ବେଦାନ୍ତ ଆଲୁମିନିୟମ ବିଦ୍ୟୁତ ଶିଳ୍ପ ପାଇଁ ୧୨ମିମି ଆଲୁମିନିୟମ ତାରର ଶୁଭାରମ୍ଭ କରିଛି

ଆନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀ ୨୦୨୩ରେ ଉତ୍ପାଦର ପ୍ରଦର୍ଶନ କରାଯାଇଥିଲା
ଭୁବନେଶ୍ୱର, ୦୯ ଫେବୃଆରି,୨୦୨୩ : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଆନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀ ୨୦୨୩ରେ ବିଦ୍ୟୁତ ଶିଳ୍ପ ପାଇଁ ୧୨ ମିମି ଆଲୁମିନିୟମ ତାର ଶୁଭାରମ୍ଭ କରିଛି । ୫୬୦ କିଲୋ ଟନ ଉତ୍ପାଦନ କ୍ଷମତା ସହିତ ଏହାର କାର୍ଯ୍ୟ ପରିସର ରହିଛି । ସାଉଥଓୟାର (ଯୁକ୍ତରାଷ୍ଟ୍ର) ଏବଂ କଂଟିନିୟସ ପ୍ରପର୍ଟି (ଇଟାଲି)ର ବୈଷୟିକୀ ବେଦାନ୍ତ ଆଲୁନିୟମ ହେଉଛି ଏକ ଉଚ୍ଚ ଗୁଣାତ୍ମକ ବୈଦ୍ୟୁତିକ କଣ୍ଡକ୍ଟର ଗ୍ରେଡ ତାର ଯାହା ବିଦ୍ୟୁତ ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ହେବ । ଏହା ବ୍ୟତୀତ ଟ୍ରାନସମିଶନ ଓ ବିତରଣ ନେଟୱର୍କ, କଏଲ ଓ ୱାଇଡିଂ, ଉତପ୍ତ ଓ କୁଲିଂ ଟ୍ୟୁବ ପାଇଁ କେବୁଲ ତିଆରି କରାଯାଇ ପାରିବ ।
ଝାରସୁଗୁଡ଼ା ଓ ବାଲକୋ (ଛତିଶଗଡ଼)ର କଂପାନିର ଆଲୁମିନିୟମ ସ୍ମେଲଟରରେ ଅତ୍ୟାଧୁନିକ ପ୍ରପର୍ଜି କ୍ରମାଗତ କାଷ୍ଟିଂ ଟେକନୋଲୋଜି ବ୍ୟବହାର କରି ବେଦାନ୍ତର ୧୨ ମିଲିମିଟର ତାର ପ୍ରସ୍ତୁତ କରିଛି । ଟ୍ରାନସଫର୍ମର, ଅଟୋମୋବାଇଲ ଓ ଆହୁରି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ । ଏହି ତାର ଗୁଡ଼ିକ ବେଦାନ୍ତର ଟପ୍ ଅଫ ଲାଇନ ଅଫର ପାଇଁ ତାର ସେଗମେଂଟରେ ସର୍ବଶେଷ ଉତ୍ପାଦ ଯେଉଁଥିରେ ୭.୬ ମିମି ଓ ୧୫ ମିମି ଇସି ଗ୍ରେଡ ତାର ରଡ, ଆଲୟ ତାର ଓ ପ୍ଲିପ କଏଲ ଅନ୍ତର୍ଭୁକ୍ତ ।
ଏହାର ମିଲିରେ ନିର୍ମିତ ଉଚ୍ଚ ସଠିକତା ସ୍ୱୟଂଚାଳିତ ଗୁଣ ସହ ବେଦାନ୍ତ ଆଲୁମିନିୟମ ଦ୍ୱାରା ଉତ୍ପାଦିତ ଏହି ତାର ଗ୍ରାହକଙ୍କ ଆବଶ୍ୟକତା ଉପରେ ଆଧାର କରି ପ୍ରସ୍ତୁତ ହେଉଛି । ଏଥିରେ ୧୦୦% ପ୍ରାଥମିକ ଆଲୁମିନିୟମ ଓ ଉତ୍କୃଷ୍ଟ ଧାତୁର ସମନ୍ୱୟତା ବିଶ୍ୱସ୍ତରୀୟ ସାଥୀମାନଙ୍କ ମଧ୍ୟରେ ସମତୁଲ କରାଇବ । ଭାରତୀୟ ବଜାରରେ ୧୨ ମିମି ତାରର ସମୀକ୍ଷା ଅତ୍ୟନ୍ତ ଉତ୍ସାହ ଜନକ ଓ କଂପାନି ବର୍ତମାନ ଏହି ଉତ୍ପାଦ ପାଇଁ ତାର ରପ୍ତାନି ବଜାରକୁ ବଢାଇବାକୁ ଚାହୁଁଛି ।
