ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ପାୱାର ପ୍ଲାଂଟରେ ନିର୍ଗମନ ନିୟନ୍ତ୍ରଣରେ ଉନ୍ନତି ଆଣିବା ପାଇଁ ଆଇଆଇଓଟି ଟେକ୍ନୋଲୋଜିର ବ୍ୟବହାର

ଭୁବନେଶ୍ୱର, ୧୭ ଏପ୍ରିଲ ୨୦୨୩: ଭାରତରେ ଆଲୁମିନିୟମର ସର୍ବବୃହତ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ନିର୍ଗମନ ନିୟନ୍ତ୍ରଣରେ ଉନ୍ନତି ଆଣିବା ପାଇଁ ଫ୍ୟାବ୍ରିକ୍ ଫିଲ୍ଟରର ବ୍ୟବହାର ସହିତ ଇଣ୍ଡଷ୍ଟ୍ରିଆଲ୍ ଇଂଟରନେଟ୍ ଅଫ୍ ଥିଙ୍ଗସ୍ (ଆଇଆଇଓଟି) ଟେକ୍ନୋଲୋଜିକୁ ଏହାର ୨୪୦୦ ମେଗାୱାଟ ଥର୍ମାଲ୍ ପାୱାର୍ ପ୍ଲାଂଟରେ ନିୟୋଜନ କରିଛି । ଫ୍ୟାବ୍ରିକ୍ ଫିଲ୍ଟରଗୁଡ଼ିକ ହେଉଛି ଏକ ସ୍ୱତନ୍ତ୍ର ବ୍ୟାଗ୍ ଯାହାକି ପାୱାର ପ୍ଲାଂଟ ବଏଲର ସିଷ୍ଟମରୁ ବାହାରୁଥିବା ଗରମ ଗ୍ୟାସରୁ କଣିକା ପଦାର୍ଥ ସଂଗ୍ରହ କରିବା ପାଇଁ ଚିମିନିରେ ଇଲେକ୍ଟ୍ରୋଷ୍ଟାଟିକ୍ ବୃଷ୍ଟିପାତ ପରେ ବ୍ୟବହାର କରାଯାଏ । ବ୍ୟାଗଗୁଡ଼ିକ ମଧ୍ୟରେ ଥିବା ଡିଫେରିଏଲ୍ ଚାପ ଫିଲ୍ଟର ଗୁଡିକର ଦକ୍ଷତା ବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କଣିକା ପଦାର୍ଥ ଏବଂ ଗ୍ୟାସ୍ ଧରିବାରେ ଏହା ହେଉଛି ତୃତୀୟ ଧାଡି, ଯାହା ବାୟୁ ଗୁଣବତାକୁ ଯଥେଷ୍ଟ ଉନ୍ନତ କରିଥାଏ । ସଠିକ୍ ମନିଟରିଂ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆଇଆଇଓଟି ଉପକରଣ ବ୍ୟବହାର କରି ଟ୍ରାନ୍ସମିଟର ମାଧ୍ୟମରେ ଭିନ୍ନ ଭିନ୍ନ ଚାପ ମାପିବାର ପାରମ୍ପାରିକ ଉପାୟରୁ କମ୍ପାନୀ ଉନ୍ନତ ଜ୍ଞାନକୌଶଳ ନିୟୋଜନ କରିଛି ।
ମୂଲ୍ୟ-ଶୃଙ୍ଖଳା ମଧ୍ୟରେ ଅଗ୍ରଣୀ-ଟେକ୍ନୋଲୋଜିର କଷ୍ଟୋମାଇଜଡ୍ ପ୍ରୟୋଗଗୁଡ଼ିକ ବେଦାନ୍ତ ଆଲୁମିନିୟମ୍ କାର୍ଯ୍ୟକ୍ଷମ ପାରାମିଟରଗୁଡିକ ପରିବେଶ, ସାମାଜିକ ଏବଂ ଶାସନ କାର୍ଯ୍ୟଦକ୍ଷତା ଉପରେ କଠୋର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏଥିରେ ଶକ୍ତି ସଂରକ୍ଷଣ, ଅଙ୍ଗାରକାମ୍ଳ ହ୍ରାସ, ବାୟୁ ଗୁଣବତା, ଜଳ ସ୍ଥିରତା, ବୃତିଗତ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଜୈବ ବିବିଧତା ପରି ପରିବେଶ ପାରାମିଟର ଉପରେ ମଧ୍ୟ ଧ୍ୟାନ ଅନ୍ତର୍ଭୁକ୍ତ ।
