ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନରେ ଯୋଗଦାନ

ଆଲୁମିନିୟମ କ୍ଷେତ୍ରରେ କମ୍ପାନୀ ହେଉଛି ଭାରତର ସର୍ବବୃହତ ଉତ୍ପାଦକ ଏବଂ ଆନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ୧୦ଜଣ ମଧ୍ୟରେ ନିଜ ସ୍ଥାନ ସୁରକ୍ଷିତ କରିପାରିଛି
ଭୁବନେଶ୍ୱର, ୮ ଜାନୁଆରୀ, ୨୦୨୪: ବିଶ୍ୱର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀଙ୍କ ମଧ୍ୟରେ ବେଦାନ୍ତ ଆଲୁମିନିୟମ – ଆନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ) ର ନୂତନ ସଦସ୍ୟତା ଲାଭକରିଛି । ଆନ୍ତର୍ଜାତୀୟ ଆଲୁମିନିୟମ୍ ପ୍ରତିଷ୍ଠାନ (ଆଇଏଆଇ) ହେଉଛି ବିଶ୍ୱର ପ୍ରାଥମିକ ଆଲୁମିନିୟମ୍ ଶିଳ୍ପକୁ ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ପ୍ରତିଷ୍ଠାନ । କମ୍ପାନୀ ମଧ୍ୟ ଧାତୁ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତର ବୃହତମ ଉତ୍ପାଦକ, ଆôର୍ଥକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ୍ ଉତ୍ପାଦନ କରୁଛି, ଯାହା ବିଶ୍ୱସ୍ତରରେ ଆଲୁମିନିୟମର ପ୍ରାୟ ୬୦% ଅଟେ । ଏହା ବିଶ୍ୱର ଶ୍ରେଷ୍ଠ ୧୦ଟି ବୃହତମ ଉତ୍ପାଦକ କମ୍ପାନୀ ମଧ୍ୟରେ ସ୍ଥାନିତ ହୋଇଛି , ଯାହାକି ବିଶ୍ୱର ଶକ୍ତି ପରିବର୍ତନକୁ ସକ୍ଷମ କରିବା ପାଇଁ ଭବିଷ୍ୟତର ଧାତୁ ଭାବରେ ସ୍ୱୀକୃତିପ୍ରାପ୍ତ ତଥା ଜଟିଳ ଇଞ୍ଜିନିୟରିଂ ଟେକ୍ନୋଲୋଜି ଏବଂ ସ୍ଥାୟୀ ପ୍ରୟୋଗକୁ ମଧ୍ୟ ସମର୍ଥନ କରୁଛି ।
ବେଦାନ୍ତ ଆଲୁମିନିୟମ୍ ସମଗ୍ର ବିଶ୍ୱରେ ବଜାରରେ ୬୦ ରୁ ଅଧିକ ଦେଶରେ ଗ୍ରାହକଙ୍କ ସହିତ କାର୍ଯ୍ୟ କରିଛି । ଏହାର ଉତ୍ପାଦଗୁଡିକ ଅଟୋମୋବାଇଲ୍, ବିଲଡିଂ ଏବଂ ନିର୍ମାଣ, ବୈଦ୍ୟୁତିକ, ଉପଭୋକ୍ତା ସାମଗ୍ରୀ ଏବଂ ପ୍ୟାକେଜିଂ, ସୌରଶକ୍ତି ସେକ୍ଟର ଯେପରିକି ବୈଦ୍ୟୁତିକ ଯାନ, ନବୀକରଣ ଯୋଗ୍ୟ, ଉଚ୍ଚ- ବୈଷୟିକ ଉତ୍ପାଦନ, ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଇତ୍ୟାଦି ।
ସଦସ୍ୟତା ଉପରେ ସୂଚନା ଦେଇ ଶ୍ରୀ ଜନ୍ ସ୍ଲାଭେନ୍, ସିଇଓ ବେଦାନ୍ତ ଆଲୁମିନିୟମ୍ କହିଛନ୍ତି, ଆଲୁମିନିୟମ୍ ଶିଳ୍ପ ମଧ୍ୟରେ ସ୍ଥିରତାକୁ ଆଗକୁ ବଢାଇବା ପାଇଁ ଆନ୍ତର୍ଜାତୀୟ ଆଲୁମିନିୟମ୍ ପ୍ରତିଷ୍ଠାନ (ଆଇଏଆଇ)ରେ ଯୋଗଦାନ କରି ଆମେ ଅତ୍ୟନ୍ତ ଆନନ୍ଦିତ । ଏହି ଅନ୍ୱେସଣରେ କ୍ଷେତ୍ରରେ ଆମର କାର୍ଯ୍ୟକଳାପକୁ ବଢାଇବା ପାଇଁ ଅତ୍ୟାଧୁନିକ ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଆମେ ବିଶ୍ୱାସ କରୁ । ଜଣେ ସଦସ୍ୟ ଭାବରେ, ଆମେ ଆଇଏଆଇ ଏବଂ ଅନ୍ୟାନ୍ୟ ଶିଳ୍ପପତିମାନଙ୍କ ସହିତ ସହଯୋଗ କରିବା ସହିତ ସମଗ୍ର ଆଲୁମିନିୟମ୍ ମୂଲ୍ୟ ଶୃଙ୍ଖଳା ପାଇଁ ଏକ ଅଧିକ ସ୍ଥାୟୀ ଭବିଷ୍ୟତରେ ଯୋଗଦାନ ଏବଂ ସହଯୋଗ କରିବୁ । ଏହି ସହଭାଗିତା ପାଇଁ ଆମେ ବେଶ ଉତ୍ସାହିତ ଏବଂ ଏକତ୍ର ଏକ ଅର୍ଥପୂର୍ଣ୍ଣ ପ୍ରଭାବ ପକାଇବାକୁ ଅପେକ୍ଷା କରିଛୁ ।

ଆଇଏଆଇ ସେକ୍ରେଟାରୀ ଜେନେରାଲ୍ ଶ୍ରୀ ମାଇଲ୍ସ ପ୍ରୋସେର କହିଛନ୍ତି, “ବେଦାନ୍ତ ଆଇଏଆଇର ମୂଲ୍ୟ ଏବଂ ଲକ୍ଷ୍ୟ ସହିତ ଏକ ନିରାପଦ, ନିରପେକ୍ଷ ଏବଂ ନିରନ୍ତର ବିଶ୍ୱ ଆଲୁମିନିୟମ୍ ଶିଳ୍ପ ପାଇଁ ସମାନ ଅଟେ, ତେଣୁ ଆମେ ସେମାନଙ୍କୁ ଆମର ସଦସ୍ୟତାରେ ସ୍ୱାଗତ କରି ଆନନ୍ଦିତ । ବିଶ୍ୱର ସର୍ବୋଚ୍ଚ ଆଲୁମିନିୟମ୍ ଉତ୍ପାଦକ ଭାବରେ ବେଦାନ୍ତ ଆଲୁମିନିୟମ୍ର ସଦସ୍ୟତା ଆଇଏଆଇ ଏବଂ ଏକ ସ୍ଥାୟୀ ଆଲୁମିନିୟମ୍ ଶିଳ୍ପର ବିଶ୍ୱ ସ୍ୱରକୁ ସୁଦୃଢ କରିବ ।
ଏହା ଆଲୁମିନିୟମ୍ ଶିଳ୍ପର କାର୍ଯ୍ୟକଳାପ ବିଷୟରେ ଏକ ବ୍ୟାପକ ବୁଝାମଣାକୁ ପ୍ରୋତ୍ସାହିତ କରିବା ସହିତ ଏକ ଦାଇତ୍ୱପୂର୍ଣ୍ଣ ଉତ୍ପାଦନକୁ ଉତ୍ସାହିତ ତଥା ସ୍ଥାୟୀ ପ୍ରୟୋଗରେ ଆଲୁମିନିୟମ୍ ବ୍ୟବହାର ଦ୍ୱାରା ହାସଲ ହେବାକୁ ଥିବା ସମ୍ଭାବ୍ୟ ଲାଭକୁ ମଧ୍ୟ ଆଲୋକିତ କରୁଛି । ୧୯୭୨ ରେ ପ୍ରତିଷ୍ଠିତ, ବର୍ତମାନର ଆଇଏଆଇ ସଦସ୍ୟତା ସର୍ବଭାରତୀୟ ସ୍ତରରେ ଅଗ୍ରଣୀ ବକ୍ସାଇଟ୍, ଆଲୁମିନା ଏବଂ ଆଲୁମିନିୟମ୍ କମ୍ପାନୀ ଗୁଡିକୁ ଅନ୍ତର୍ଭୁକ୍ତ କରେ ।