ଉତ୍କଳ ଦିବସ ୨୦୨୪: ବେଦାନ୍ତ ଆଲୁମିନିୟମ ଦ୍ୱାରା ପାଳନ କରାଯାଉଥିବା ପରମ୍ପରା ଓ ପ୍ରଗତିର ଏକ ଉତ୍ସବ

ଭୁବନେଶ୍ୱର, ୩ ଏପ୍ରିଲ ୨୦୨୪: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଏøତିହ୍ୟକୁ ସମ୍ମାନ ଜଣାଇ ୮୯ତମ ଏତ୍କଳ ଦିବସ ପାଳନ କରିଛି । ଏହି ଉତ୍ସବରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ, କଳା ଶିଳ୍ପ ଓ ପ୍ରଗତି ଉପରେ ବହୁ କାର୍ଯ୍ୟ୍ରକ୍ରମ ପ୍ରଦର୍ଶିତ ହୋଇଥିଲା । ଉତ୍କଳ ଦିବସ ଓଡ଼ିଶା ରାଜ୍ୟର ପ୍ରତିଷ୍ଠା ଦିବସ ରୂପେ ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ପରଠାରୁ ପାଳିତ ହୋଇ ଆସୁଛି ।
ବିଶ୍ୱର ବୃହତ ଆଲୁମିନିୟମ କାରଖାନା ଝାରସୁଗୁଡ଼ାରେ ବିଶିଷ୍ଟ ଅତିଥି ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଯିଏକି ପ୍ରସିଦ୍ଧ ଗୀତ ରଙ୍ଗବତୀର କବି, ସଙ୍ଗୀତକାର ଓ ଏପିକ ଲେଖକଙ୍କ ସହ ପ୍ରଫେସର ଅଶୋକ କୁମାର ଦାସ- ସମ୍ବଲପୁରୀ ଭାଷାବିତ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି ଦୁଇଜଣ ଅତିଥି ଓଡ଼ିଆ ଅସ୍ମିତା ଓଡ଼ିଶାର ଗର୍ବ ଶୀର୍ଷକ ଉପରେ ଆଲୋଚନା କରିଥିଲେ । ଅତିଥିମାନେ ଏହି ଉପଲକ୍ଷେ ପାରଂପାରିକ ଖାଦ୍ୟ ଉପଭୋଗ କରିବା ସହିତ ଫେନସି ଡ୍ରେସ ପ୍ରତିଯୋଗିତାକୁ ଉପଭୋଗ କରିଥିଲେ ।
କଳାହାଣ୍ଡିର ବେଦାନ୍ତ ଲାଞିଗଡ଼ ୟୁନିଟରେ ଓଡ଼ିଶାର ସଂସ୍କୃତିର ମହତ୍ୱକୁ ପ୍ରାଧାନ୍ୟ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗାୟକ ଜ୍ୟୋର୍ତିମୟୀ ନାୟକଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ପରିବେଷଣ, ମିଳିତ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ତଥା ସ୍ଥାନୀୟ ଗୋଷ୍ଠୀଙ୍କ ଦ୍ୱାରା ଘୁମୁରା ନୃତ୍ୟ ପରିବେଷଣ କରାଯାଇଥିଲା ।
ସୁନୀଲ ଗୁପ୍ତା, ସିଓଓ-ବେଦାନ୍ତ ଲିମିଟେଡ କହିଥିଲେ ଯେ- ଉତ୍କଳ ଦିବସ ଆମ ପାଇଁ ଏକ ଗୌରବର ଦିବସ । ଆମେ ଓଡ଼ିଶାର ସମୃଦ୍ଧ ଐତିହ୍ୟ, ସଂସ୍କୃତିର ସମୃଦ୍ଧି ପାଇଁ ପ୍ରୟାସ କରିବା ଉଚିତ । ଆମ ପାଇଁ ଏହା ଗର୍ବର ବିଷୟଯେ ବେଦାନ୍ତ ଗ୍ରୁପରେ ସର୍ବବୃହତ ପୁଞ୍ଜି ବିନିଯୋଗ ରାଜ୍ୟ ପାଇଁ ଏକ ବରଦାନ ପାଲଟିଛି । ଆଜି ହଜାର ହଜାର ଶିଳ୍ପ ମୁଣ୍ଡ ଟେକିଛି । କଳାହାଣ୍ଡି ଆଜି ସମାଜର ମୁଖ୍ୟ ସ୍ରୋତ ସହ ସାମିଲ ହୋଇ ବହୁମୁଖୀ ସୁଯୋଗ ପାଇପାରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଆଜି ପ୍ରଗତି ପଥରେ ଅଗ୍ରସର ।


ଚଳିତ ବର୍ଷ ଉତ୍କଳ ଦିବସ ଉତ୍ସବ ବେଦାନ୍ତ ଆଲୁମିନିୟମର ଓଡ଼ିଶା ପାଇଁ ଅଦ୍ୟମ ପ୍ରତିବଦ୍ଧତା ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ,ସମାଜ କଲ୍ୟାଣ, ଜୀବିକା ନିର୍ବାହ, କ୍ରୀଡ଼ା, ସଂସ୍କୃତିରେ ପଦକ୍ଷେପ ମାଧ୍ୟମରେ ଏହା ସମାଜରେ ଅର୍ଥନୈତିକ ବିକାଶ ସହ ଜଡ଼ିତ ରହି ହଜାର ହଜାର ଲୋକଙ୍କ ଜୀବନରେ ପରିବର୍ତନ ଆଣିଛି । ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ସହ ଧୋକ୍ରା ଓ ସଉରା ପରି ପାରଂପାରିକ କଳାକୁ ପ୍ରୋତ୍ସାହିତ କରି ଆସୁଛି । ଏହି ସଂସ୍ଥା ନିକଟରେ କାନଜୁରୀ ନାମକ ଦୀର୍ଘତମ ସମ୍ବଲପୁରୀ ନାଟ୍ୟକଳା ପରିବେଷଣ କରିଥିଲା ଯାହା ୪୯ ଘଂଟା ଧରି ଚାଲିଥିଲା । ୧୦୦ ସମ୍ବଲପୁରୀ ନାଟକ ବିଶିଷ୍ଟ ଏକ କାର୍ଯ୍ୟକ୍ରମକୁ ୪୦୦୦ ଦର୍ଶକ ଉପଭୋଗ କରିଥିଲେ ଓ ଏହା ଥିଏଟର ଇତିହାସରେ ଏକ ମାଇଲଖୁଂଟ ଥିଲା ।
ବେଦାନ୍ତ ଆଲୁମିନିୟମ କ୍ରମାଗତ ଭାବରେ ଗୋଷ୍ଠୀ କଲ୍ୟାଣ ଦିଗରେ କାର୍ଯ୍ୟ କରୁଛି ବହୁ ଦୁର୍ଗମ ଅଂଚଳର ଲୋକମାନେ ଏହା ମାଧ୍ୟମରେ ଉପକୃତ ହୋଇ ପାରୁଛନ୍ତି । ଓଡ଼ିଶାର ଅଭିବୃଦ୍ଧି ପାଇଁ କଂପାନି ଉତ୍ସର୍ଗୀକୃତ ରହିଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *