ରାସେଶ୍ୱରୀ ପାଣିଗ୍ରାହୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସାକ୍ଷାତ

ସମ୍ବଲପୁର(ପ୍ରବାହ ନ୍ୟୁଜ୍‌) : ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଭାଜପା ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ସୌଜନ୍ୟମୂଳକ ସାକ୍ଷାତ ସହ ନିର୍ବାଚନ ପାଇଁ ତାଙ୍କର ଆଶୀର୍ବାଦ କାମନା କରିଥିବା ସୋସିଆଲ ମିଡିଆରେ ଲେଖିଛନ୍ତି ଧର୍ମେନ୍ଦ୍ର। ତେବେ ରାସେଶ୍ୱରୀ ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସାକ୍ଷାତ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଜେଡି ରାଶେଶ୍ୱରୀଙ୍କୁ ସମ୍ବଲପୁର ବିଧାନସଭା ପାଇଁ ଟିକେଟ୍ ନଦେବାରୁ ସେ ଦଳ ଛାଡିଥିଲେ।

ଏକ ରାଜନୈତିକ ପରିବାରରୁ ଆସିଥିବା ଡା. ପାଣିଗ୍ରାହୀ ଗତ ଏକଦଶନ୍ଧି ଧରି ସମ୍ବଲପୁର ବିଜେଡି ରାଜନୀତିରେ ପ୍ରମୁଖ ଚେହେରା ଥିଲେ। ଭାଜପାର ଆଧିପତ୍ୟକୁ ପରାହତ କରି ୨୦୧୪ସାଧାରଣ ନିର୍ବାଚନରେ ସେ ଏଠାରୁ ହେବିଓ୍ବେଟ ଭାଜପାର ଜୟନାରାୟଣ ମିଶ୍ରଙ୍କୁ ହରାଇ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ଏଠାରୁ ବିଧାୟିକାଭାବେ ଲଢ଼ି ହାରି ଯାଇଥିଲେ ବି ଦଳୀୟ ସଙ୍ଗଠନକୁ ସୁଦୃଢ କରି ଚାଲିଥିଲେ। ଏତଦ୍‌ଭିନ୍ନ ଜଣେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ହିସାବରେ ସେ ଘରୋଇ ଭାବେ ଜନତାଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିଲେ।

Leave a Reply

Your email address will not be published. Required fields are marked *