୟାର ଗ୍ରହଣୀୟତା ଦ୍ୱାରା ସଠିକ ଉତ୍ପାଦ ପ୍ରସ୍ତୁତ ହୋଇପାରିବ । ଆଲୁମିନିୟମ ଏକ୍ସଟ୍ରୁଜନ ଇଣ୍ଡଷ୍ଟିରେ ଏହି ସ୍ୱତନ୍ତ୍ର ବିଶେଷ ଆବଶ୍ୟକତା ପ୍ରତି ଧ୍ୟାନ ଦେବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

Leave a Reply

Your email address will not be published. Required fields are marked *