କମ୍ପାନୀର ସ୍ଥିରତା ସଫଳତାର ମୁଖ୍ୟ ଆକର୍ଷଣ ଗୁଡିକ ହେଲା:
• ଗ୍ରୀନ୍ ହାଉସ୍ ଗ୍ୟାସ୍ (ଜିଏଚଜି) ତୀବ୍ରତା (ସ୍କୋପ୍ ୧ + ସ୍କୋପ୍ ୨) ଆର୍ôଥକବର୍ଷ୨୧ ରେ ୧୯.୩ ଟିସିଓ୨ଇ / ଏମଟି ରୁ ଆର୍ôଥକବଷ ୨୨ ରେ ୧୭.୬ ଟିସିଓ୨ଇ / ଏମଟି କୁ ହ୍ରାସ କରାଯାଇଛି, ଯାହା ଭାରତର ପ୍ରାଥମିକ ଆଲୁମିନିୟମ୍ ଉତ୍ପାଦକମାନଙ୍କ ମଧ୍ୟରେ ସର୍ବନିମ୍ନ ଅଟେ ।
• ବ୍ରାଣ୍ଡେଡ୍ ରେଷ୍ଟୋରା, ଭାରତରୁ ପ୍ରଥମ ନିମ୍ନ ଅଙ୍ଗାରକାମ୍ଳ ‘ସବୁଜ’ ଆଲୁମିନିୟମ୍ ଶୁଭାରମ୍ଭ କରାଯାଇଥିଲା ।
• ୩ ବିଲିୟନ ୟୁନିଟରେ ଅକ୍ଷୟ ଶକ୍ତିର ଭାରତର ସର୍ବ ବୃହତ ଶିଳ୍ପ ଉପଭୋକ୍ତା ।
• ଆଲୁମିନିୟମ ସ୍ମେଲଟରକୁ ୩୮୦ ମେଗାୱାଟ ଅକ୍ଷୟ ବିଦ୍ୟୁତ ଯୋଗାଣ ପାଇଁ ଶକ୍ତି ବିତରଣ ଚୁକ୍ତିନାମା ସ୍ୱାକ୍ଷରିତ ।
• ୨୦୧୨ ବେସଲାଇନରୁ ଆର୍ôଥକବର୍ଷ ୨୦୨୨ ରେ ଜିଏଚଜି ନିର୍ଗମନ ତୀବ୍ରତାକୁ ୨୪% ହ୍ରାସ କରିଛି ।
• ଲିଥିୟମ୍-ଆୟନ ବ୍ୟାଟେରୀ ଚାଳିତ ଇଭି ଫର୍କଲିଫ୍ଟର ଭାରତର ସର୍ବ ବୃହତ ବ୍ୟବହାରକରୀ ।
• ୨୦୨୨ ରେ ଆଲୁମିନିୟମ୍ ଶିଳ୍ପ ପାଇଁ ଡୋ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡେକ୍ସ ବିଶ୍ୱ ମାନ୍ୟତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।
• ଜଳ ସକରାତ୍ମକ କାର୍ଯ୍ୟ ଦିଗରେ ଆର୍ôଥକବର୍ଷ ୨୨ ରେ ୮୨୭ ନିୟୁତ ଲିଟରରୁ ଅଧିକ ଜଳ ସଂରକ୍ଷିତ କରିଛି ।
• ଭାରତ ସରକାରଙ୍କ ଦ୍ୱାରା ପ୍ରଦର୍ଶନ, ସଫଳତା ଏବଂ ବାଣିଜ୍ୟ (ପ୍ୟାଟ) ଯୋଜନା ଅଧୀନରେ ଶକ୍ତି ସଂରକ୍ଷଣ ଦିଗରେ ଉଦ୍ୟମ କରିଥିବାରୁ ବେଦାନ୍ତର ସହାୟକ ବାଲକୋକୁ ନିକଟରେ ‘ପ୍ୟାଟ୍ ଟପ୍ ପ୍ରଦର୍ଶନକାରୀ’ ପୁରସ୍କାର ପ୍ରଦାନ କରାଯାଇଥିଲା ।
• ଝାରସୁଗୁଡା (ଓଡିଶା) ରେ ବେଦାନ୍ତର ସ୍ମେଲଟର -୧ ଆଲୁମିନିୟମ ଉତ୍ପାଦକମାନଙ୍କ ମଧ୍ୟରେ ଜଳ ଦକ୍ଷତା କ୍ଷେତ୍ରରେ ଜାତୀୟ ମାନଦଣ୍ଡ ଥିଲା, ଆର୍ôଥକବର୍ଷ ୨୨ ରେ ଉତ୍ପାଦିତଧାତୁ ଟନ୍ ପ୍ରତି ସର୍ବନିମ୍ନ ଜଳର ବ୍ୟବହାର କରିଛି ।
• ବେଦାନ୍ତ ଆଲୁମିନିୟମ୍ ର ସମସ୍ତ ବ୍ୟବସାୟ ୟୁନିଟ୍ ଗୁଡିକ ଆଇଏସଓ୧୪୦୦୧: ୨୦୧୫ କୁ ଅନୁସରଣ କରୁଥିବା ପରିବେଶ ପରିଚାଳନା ସିଷ୍ଟମ୍ର ବ୍ୟବହାର ।