ଏହି ଉତ୍ପାଦକୁ ଉନ୍ମୋଚନ କରି ଶ୍ରୀ ରହୁଲ ଶର୍ମା, ସିଇଓ- ଆଲୁମିନିୟମ ବ୍ୟବସାୟ, ବେଦାନ୍ତ ଲିମିଟେଡ କହିଛନ୍ତିଯେ-୧୨ ମିମି ଓୟାର ରଡ ଆମ ଉଦ୍ୟୋଗ ପାଇଁ ଏକ ସର୍ବଶେଷ ଅଫର ଓ ଏହାକୁ ଶୁଭାରମ୍ଭ କରି ଆମେ ଆନନ୍ଦିତ । ବିଶ୍ୱସ୍ତ ଓ ନିର୍ମଳ ଶକ୍ତି ପାଇବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ । ଯେକୌଣସି ଦେଶ ଓ ଏହାର ଲୋକମାନଙ୍କ ପାଇଁ ଏହା ଦ୍ୱାରା ଅର୍ଥନୈତିକ ବିକାଶ ସାଧିତ ହୋଇ ପାରିବ । ବୈଦ୍ୟୁତିକ ଶିଳ୍ପ ପାଇଁ ଏହାର ଗୁରୁତ୍ୱ ସର୍ବାଧିକ ରହିବ । ବେଦାନ୍ତ ଆଲୁମିନିୟମ ଦୀର୍ଘ ଦିନରୁ ବିଜୁଳି ଶିଳ୍ପ ପାଇଁ ପସନ୍ଦର ଯୋଗାଣକାରୀ ଭାବରେ ରହି ଆସିଛି । ତେଣୁ ଆମେ ସେମାନଙ୍କ ବ୍ୟବସାୟକୁ ସମର୍ଥନ କରିବା ଲାଗି ୩୬୦ ଡିଗ୍ରୀ ସମାଧାନ ଆକାରରେ ଏକ ବଣ୍ଡଲ ସୁବିଧା ଯୋଗାଇ ପାରିବୁ । ୧୨ ମିମି ଓୟାର ରଡର ଶୁଭାରମ୍ଭ ବର୍ତମାନ ପାଇଁ ଏକ ଉଦୀୟମାନ ଆବଶ୍ୟକତା ।
ଏକ ସ୍ଥିର- ସଚେତନ ବିଶ୍ୱରେ ଆଲୁମିନିୟମର ଅଧିକ ପ୍ରୟୋଗ ସମ୍ଭାବନାକୁ ନେଇ ବେଦାନ୍ତ ଆଲୁମିନିୟମ ଏକ ସେଂଟର ଅଫ ଏକ୍ସିଲେଳନସ ଉପରେ ଧ୍ୟାନ ଦେଉଛି । ଏହାର ଆରଆଣ୍ଡଡି, ନବ ସୃଜନ, ଅପରେସନ, ମାର୍କେଟିଂ ଓ ବିଶ୍ୱସ୍ତରୀୟ ବୈଷୟିକ ଜ୍ଞାନ କୌଶଳକୁ ପ୍ରୟୋଗ କରୁଛି ଓ ନୂଆ ପୀଡ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତର ମାର୍ଗକୁ ପ୍ରଶସ୍ତ କରୁଛି ।
ନିକଟରେ କଂପାନି ବେଦାନ୍ତ ଆଲୁମିନିୟମ ପାର୍କ ଘୋଷଣା କରିଛି, ଯାହା ଏହାର ଝାରସୁଗୁଡ଼ା ସ୍ମେଲଟର ପାଇଁ ଏକ ଉଜ୍ଜ୍ୱଳ ସମ୍ଭାବନା ସୃଷ୍ଟି କରିବ । ଏଠାରେ ବିଭିନ୍ନ କଂପାନି ଗୁଡ଼ିକ, ବୈଦ୍ୟୁତିକ ସେଗମେଂଟ ସହ ସେମାନଙ୍କ ଉତ୍ପାଦନ ୟୁନିଟ ସ୍ଥାପନ କରିପାରିବେ । ଏଠାରୁ ମଧ୍ୟ ସେଂଟର ଅଫ ଏକ୍ସଲେନସ, ଷ୍ଟାଟୟଅପ ଓ ଗ୍ଲୋବାଲ ଏକ୍ସପର୍ଟମାନଙ୍କ ଇକୋ ସିଷ୍ଟମ ଓ ଅନ୍ୟାନ୍ୟ ସୁବିଧା ମିଳିପାରିବ ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।