ବେଦାନ୍ତ ଲାଞ୍ଜିଗଡ଼ ଗୋଷ୍ଠୀ ସଦସ୍ୟମାନଙ୍କ ସହିତ ମିଳିତ ହୋଇ ୭୮ତମ ସ୍ୱାଧୀନତା ଦିବସ ପାଳନ କରିଛି

ଲାଞ୍ଜିଗଡ଼, କଳାହାଣ୍ଡି,ପ୍ରବାହ ନ୍ୟୁଜ୍‌ : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଲାଞ୍ଜିଗଡ଼଼, ଭାରତର ଅଗ୍ରଣୀ ମେଟାରଲଜିକାଲ ଗ୍ରେଡର ଆଲୁମିନିୟମ ନିର୍ମାତା ଏହାର କର୍ମଚାରୀ ତଥା ଏହାର ପରିସର ମଧ୍ୟରେ ଗୋଷ୍ଠୀରେ ଭାରତର ୭୮ତମ ସ୍ୱାଧୀନତା ଦିବସ ପାଳନ କରିଛି । ଭାରତର ବିକାଶରେ କମ୍ପାନିର ଅବଦାନକୁ ସୂଚାଇ ଏହି ଉତ୍ସବରେ ବୃକ୍ଷରୋପଣ ଅଭିଯାନ, ହର ଘର ତ୍ରିରଙ୍ଗା ପତାକା ବିତରଣ ଓ ପତାକା ଉତୋଳନ ସମାରୋହ ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ଏହି ଅଭିଯାନରେ ୧୦୦ରୁ ଅଧିକ କର୍ମଚାରୀଙ୍କ ସହ ୨୦ଟି ଗ୍ରାମର ୨୦୦୦ରୁ ଅଧିକ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମ ରାଷ୍ଟ୍ର ନିର୍ମାଣର ବୃହତ ଲକ୍ଷ୍ୟରେ ଯୋଗଦାନ କରିବାକୁ କମ୍ପାନିର ଦୃଷ୍ଟିକୋଣର ଏକ ପ୍ରଦର୍ଶନୀ ଥିଲା । କମ୍ପାନିର ପ୍ରକଳ୍ପ ସଙ୍ଗମ ଅଧିନରେ ଅଣସଂରକ୍ଷିତ ଗୋଷ୍ଠୀଙ୍କ ପାଇଁ ସ୍ଥାୟୀ ଓ ଜଳବାୟୁ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ଏଥିରେ ବ୍ୟାପକ ବୃକ୍ଷରୋପଣ ଅଭିଯାନ କରାଯାଇଥିଲା ଯେଉଁଥିରେ କର୍ମଚାରୀ ସ୍ୱେଛାସେବୀ ଓ ଗୋଷ୍ଠୀ ସଦସ୍ୟଙ୍କ ଦ୍ୱାରା ୫୦୦ରୁ ଅଧିକ ଚାରା ରୋପଣ କରାଯାଇଥିଲା । ସ୍ଥାନୀୟ ପୋଖରୀ ଚାରିପାଖରେ ଅନେକ ଚାରା ରୋପଣ କରାଯାଇଥିଲା ।

ଏହା ବ୍ୟତୀତ ହର ଘର ତ୍ରିରଙ୍ଗା ପଦକ୍ଷେପ ଦ୍ୱାରା ପଡ଼ୋଶୀ ଗ୍ରାମଗୁଡ଼ିକରେ ୫୦୦ରୁ ଅଧିକ ପତାକା ବଂଟନ କରାଯାଇଥିଲା ଓ ଗ୍ରାମବାସୀମାନେ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ । ବେଦାନ୍ତ କାରଖାନା ପରିସରରେ ପତାକା ଉତୋଳନ କରାଯ।।ଇଥିଲା ଓ କମ୍ପାନିର ସ୍ଥାୟୀ ବିକାଶ ଲାଗି ଏହାର ଯୁବ କର୍ମଚାରୀଙ୍କୁ ଉତ୍ସାହିତ କରାଯାଇଥିଲା । ଶେଷରେ କମ୍ପାନିର ବ୍ୟବସାୟୀ ସହଭାଗୀମାନେ ସାଂସ୍କୃତିକ ପ୍ରଦର୍ଶନ କରିଥିଲେ ।

ଏହି ଅବସରରେ ସୂଚନା ଦେଇ ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ, ସିଇଓ-ଆଲୁମିନା ବିଜିନେସ, ବେଦାନ୍ତ ଲିମିଟେଡ କହିଛନ୍ତି ସ୍ଥିର ଅଭିବୃଦ୍ଧି, ଆମର କାର୍ଯ୍ୟକଳାପ ଓ ମାଇଲ ଖୁଂଟପ୍ରତି ଆମର ପ୍ରତିବଦ୍ଧତାକୁ ଦେଶର ସାମାଜିକ ଅର୍ଥନୈତିକ ପ୍ରଗତି ପାଇଁ ସାକ୍ଷୀ ରହିଛି । ଏକ ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀ ଭାବରେ ଆମେ ସର୍ବୋତମ ଗୁଣବତା ଓ ଭାରତର ସର୍ବୋତମ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ, ଯାହା ଦେଶକୁ ପରିବର୍ତନ କରାଯାଇପାରିବ ଓ ଆତ୍ମନିର୍ଭର ଭାରତ ଗଠନରେ ସହାୟତା କରିବ ।

ବେଦାନ୍ତ ଆଲୁମିନା ଓଡ଼ିଶାର ସାମାଜିକ ଅର୍ଥନୈତିକ ବିକାଶରେ ମହତ୍ୱପୂର୍ଣ୍ଣ ଯୋଗଦାନ ରଖିଛି । ଝାରସୁଗୁଡ଼ାର ବିଶ୍ୱର ବୃହତ ଆଲୁମିନା କାରଖାନା (୧.୮ଏମଟିପିଏ) ଓ ବିଶ୍ୱସ୍ତରୀୟ ଆଲୁମିନା ବିଶୋଧନାଗାର (୩.୫ଏମଟିପିଏ)ଅନ୍ତର୍ଭୁକ୍ତ । ଯାହା କଳାହାଣ୍ଡିର ସର୍ବନିମ୍ନ ଅଙ୍ଗାରକାମ୍ଳ ଫୁଟପ୍ରିଂଟ ସହ ବିଶ୍ୱର ବୃହତମ ଅନ୍ୟତମ ସ୍ଥାୟୀ ରିଫାଇନାରୀ ଭାବରେ ପରିଚିତ । କମ୍ପାନି ଦେଶର ପ୍ରଗତିରେ ଭାଗିଦାର ହୋଇ ୫୦% ଉତ୍ପାଦନ କରୁଛି ।
ଅଧିକନ୍ତୁ,ବେଦାନ୍ତ ଲାଞ୍ଜିଗଡ଼଼ର ବ୍ୟାପକ ସାମାଜିକ ହସ୍ତକ୍ଷେପ ମାଧ୍ୟମରେ ଗୋଷ୍ଠୀ ସ୍ତରରେ ଗୁଣମାନର ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଓ ପରିମଳ କାର୍ଯ୍ୟକ୍ରମରେ ବେଦାନ୍ତ ଲାଞ୍ଜିଗଡ଼ର ଅବଦାନ ଯୋଗୁ ୬୭ରୁ ଅଧିକ ଗ୍ରାମ ଉପକୃତ ହେଉଛନ୍ତି । ଏହାର ୩୭୮ରୁ ଅଧିକ ଏସଏଚଜିରୁ ୪୦୦୦ରୁ ଅଧିକ ମହିଳାଙ୍କୁ ସଶକ୍ତ କରୁଛି । ଏହା ବାର୍ଷିକ ପ୍ରାୟ ୬୦,୦୦୦ ଲୋକଙ୍କୁ ଗୁଣାତ୍ମକ ଓ ଘର ନିକଟରେ ସ୍ୱାସ୍ଥ୍ୟସେବା ପହଁଚାଇଥାଏ । ଏଠାରେ କମ୍ପାନି ପକ୍ଷରୁ ଡିଏଭି ସ୍କୁଲ ପ୍ରତିଷ୍ଠା କରାଯାଇଛି । ୨୦୦ରୁ ଅଧିକ ଆଧୁନିକ ଅଙ୍ଗନବାଡି ନନ୍ଦଘର ମାଧ୍ୟମରେ ୪୦୦୦ ପିଲା ଉପକୃତ ହେଉଛନ୍ତି ଓ ୮୦୦ ମହିଳାଙ୍କୁ ପୋଷଣ ଯୋଗାଉଛି । କ୍ରୀଡ଼ା ଓ ଦକ୍ଷତା କ୍ଷେତ୍ରରେ ୨୦୦ରୁ ଅଧିକ ଯୁବକଙ୍କୁ ସହାୟତା କରୁଛି । ଏହା ସହ ପ୍ରକଳ୍ପ ପଂଛି ମଧ୍ୟ ଆରମ୍ଭ କରାଯାଇଛି, ଯାହା ଏକ ଅଭିନବ ପ୍ରୟାସ । ଏଥିରେ ବଂଚିତ ଗୋଷ୍ଠୀର ପ୍ରାୟ ୫୦ ବାଳିକାଙ୍କୁ ସକାରାତ୍ମକ ଭାବରେ ପ୍ରଭାବିତ କରୁଛି ଓ ସେମାନଙ୍କ ଅଧ୍ୟୟନ ପରବର୍ତି ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉଛି ।

Leave a Reply

Your email address will not be published. Required fields are marked *