ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ କ୍ୟାନସର ଯାଂଚ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର/କେଉଁଝର: ଜୟନ୍ନାଥ କର୍କଟ ସହାୟତା ଫାଉଣ୍ଡେସନ (ଜେସିଏଫ) ସହିତ ମିଳିତ ହୋଇ ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେସନ ଦ୍ୱାରା ଦୁଇଦିନିଆ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । କୋଇରା, ଜଜାଙ୍ଗ ଓ ଏହାର ନିକଟବର୍ତି ଗ୍ରାମ ଗୁଡ଼ିକରେ ୪୦୦ରୁ ଅଧିକ ଲୋକମାନଙ୍କୁ ମାଗଣା ଚିକିତ୍ସା ସେବା ପ୍ରଦାନ କରାଯାଇଥିଲା ।

କ୍ୟାନସର ସ୍କ୍ରିନିଂ ତଥା ମଧୁମେହ, ଉଚ୍ଚ ରକ୍ତଚାପ, ଏସପିଓ ୨, ପଲସ, ବିଏମଆଇ, କାର୍ଡିଓଲୋଜି, ଅର୍ଥୋପେଡିକ ଓ ଗାଇନୋକୋଲୋଜି ପରୀକ୍ଷା ଉପରେ ଧ୍ୟାନ ଦେଇ ମେଗା ସ୍ୱାସ୍ଥ୍ୟ ଶିବିର ଡିସେମ୍ବର ୧ରୁ ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଚଳିତ କ୍ୟାଲେଣ୍ଡର ବର୍ଷରେ ଏହା ଦ୍ୱିତୀୟ ପର୍ଯ୍ୟାୟ ଅଟେ ।

ଦୁଇଜଣ ବରିଷ୍ଠ ତଥା ଅଭିଜ୍ଞ ଅଙ୍କୋଲୋଜିଷ୍ଟ, ମୁମ୍ବାଇର ଜଣାଶୁଣା ଟାଟା ମେମୋରିଆଲ କ୍ୟାନସର ହସପିଟାଲର ଡ. ଶିଶିର କୁମାର ସେଟି ଏବଂ ଭୁବନେଶ୍ୱରର ଉତ୍କଳ ହସପିଟାଲ ଏବଂ କିମ୍ସର କ୍ୟାନସର ଓ ଏଣ୍ଡୋକ୍ରାଇନ ସର୍ଜନ ଡାକ୍ତର ଦିଲିପ କର ପ୍ରମୁଖ ଯୋଗ ଦେଇଥିଲେ ।

ଡ.ସେଟି କହିଥିଲେଯେ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ଦ୍ୱାରା ବହୁ ଲୋକ ଉପକୃତ ହୋଇପାରିବେ । ଯେଉଁମାନେ ବିଶେଷଜ୍ଞଙ୍କ ନିକଟକୁ ଯାଇପାରୁ ନାହାନ୍ତି ସେମାନଙ୍କ ପାଇଁ ଏହି ରୋଗ ଉପରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ବିଶେଷଜ୍ଞମାନେ ବିଭିନ୍ନ ପ୍ରକାର କର୍କଟ ରୋଗ ଉପରେ ଲୋକମାନଙ୍କୁ ସତର୍କ କରାଇଥିଲେ । କର୍କଟ ରୋଗର ତୁରନ୍ତ ନିରୂପଣ ଓ ପରିଚାଳନା ପାଇଁ ସ୍କ୍ରିନିଂ ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

ସୁନ୍ଦରଗଡ଼ ଏଡିଏମଓ ଡ. କାହ୍ନୁଚରଣ ନାୟକ ଏହି ଶିବିର ପରିଦର୍ଶନ କରି କମ୍ପାନିର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଇରା ସରପଂଚ ହୃଷିକେଶ ଦେୱାରିଶ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।

ଏହି ଅବସରରେ ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛିଯେ ଜଜାଙ୍ଗ, ଗାନୁଆ, ନୂଆଗାଁ, ନାରାୟଣପୋଶୀ ଓ ଅନ୍ୟାନ୍ୟ ପାରପାଶ୍ୱିର୍କ ଗ୍ରାମରୁ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ଶିବିରରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଥିଲା । ଏହାର ଲକ୍ଷ୍ୟ ହେଉଛି ସେମାନଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇବା । ଭବିଷ୍ୟତରେ ଏହି ପରି ଅନେକ କାର୍ଯ୍ୟକ୍ରମ କରାଯିବା ପାଇଁ ଫାଉଣ୍ଡେସନର ଲକ୍ଷ୍ୟ ରହିଛି । ମାନବ ଜାତିିକୁ ସୁସ୍ଥ ରଖିବା ଉଦ୍ଦେଶ୍ୟରେ ଆମର ଏହି ପ୍ରତବିଦ୍ଧତା ବୋଲି କଂପାନି ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *