ବେଦାନ୍ତ ଆଲୁମିନିୟମ ଡେଭିଡ ଷ୍ଟୋନଙ୍କୁ କୋଇଲା ମାଇନ୍ସର ସିଇଓ ଭାବରେ ନିଯୁକ୍ତ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଡେଭିଡ ଷ୍ଟୋନଙ୍କୁ କୋଇଲା ମାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତି ଘୋଷଣା କରିଛି । ତାଙ୍କର ନୂତନ ଭୂମିକାରେ, ଡେଭିଡ୍ କମ୍ପାନୀର ସମଗ୍ର କୋଇଲା ଖନନ କାର୍ଯ୍ୟର ତଦାରଖ କରିବା ସହିତ ରଣନୀତି ପ୍ରସ୍ତୁତ ତଥା ଦକ୍ଷତା ଅପ୍ଟିମାଇଜ୍ କରିବା ପାଇଁ ଟେକ୍ନୋଲୋଜି ଏବଂ ନବସୃଜନର ବ୍ୟବହାର କରିବେ ।

ଓଡ଼ିଶାର ଝାରସୁଗୁଡାରେ ବେଦାନ୍ତ ଆଲୁମିନିୟମ୍‌ର ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଏବଂ ଛତିଶଗଡର କୋରବାରେ ଉତ୍ସ ଦକ୍ଷତାକୁ ଅପ୍ଟିମାଇଜ୍ କରିବା ପାଇଁ ଡେଭିଡଙ୍କ ପାରଦର୍ଶୀତା ଗୁରୁତ୍ୱପୂର୍ଣ୍ଣ ହେବା ସହିତ ସ୍ଥାୟୀ ଖଣି ଅଭ୍ୟାସ ଉପରେ ମଧ୍ୟ ତୀକ୍ଷ୍ଣ ଧ୍ୟାନ ରଖିବେ । କମ୍ପାନୀରେ ୫ ଟି ଅପରେଟିଂ କୋଇଲା ଖଣି ରହିଛି ଯାହାର ମିଳିତ କ୍ଷମତା ବାର୍ଷିକ ୪୦ ନିୟୁତ ଟନ୍ (ଏମଟିପିଏ) ଅଟେ । ଏଥିରେ ଜାମଖାନି, କୁରାଲୋଇ, ରାଧିକାପୁର, ଘୋଗରାପାଲୀ ଏବଂ ବାରା ଅନ୍ତର୍ଭୁକ୍ତ ।

୩୦ ବର୍ଷରୁ ଅଧିକ ସମୟ ବିଶିଷ୍ଟ କ୍ୟାରିଅର୍ ସହିତ, ଉତ୍ସ ବ୍ୟବସାୟ ପରିଚାଳନା କରିବାରେ ଡେଭିଡଙ୍କ ଏକ ସମୃଦ୍ଧ ବିଶ୍ୱ ଅଭିଜ୍ଞତା ଅଛି । ଅଭିବୃଦ୍ଧି ପର୍ଯ୍ୟାୟ, ମିଶ୍ରଣ ଏବଂ ଅଧିଗ୍ରହଣ, ପ୍ରକଳ୍ପ ବିକାଶ ପର୍ଯ୍ୟନ୍ତ କାର୍ଯ୍ୟଗୁଡିକର ନିରନ୍ତର ପରିଚାଳନାରେ ସେ ନେତୃତ୍ୱ ପଦବୀରେ ରହିଆସିଛନ୍ତି । ଶେୟାରହୋଲ୍ଡର ମୂଲ୍ୟ ସୃଷ୍ଟି ଉପରେ ଏକ ଉତ୍ସର୍ଗୀକୃତ ଧ୍ୟାନ ଦେଇ ସେ କ୍ରମାଗତ ଭାବରେ ଏହି ବ୍ୟବସାୟଗୁଡିକ ମଧ୍ୟରେ ଏକ ପରିବର୍ତନଶୀଳ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଖଣି କାର୍ଯ୍ୟରେ ତାଙ୍କର ବିଶ୍ୱସ୍ତରୀୟ ଅଭିଜ୍ଞତା ଆଙ୍ଗେ୍ଲା ଆମେରିକାନ୍‌, ଏକ୍ସସ୍ଟ୍ରାଟା ଏବଂ ଗ୍ଲେନକୋର ସହିତ ଉଲ୍ଲେଖନୀୟ କାର୍ଯ୍ୟକାଳ ଅନ୍ତର୍ଭୁକ୍ତି ରହିଛି ।

ଡେଭିଡଙ୍କୁ ବେଦାନ୍ତ ଆଲୁମିନିୟମରେ ସ୍ୱାଗତ କରି ଆମେ ଆନନ୍ଦିତ । ଆମର ପ୍ରମାଣିତ ଟ୍ରାକ୍ ରେକର୍ଡ ତାଙ୍କୁ ଆମର ଖଣି କାର୍ଯ୍ୟ ଚଳାଇବା ପାଇଁ ଏକ ଆଦର୍ଶ ନେତା ଭାବରେ ପରିଣତ କରିଛି, କଂଚାମାଲକୁ ସୁରକ୍ଷିତ ରଖିବା ଏବଂ ଆମର ବ୍ୟବସାୟ ପାଇଁ ଉତ୍ପାଦନ ମୂଲ୍ୟ ହ୍ରାସ କରିବା ପାଇଁ ପଛୁଆ ଏକୀକରଣକୁ ସୁନିଶ୍ଚିତ କରେ । ଉଚ୍ଚାଭିଳାଷୀ ଅଭିବୃଦ୍ଧି ଯୋଜନା ଉପରେ ନଜର ରଖିବା ସହିତ ଆମର ଉତ୍ସ ଦକ୍ଷତା ବୃଦ୍ଧି କରିବା ତାଙ୍କର ପାରଦର୍ଶିତାର ଅମୂଲ୍ୟ ହେବ ବୋଲି ବେଦାନ୍ତ ଆଲୁମିନିୟମର ସିଇଓ ଜନ୍ ସ୍ଲାଭେନ୍ କହିଛନ୍ତି ।

ନିଜ ନିଯୁକ୍ତି ଉପରେ ମତ ଦେଇ ଡେଭିଡ ଷ୍ଟୋନ, ସିଇଓ – କୋଇଲା ମାଇନ୍ସ, ବେଦାନ୍ତ ଆଲୁମିନିୟମ କହିଛନ୍ତି ଯେ କମ୍ପାନୀ ଉତ୍ପାଦନ କ୍ଷମତାକୁ ବଢ଼ାଉଥିବା ଏବଂ ଏକ ଉଚ୍ଚକୋଟୀର ଅଭିବୃଦ୍ଧି ପଥରେ ଥିବାବେଳେ ମୁଁ ବେଦାନ୍ତ ଆଲୁମିନିୟମରେ ଯୋଗ ଦେଇ ଗୌରବାନ୍ୱିତ ଅଟେ । ମୁଁ ଅଭିନବ କୌଶଳ ପ୍ରୟୋଗ କରିବାକୁ ପ୍ରତିଭାବାନ ଟିମ ସହିତ କାର୍ଯ୍ୟ କରିବାକୁ ଉତ୍ସାହିତ ଅଟେ ଯାହା ଆମର ଉତ୍ସକୁ ଅପ୍ଟିମାଇଜ୍ କରିବା ସହିତ ଖର୍ଚ୍ଚ ହ୍ରାସ ତଥା କମ୍ପାନୀର ଅଭିବୃଦ୍ଧି ଏବଂ ସ୍ଥିରତା ଉଦ୍ଦେଶ୍ୟରେ ସହାୟକ ହେବ ।

ସମ୍ପ୍ରସାରଣ ଏବଂ ମୂଲ୍ୟ ହ୍ରାସ ପାଇଁ ବେଦାନ୍ତ ଆଲୁମିନିୟମ୍‌ର ରଣନୀତିର ଏକ ଅଂଶ ଭାବରେ, କମ୍ପାନୀ ଏକ ଦୃଢ କୋଇଲା ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ପଛୁଆ ଏକୀକରଣ ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି । ନୂତନ କୋଇଲା ଖଣିଗୁଡିକ କମ୍ପାନୀର ବିଦ୍ୟମାନ ତାପଜ ବିଦ୍ୟୁତ୍ ଯୋଗାଇ ବିଦ୍ୟୁତ୍ ଉତ୍ପାଦନର ମୂଲ୍ୟକୁ ଯଥେଷ୍ଟ ହ୍ରାସ କରିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବେଦାନ୍ତ ଆଲୁମିନିୟମ୍ ଏହାର ଶକ୍ତି ପୋର୍ଟଫୋଲିଓରେ ଆଉ କୋଇଲା ଚାଳିତ କ୍ଷମତା ଯୋଗ ନକରିବାକୁ ପ୍ରତିଶ୍ରୁତିବଦ୍ଧ ତେଣୁ, ବେଦାନ୍ତ ଆଲୁମିନିୟମ ସ୍ଥିରତା ଲକ୍ଷ୍ୟ ପୂରଣ କରିବା ପାଇଁ କୋଇଲା ସମ୍ବଳର ସର୍ବୋଚ୍ଚ ସ୍ତରର ଦକ୍ଷତାକୁ ଚଲାଇବା ପାଇଁ ଡିଜିଟାଲାଇଜେସନ୍ ଏବଂ ନବସୃଜନକୁ ସର୍ବାଧିକ କରିବା ଜରୁରୀ ଅଟେ ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *

You may have missed