ସଂଘ ଲୋକସେବା ଆୟୋଗ ସଫଳତା ଓ ସମାନନାର ଏକ ଉତ୍ତମ ମାର୍ଗ
ସମ୍ମାନସ୍ପଦ ସଂଘ ଲୋକସେବା ଆୟୋଗ ପରୀକ୍ଷାରେ ଅନେକ ମୁସଲମାନ ଛାତ୍ରଙ୍କ ସଫଳତା ଏହା ସୂଚିତ କରିଥାଏ ଯେ, ସୁସଲିମ ସମୁଦାୟ ମଧ୍ୟରେ ଏକ ବ୍ୟାପକ ଶିକ୍ଷାଗତ ପରିବର୍ତ୍ତନ । ପରିଲକ୍ଷିତ ହେଉଛି । ଉକ୍ତ ପରୀକ୍ଷାରେ ମୁସଲମାନ ପରୀକ୍ଷାର୍ଥୀଙ୍କ ସଫଳତାର ହାରକୁ ଅନୁଧ୍ୟାନ ଦଳ, ଏହି ପରୀକ୍ଷାର ବୟନ ପ୍ରକ୍ରିୟା ଯେ କେତେ ସନ୍ଥ, ତାହା ଜଣା ପଡ଼ିଥାଏ, ଯାହା ଦ୍ୱାରା ଅବହେଳିତ ବର୍ଗର ପରୀକ୍ଷାର୍ଥୀ ମାନଙ୍କର ବତ ସପ୍ନ ସାକାର ହୋଇ ପାରିଛି । ଗଣ ମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାର ୨୦୨୩ ୟୁପିଏସସି ପରୀକ୍ଷାରେ ମୁସୁଲିମ୍ ପରୀକ୍ଷାର୍ଥୀଙ୍କ ସଫଳତା ହାର ଶତକଡା ୯ ଥିଲା । ଏବଂ ଗତ କିଛି ବର୍ଷରେ ଏହି ସଫଳତା ହାର ଯଥା, ୨୦୦୦ ମସିହାରେ ଶତକଡା ୩.୬୪ ଭାଗ ଓ ୨୦୨୨ ମସିହାର ଶତକଡା ୩,୧୦ ଭାଗ ହୋଇଥିଲା । ଚଳିତ ବର୍ଷ ମୁସଲିମ ସମୁଦାୟର ୫୦ ଜଣ ସଫଳ ହୋଇଛନ୍ତି, ଯାହା ଗତବର୍ଷ ତୁଳନାରେ ଶତକଡା ଏ ରାଗ ବୃଦ୍ଧି ହୋଇଛି ।
ଏହି ଧାରା ଏହା ସୂଚାଇଥାଏ ଯେ ସରକାର । ଅନୁଷ୍ଠାନ ଗୁଡିକର ପ୍ରତିନିଧୀନରେ ବିବିଧତା ଆସୁଛି ଯାହା ଫଳରେ ସମାନତା ଓ ସାମାଜିକ ଏକତାକୁ ପ୍ରୋତ୍ସାହିତ କରାଯାଇପାରିଛି । ମୁସଲମାନ ଯୁବକ ମାନେ ସାମାଜିକ ସୀମାକୁ ଅତିକ୍ରମ କରି ଅନେକ ସଫଳତା ହାସଲ କରିବା ସହ ଭବିଷ୍ୟତ ପିଢିକୁ ପ୍ରେରଣା ପ୍ରଦାନ କରୁଛନ୍ତି । ଉଚିତ୍ ଅବସର ଓ ସଂସାଧନ ପ୍ରଦାନ କରାଗଲେ, ମୁସଲିମ ଯୁବ ଗୋଷ୍ଠୀ, ସୋମାନଙ୍କ ଭଳିନ୍ ଲକ୍ଷ୍ୟ ହାସଲ କରିବା ସହ ଦେଶର ବିକାଶରେ ଏକ ସକାରାତ୍ମକ ଅବଦାନ ଦେଇପାରିବେ ଏଥିରେ କୌଣସି ସନ୍ଦେହ ନାହିଁ । ସଂଖ୍ୟାଲଘୁ ସମୁଦାୟର ଛାତ୍ର-ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବା ଫଳରେ ସଫଳତା । ହାସଲ କରିବା ପାଇଁ ତାଙ୍କ ମଧ୍ୟରେ ପ୍ରତିଦକତା ବୃଦ୍ଧି ପାଉଛି । ଯାହା ଫଳରେ ଅନେକ ମୁସଲିମ ଯୁବଗୋଷ୍ଠୀ, ଯାହା ମଧ୍ୟରେ ମଗୁଲିମ୍ ମହିଳା ପରୀକ୍ଷାର୍ଥୀ ମଧ୍ୟ ଅର୍ନ୍ତଭୁକ୍ତ ଲୋକସେବା ପରୀକ୍ଷାରେ ଉତ୍ତୀର୍ଣ ହେବା ପାଇଁ ଚେଷ୍ଟା କରୁଛନ୍ତି, ଯାହା ଏକ ସକାରାତ୍ମକ ପରିବର୍ତ୍ତନ ଅଟେ । ଚଳିତ ବର୍ଷ ୟୁପିଏସସି ପରୀକ୍ଷାରେ ଜଣେ ମୁସଲିମ ଛାତ୍ରୀ ନବମ ସ୍ଥାନରେ ଚୟନିତ ହୋଇଛନ୍ତି, ଯାହା ପ୍ରତିପାଦିତ କରୁଛି ଯେ ମୁସଲିମ ପରିବାର ମାନେ ବର୍ତ୍ତମାନ ଶିକ୍ଷା ଓ ସରକାରୀ ନିଯୁକ୍ତି ଉପରେ ଗୁରୁଦ୍ୱାରୋପ କରୁଛନ୍ତି । ଏହା ସତ ଯେ ଅନେକ ଦଶନ୍ଧି ଧରି ମୁସଲିମ ସମୁଦାୟ ଆଧୁନିକ ଶିକ୍ଷାରୁ ବଂଚିତ ହୋଇ ରହିଥିଲେ ତଥା ପ୍ରଶାସନିକ ସ୍ତରରେ ଉକ୍ତ ପଦ ହାସଲ କରିବା ପାଇଁ ଆଶା ବାନ୍ଧିପାରୁନଥିଲେ । କିନ୍ତୁ ୟୁପିଏସ୍?ସି ତାହାର ବୟନ ପ୍ରକ୍ରିୟାରେ ସଚ୍ଛତା ରକ୍ଷା କରିବାର ପ୍ରତିବଦ୍ଧତା ଯୋଗୁଁ, ନା କେବଳ ମେଧାବୀ ଛାତ୍ର ମାନେ ଚୟନିତ ହେଉଛନ୍ତି ବରଂ ତାହା ଦ୍ୱାରା ପରୀକ୍ଷା ପ୍ରଣାଳୀରେ ପ୍ରାର୍ଥୀ ମାନଙ୍କର ବିଶ୍ୱାସରେ ବୃଦ୍ଧି ଘଟିଛି । ଏହା ପ୍ରମାଣିତ କରୁଛି ଯେ କଠିନ ପରିଶ୍ରମ ଦ୍ୱାରା ମେଧାବୀ ଛାତ୍ର ମାନେ ଯେକୌଣସି ଉଚ୍ଚ ଲକ୍ଷ୍ୟକୁ ହାସଲ କରିପାରିବେ । ଶିକ୍ଷାର ମହତ୍ୱକୁ ହୃଦୟଙ୍ଗମ କରି, ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବାରେ ସହଯୋଗ ପ୍ରଦାନ କରି ସେମାନେ ଜନସାଧାରଣଙ୍କୁ ଉଚିତ ସେବା ପ୍ରଦାନ କରିପାରିବେ । ଏହି ସଫଳତା ପାଇଁ କାମିଆ ହମଦର୍ଶ, ଜାମିଆ ମିଳିଆ ଇସଲାସିଆ ଓ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ଓ ଅନେକ ସାମାଜିକ ସଂସ୍ଥା ଯେଉଁମାନେ ଏହି ଛାତ୍ରମାନଙ୍କୁ ରହିବାର ବ୍ୟବସ୍ଥା, ଉତ୍ତମ ପରିବେଶ ତଥା ପଠନ ସାମଗ୍ରୀ ପ୍ରଦାନ କରିଥିଲେ, ତାଙ୍କୁ ମଧ୍ୟ ଶ୍ରେୟ ଦିଆଯିବା ଉଚିତ୍ । ସାମୁଦାୟିକ ସ୍ତରରେ ଯୁବଗୋଷ୍ଠୀ ଓ ମୁଖ୍ୟତଃ ମହିଳା ମାନଙ୍କୁ ଏହିପରି ସମ୍ମାନସ୍ପଦ ପରୀକ୍ଷା ଗୁଡିକ ପାଇଁ ପ୍ରସ୍ତୁତି ପାଇଁ ଏହିପରି ଅନେକ ପ୍ରଚେଷ୍ଟା ଆବଶ୍ୟକ ।
ଏହା ସହିତ ମୁସଲିମ ଯୁବଗୋଷ୍ଠି କୌଣସି ପ୍ରକାର ସାମ୍ପ୍ରଦାୟିକ ଘଟଣା ମାନଙ୍କ ଦ୍ୱାରା ଭୂମିତ ନ ହୋଇ, ଶିକ୍ଷା ଓ ସଚେତନତା ବୃଦ୍ଧିପାଇଁ କାର୍ଯ୍ୟକରିବା ଉଚିତ୍ । ଏହାଦ୍ୱାରା ସେମାନେ ତାଙ୍କର ଲକ୍ଷ୍ୟ ସାଧନ କରିପାରିବା ସହିତ ସମାଜ ପ୍ରତି ଏକ ସକାଳାନ୍ତ୍ରିକ ଯୋଗଦାନ କରିପାରିବେ ।
(ଅଲତାଫ୍ ମିଲ୍) ପିଏସ୍ଟି ଛାତ୍ର
ଜାମିଆ ମିଲିଆ । ଇସଲାସିଆ