ବେଦାନ୍ତ ଆଲୁମିନିୟମ ନୀତି ଆୟୋଗର ସହଭାଗିତାରେ ରେଡ ମଡର ଉପଯୋଗିତା

ଝାରସୁଗୁଡ଼ା,ପ୍ରବାହ ନ୍ୟୁଜ୍‌ : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ସଂପ୍ରତି ନୀତି ଆୟୋଗ ଓ ଅଗ୍ରଣୀ ଜାତୀୟ ଅନୁଷ୍ଠାନ ସହଭାଗିତାରେ ବକ୍ସାଇଟ ରିଫାଇନିଂର ଏକ ପ୍ରମୁଖ ଉପାଦାନ ରେଡ ମଡର ସ୍ଥାୟୀ ପ୍ରୟୋଗ ଚିହ୍ନଟ ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ ଆୟୋଜନ କରିଥିଲା ।

ବୈଜ୍ଞାନିକ ତଥା ଶିଳ୍ପ ଅନୁସନ୍ଧାନ ପରିଷଦ ଏବଂ ଜବାହରଲାଲ ନେହେରୁ ଆଲୁମିନିୟମ ଅନୁସନ୍ଧାନ ବିକାଶ ଓ ଡିଜାଇନ ସେଂଟର, ନାଗପୁର ଅଧିନରେ ଥିବା ମେଟାର୍ଲଜିକାଲ ଲାବରେଟୋରୀ ଓ ଆଇଏମଏମଟିର ବୈଜ୍ଞାନିକ ତଥା ବିଷୟ ବିଶେଷଜ୍ଞ ମାନେ ନୀତି ଆୟୋଗ ଓ ବେଦାନ୍ତର ବିଶେଷଜ୍ଞମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ବିଶେଷଜ୍ଞମାନେ ଧାତବ ମୂଲ୍ୟ ଓ ଅବଶିଷ୍ଟ ଉତ୍ପାଦର ଉପଯୋଗିତା ପାଇଁ ରେଡ ମଡର ଉପଯୁକ୍ତ ପ୍ରୟୋଗ ଉପରେ ୮ମ ବୈଠକରେ ଯୋଗ ଦେଇଥିଲେ । ଆଲୁମିନା ଉତ୍ପାଦନ ଲାଗି ରେଡ ମଡର ଆବଶ୍ୟକତା ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା ।

ଦିନବ୍ୟାପୀ ଅଧିବଶେନରେ ଅନ୍ୟ ଶିଳ୍ପ ଗୁଡ଼ିକରେ ଅନୁସନ୍ଧାନ, ବିକାଶ ଓ ବ୍ୟବସାୟୀକରଣ ପ୍ରୟାସ ଜରୀଆରେ ରେଡ ମଡର ପ୍ରଭାବଶାଳୀ ଉପଯୋଗିତା ଉପରେ ଗୁରୁତ୍ୱ ପ୍ରକାଶ ପାଇଥିଲା । ଏହା ଉପରେ ଏକ ରୋଡମ୍ୟାପ ଓ ପ୍ରକଳ୍ପର ବ୍ୟବସାୟିକ କାର୍ଯ୍ୟକ୍ଷମତା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

ରେୟାର ଆର୍ଥ ଅକ୍ସାଇଡରେ ଭାରତରେ ଆତ୍ମନିର୍ଭରଶୀଳତାକୁ ଆଗକୁ ନେବାରେ ନୀତି ଆୟୋଗ ରେୟାର ଆର୍ଥ ଉତୋଳନ ପାଇଁ ଦଳୀୟ ଉତ୍ସ ଚିହ୍ନଟ କରିଛନ୍ତି ।ଏହା ରେଡ ମଡ ସ୍କାଣ୍ଡିୟମର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଓ ଏହା ଦେଶୀ ଅକ୍ସାଇଡ ଅପେକ୍ଷା ଅଧିକ ସମୃଦ୍ଧ ପଦାର୍ଥ । ବେଦାନ୍ତ ଆଲୁମିନିୟମ ସରକାରୀ, ଏକାଡେମୀ ଓ ଶିଳ୍ପ ସହିତ ରେଡ ମଡର ବ୍ୟାପକ ବ୍ୟବହାର ଲାଗି ବୈଷୟିକ ସମାଧାନର ବିକାଶ ପାଇଁ କାର୍ଯ୍ୟ କରିଆସୁଛି । ସ୍କାଣ୍ଡିୟମର ବାହାର କରିବା ଲାଗି ଘରୋଇ ଉତ୍ସ ଭାବରେ ରେଡ ମଡର ଉପଯୋଗିତା କରୁଛି । ଏହାର ଆର୍ଥିକ କାର୍ଯ୍ୟଦକ୍ଷତା ଉପରେ ପ୍ରଦର୍ଶନ ମଧ୍ୟ କରିଛି ।

ଏହି ପ୍ରକଳ୍ପ ହେଉଛି ଅତିରିକ୍ତ ସମ୍ଭାବନାର ଏକ ଦୃଢ ପ୍ରଦର୍ଶନ ଯାହା ସର୍ବସାଧାରଣ ଅନୁସନ୍ଧାନ ସଂସ୍ଥା ଓ ବେସରକାରୀ ଉଦ୍ୟୋଗ ଗୁଡ଼ିକ ମଧ୍ୟରେ ଘନିଷ୍ଠ ସହଯୋଗ ଦ୍ୱାରା ଅନଲକ ହୋଇପାରିବ ।

ଏହି ପଦକ୍ଷେପ ଉପରେ ବେଦାନ୍ତ ଆଲୁମିନିୟମ ଲିମିଟେଡର ସିଇଓ ଜନ ସ୍ଲାଭେନ କହିଛନ୍ତି ଯେ ବିଶ୍ୱର ଶକ୍ତି ପରିବର୍ତନ ଲାଗି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ସଦୁପଯୋଗ କରିବା ଉଚିତ । ଯାହା ଆଗାମୀ ଦିନରେ ଆମ ବିଶ୍ୱ ପାଇଁ ମହତ୍ୱପୂର୍ଣ୍ଣ ହେବ । ଆମେ ଉଭୟ ସାର୍ବଜନୀନ ଅନୁସନ୍ଧାନ ସଂସ୍ଥା ଓ ଶିଳ୍ପ ସାଥୀଙ୍କ ଭାଗିଦାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ଅଭ୍ୟାସ ଖଣି, ଧାତୁ ଓ ଉତ୍ପାଦନ କ୍ଷେତ୍ର ମଧ୍ୟରେ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସରେ ସହାୟକ ହେବ ।

ଉନ୍ନତ ଆଲୁମିନିୟମ ଆଲୋଏଜ ସୃଷ୍ଟି ଲାଗି ସ୍କାଣ୍ଡିୟମ ଗୁରୁତ୍ୱପୂର୍ଣ୍ଣ ଅଟେ ଯାହା ପ୍ରତିରକ୍ଷା, ଏରୋସ୍ପେଶ, ଅଟୋମୋବାଇଲ କ୍ଷେତ୍ରରେ ବହୁଳ ଭାବରେ ବ୍ୟବହୃତ । ଭାରତରେ ବର୍ତମାନ ଏହି ଖଣିଜ ପଦାର୍ଥର ପ୍ରାଥମିକ ଉତ୍ସର ଅଭାବ ରହିଛି । ଏହି ସେକେଣ୍ଡାରୀ ସମ୍ବଳକୁ ବ୍ୟବହାର କରି ଆଲୁମିନିୟମ ଉତ୍ପାଦନରେ ନୂଆ ନେତୃତ୍ୱ ନେବାରେ ବେଦାନ୍ତ ଭାରତର ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରୁଛି ।

ଏହି ପ୍ରକଳ୍ପର ସଫଳତା ଉପରେ ମତ ଦେଇ ଡ.ଆର.ସାରାବନଭବନ , ସଦସ୍ୟ, ନୀତି ଆୟୋଗ କହିଛନ୍ତି ଯେ ଭାରତରେ ବକ୍ସାଇଟ ଭଣ୍ଡାରର ୫୦% ଓଡ଼ିଶାରେ ରହିଛି । ତେଣୁ ରେଡ ମଡର ପ୍ରଭାବଶାଳୀ ପରିଚାଳନା, ସଂରକ୍ଷଣ, ବ୍ୟବହାରିକ ବିକାଶ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକା ରହିଛି । ବେଦାନ୍ତର ଏହି ପ୍ରୟାସ ଏକ ମହତ୍ୱପୂର୍ଣ୍ଣ ସଫଳତା ହେବ ବୋଲି ପ୍ରତିଶ୍ରୁତି ଦେଇଛି, ଯାହା ବିଶ୍ୱବ୍ୟାପୀ କମ୍ପାନିଗୁଡ଼ିକ ଲାଗି ବେଶ ଲାଭଦାୟକ ହେବ ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *