ଘରର ଏହି କୋଣରେ ହୋଇଥାଏ ମାଆ ଲକ୍ଷ୍ମୀ ଓ କୁବେରଙ୍କ ବାସ
ପାଖେଇ ଆସିଲାଣି ଦୀପାବଳି। ଦୀପାବଳି ପୂର୍ବରୁ ଲୋକେ ଘର ସଫେଇ କାମ ଧୁମ୍ଧାମ୍ରେ କରିଥାନ୍ତି। ହିନ୍ଦୁ ଧର୍ମରେ ଦୀପାବଳିରେ ବିଶେଷ ଗୁରୁତ୍ବ ରହିଛି। ଦୀପର ଉତ୍ସବ ଦୀପାବଳିରେ ଲୋକେ ଅନ୍ଧାରରେ ଦୀପ ଜାଳି ନିଜ ଘରକୁ ଆଲୋକିତ କରିଥାନ୍ତି। ଏବର୍ଷ ଦୀପାବଳି ଅଗଷ୍ଟ ୨୪ ତାରିଖ (ସୋମବାର) ପଡୁଛି। ଏହି ଦିନରେ ଘରେ ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା କରାଯାଇଥାଏ। ମାଆ ଲକ୍ଷ୍ମୀଙ୍କ ପୂଜା କରିବା ଦ୍ବାରା ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ବାସ ରହିଛି।
ଦୀପାବଳି ପାଇଁ ଘର ସଫା କରିବା ସମୟରେ କିଛି ଦିଗକୁ ଦୃଷ୍ଟି ଦେବାକୁ ଭୁଲିବେ ନାହିଁ। ଜ୍ୟୋତିଷଙ୍କ କହିବା ମୁତାବକ, ଐଶନ୍ୟକୋଣକୁ ଘରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମନାଯାଏ। ବିଶ୍ବାସ ରହିଛି ଯେ ଘରର ଐଶନ୍ୟକୋଣରେ ହିଁ ଦେବାଦେବୀ ବାସ କରିଥାନ୍ତି। ଏହି କାରଣରୁ ମନ୍ଦିର ସବୁ ଏହି କୋଣରେ ନିର୍ମାଣ କରାଯାଇଥାଏ। ଏଥିପାଇଁ କୁହାଯାଏ ଦୀପାବଳିରେ ନିଶ୍ଚିତ ଭାବେ ଏହି କୋଣର ସଫାଇ କରନ୍ତୁ। ନହେଲେ ଘରେ ଲକ୍ଷ୍ମୀ ବସ କରିବା ବନ୍ଦ କରି ଦେଇଥାନ୍ତି ବୋଲି ବିଶ୍ବାସ ରହିଛି। ଏହି କୋଣରେ ମାୖା ଲକ୍ଷ୍ମୀଙ୍କ ସହ ଧନର ଦେବତା କୁବେର ବି ବାସ କରିଛନ୍ତି।
ଘରର ଐଶନ୍ୟକୋଣ ଉତ୍ତର-ପୂର୍ବ ଦିଗରେ ରହିଥାଏ। ଏପରିକି ବିଶ୍ବାସ ରହିଛି ଯେ ବ୍ୟବହାର ନକରୁଥିବା ସାମଗ୍ରୀକୁ ଏହି କୋଣରେ ରଖିବା ଅନୁଚିତ। ଏହି କୋଣ ଘରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କୋଣ ହୋଇଥିବାରୁ ଏହାକୁ ସବୁଠାରୁ ଅଧିକ ଗୁରୁତ୍ବ ମିଳିବା ଉଚିତ। ଏହି କୋଣରେ କୌଣସି ବି ଅଳିଆ ସାମଗ୍ରୀ ରଖିବା ଉଚିତ ନୁହେଁ। ଏହି ଦୀପାବଳିରେ ଆପଣଙ୍କ ଘରର ଐଶନ୍ୟକୋଣକୁ ଭଲ ଭାବେ ସଫେଇ କରନ୍ତୁ।