ସୁନ୍ଦରଗଡରେ ଜନସାଧାରଣଙ୍କ ପାଇଁ ମାଗଣା ପାନୀୟ ଜଳ ସୁବିଧା
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଫେବୃଆରୀ ୨୪, ୨୦୨୪ – ଏହି ଅଂଚଳର ଗ୍ରୀଷ୍ମ ପ୍ରବାହ ହେତୁ ଭାରତର ବୃହତମ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଓଡିଶାର ସୁନ୍ଦରଗଡ ବସ୍ଷ୍ଟାଣ୍ଡରେ ଏକ ବିଶୁଦ୍ଧ ପାନୀୟ ଜଳ ସୁବିଧା ସ୍ଥାପନ କରି ବିଶୁଦ୍ଧ ତଥା ନିରାପଦ ପାନୀୟ ଜଳ ଜନସାଧାରଣଙ୍କୁ ଯୋଗାଇ ଦେଇଛି ଯଦ୍ୱାରା ଦୈନିକ ୫୦୦ ଲୋକ ଉପକୃତ ହେବେ । ବସ୍ଷ୍ଟାଣ୍ଡରେ ଅବସ୍ଥିତ, ଏହି ପଦକ୍ଷେପ ସର୍ବସାଧାରଣ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତାକୁ ସମାଧାନ କରିବ । ନୂତନ ସ୍ଥାପିତ ପାନୀୟ ଜଳ ସୁବିଧା ହେଉଛି ବେଦାନ୍ତ ଆଲୁମିନିୟମର ଅନେକ ପଦକ୍ଷେପ ମଧ୍ୟରୁ ଗୋଟିଏ ଯାହାକି ଜିଲ୍ଲାର ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ ଅଭ୍ୟାସକୁ ପ୍ରୋତ୍ସାହିତ କରୁଥିବାବେଳେ ଜୀବନ ଶୈଳୀରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି । ଏହି ପ୍ରକଳ୍ପକୁ ସୁନ୍ଦରଗଡର ବିଧାୟକ ଶ୍ରୀମତି କୁସୁମ ଟେଟେ ଉଦଘାଟନ କରିଥିଲେ
ସ୍ଥାନୀୟ ବାସିନ୍ଦାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବେଦାନ୍ତ ଆଲୁମିନିୟମର ଖଣି ଦଳ ପୂର୍ବରୁ ଜାମଖାନି, ଗିରିସିମା, ଏବଂ ମେଣ୍ଡ୍ରା ଗ୍ରାମରେ ପାନୀୟ ଜଳ ଭିତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରି ସୁସ୍ଥ ଜୀବନଯାପନ ଯୋଗାଇଥିଲେ । ଏଥିସହ, କମ୍ପାନୀ ଗ୍ରୀଷ୍ମ ମାସରେ ଓଡିଶାରେ ଏହାର ବାର୍ଷିକ ‘ଜଲ୍ ସେବା ଶିବୀର’ ଆୟୋଜନ କରିଥାଏ, ସେହି ସମୟରେ ଏହି ଅଂଚଳର ଅତ୍ୟଧିକ ଗରମ କାରଣରୁ ଯାତ୍ରୀମାନଙ୍କ ପାଇଁ ସର୍ବସାଧାରଣ ସ୍ଥାନରେ ଜଳ କିଓସ୍କ ସ୍ଥାପନ କରିଥିାଏ । ଗତ ବର୍ଷ ବେଦାନ୍ତ ଆଲୁମିନିୟମ୍ ଦୁଇ ସପ୍ତାହ ଧରି ଚାଲିଥିବା ‘ଜଲ ସେବା ଶିବୀର ଓଡିଶାର ରାୟାଗଡା ବସ୍ ଷ୍ଟାଣ୍ଡରେ ଆୟୋଜନ କରିଥିଲା, କିଓସ୍କ ଗୁଡିକ ପାନୀୟ ଜଳ ସହିତ ଲେମ୍ବୁ ମିଶ୍ରିତ ପାଣି ବଂଟନ କରାଯାଇଥିଲା, ଯାହାକି ୬୫,୦୦୦ ରୁ ଅଧିକ ଲୋକଙ୍କୁ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପ୍ରଦାନ କରିଥିଲା ।
ସୁନ୍ଦରଗଡ ବେସରକାରୀ ବସ୍ ମାଲିକ ସଂଘର ସଭାପତି ଶ୍ରୀ ରତନ ସରଙ୍ଗୀ ବେଦାନ୍ତକୁ ପାନୀୟ ଜଳ ଯୋଗାଇବା ପାଇଁ କୃତଜ୍ଞତା ଜଣାଇ କହିଛନ୍ତି, ମାଗଣାରେ ବିଶୁଦ୍ଧ ପାନୀୟ ଜଳର ସୁବିଧା ଯୋଗାଇବା ଦ୍ୱାରା ଯାତ୍ରୀମାନେ ବହୁତ ଉପକୃତ ହେବେ । ମୁଁ ବେଦାନ୍ତକୁ ସେମାନଙ୍କର ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଦେଉଛି ।
ବେଦାନ୍ତ ଆଲୁମିନିୟମ୍ର ମାଇନ୍ସ ବ୍ୟବସାୟ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଗ୍ରାମୀଣ ଭିତିଭୂମି ଏବଂ ତୃଣମୂଳ କ୍ରୀଡା ଏବଂ ସଂସ୍କୃତି କ୍ଷେତ୍ରରେ କେନ୍ଦ୍ରିତ ହସ୍ତକ୍ଷେପ ମାଧ୍ୟମରେ ସମ୍ପ୍ରଦାୟର ବିକାଶକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହାର ଅନେକ ପଦକ୍ଷେପ ମଧ୍ୟରେ ଏକ ଦୃଷ୍ଟାନ୍ତ ହେଉଛି ବେଦାନ୍ତ ନନ୍ଦଘର୍ସ, ଯାହାକି ଆଧୁନିକୀକରଣ ହୋଇଥିବା ଅଙ୍ଗନୱାଡି ସମ୍ପ୍ରଦାୟର ବିକାଶ ପାଇଁ ଜୀବନ୍ତ କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି, ପିଲାମାନଙ୍କୁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଶିଶୁ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା ମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଉଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୩ରେ ୧ମ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।