ସମ୍ବାଦ ସାହିତ୍ୟଘର ବଡବିଲ ଶାଖା କାର୍ଯ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳିତ

ବଡବିଲ (୦୧.୦୪.୨୦୨୩) : ସମ୍ବାଦ ସାହିତ୍ୟଘର ବଡବିଲ ଶାଖା କାର୍ଯ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି, ପୌର ଉପାଧ୍ୟକ୍ଷା ସରସ୍ୱତୀ ନାଏକ, ସମାଜସେବୀ ଦମୟନ୍ତୀ ସାମଲ, ସିଆର ସି ସି ଦୁଃଖବନ୍ଧୁ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଥମେ ଜାତୀୟ ପତାକା ଉତ୍ତୋଳନ ସହ ଜାତୀୟ ସଙ୍ଗୀତ ଗାନ ଏବଂ ପରେ ବଡବିଲ ଶିଶୁ ବିଦ୍ୟାମନ୍ଦିର ର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏହାପରେ କାର୍ଯ୍ୟାଳୟ ପରିସରରେ ଥିବା ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ଏହି ଅବସରରେ ଅନୁଷ୍ଠିତ ଏକ ପିଠାପଣା ପ୍ରତିଯୋଗୀତାରେ ବିଭିନ୍ନ ମହିଳା ଅନୁଷ୍ଠାନ ର ୧୨ ଜଣ ମହିଳା ଅଂଶଗ୍ରହଣ କରିଥିଲେ ଯାହାକୁ ଶିକ୍ଷୟତ୍ରୀ ନନ୍ଦିନୀ ମହାନ୍ତି, ଗାୟତ୍ରୀ ମିଶ୍ର ଓ ସମାଜସେବୀ ଦମୟନ୍ତୀ ସାମଲ ବିଚାର କରି ଶ୍ରେଷ୍ଠ ୩ଜଣ ପ୍ରତିଯୋଗୀ ଚୟନ କରିଥିଲେ । ଶ୍ରେଷ୍ଠ ୩ଜଣ ଲିପିକା ମିଶ୍ର, ଆଶା ପାତ୍ର ଓ ଅରୁନ୍ଧତୀ ବିଶ୍ୱାଳ ଙ୍କୁ ମାନପତ୍ର ଓ ପୁରସ୍କାର, ସଙ୍ଗୀତ ପରିବେଷଣ କରିଥିବା ଶିଶୁ ବିଦ୍ୟାମନ୍ଦିର ଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସମ୍ବାଦ ସାହିତ୍ୟ ଘରର ପୂର୍ବତନ ସହସମ୍ପାଦକ ତଥା ମାଟ୍କାମ୍ବେଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡିଆ ଅଧ୍ୟାପକ ଅରବିନ୍ଦ ନାୟକଙ୍କୁ ଏହି ଅବସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା । ସାହିତ୍ୟଘର ମୁଖ୍ୟ ଉପଦେଷ୍ଟା ରାଜକିଶୋର ଦାଶ, ବ୍ରଜକିଶୋର ପଣ୍ଡା, ସଭାପତି ପ୍ରତାପ କିଶୋର ଦାସ, ସମ୍ପାଦକ କୈଳାଶ ଚନ୍ଦ୍ର ସାହାଣି , ଉପଦେଷ୍ଟା ଅକ୍ଷୟ କୁମାର ବିଶ୍ୱାଳ, ଉପସଭାପତି ସଞ୍ଜୟ ନାଏକ, ଆବାହକ ସୁବୋଧ ଦାସ, ସୂର୍ଯ୍ୟକାନ୍ତ ଦାଶ, ସହ ସମ୍ପାଦକ ଅଶୋକ ପ୍ରଜାପତି, ରାମ କର୍ମକାର, କୋଷାଧ୍ୟକ୍ଷ ବିଶ୍ୱଜିତ ମହାନ୍ତ, ପ୍ରତାପ ମହାରଣା, ରାକେଶ ବାଗ, ଇମ୍ରାନ ଅନ୍ସାରି, କମଲ ଶର୍ମା, ମଧୁସୁଦନ ସାହୁ, ଧରଣିଧର ମହାନ୍ତଙ୍କ ସହ ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସଦସ୍ୟା ଯୋଗଦାନ କରିଥିଲେ ।