ବିଶ୍ୱ ଶିଶୁ ଦିବସ ଅବସରରେ ୟୁନିସେଫ୍ ର ବାର୍ତ୍ତା ‘ଭବିଷ୍ୟତ ପାଇଁ ଆହ୍ଵାନ୍’

ନଭେମ୍ବର, ପ୍ରବାହ ନ୍ୟୁଜ୍‌ : ବିଶ୍ୱଶିଶୁଦିବସ ପାଳନ କରିବା ଅବସରରେ ୟୁନିସେଫ୍ଓଡ଼ିଶା ଦ୍ଵାରା ବୁଧବାର ଦିନ ପୁରୀରେ ଏକ ବାଲୁକା କଳା ପ୍ରଦର୍ଶନୀ ହୋଇଥିଲା। ଏହି ବର୍ଷର ଥିମ୍‘ଭବିଷ୍ୟତ ପାଇଁ ଆହ୍ଵାନ୍’ଉପରେ ଥିବା ଚିତ୍ରକଳା, ପିଲାମାନଙ୍କର ହସୁଥିବା ଚେହେରାକୁ ପ୍ରଦର୍ଶନ କରି ଭବିଷ୍ୟତ ଗଠନରେ ସେମାନଙ୍କ ମତର ଗୁରୁତ୍ୱକୁ ଦର୍ଶାଇଲା | ଜଣାଶୁଣା ବାଲୁକା କଳାକାର ମାନସ ସାହୁ ଆଠ ଘଣ୍ଟାମଧ୍ୟରେ ୧୨ ଟନ୍ବାଲି ବ୍ୟବହାର କରି୧୫ ଫୁଟ ଓସାର, ୫ ଫୁଟ ଉଚ୍ଚର ବାଲୁକା ମୂର୍ତ୍ତି ନିର୍ମାଣ କରିଥିଲେ |

୧୯୮୯ ରେ ଶିଶୁ ଅଧିକାର ସମ୍ମିଳନୀରେ ପ୍ରତି ବର୍ଷ ନଭେମ୍ବର ୨୦ରେ ବିଶ୍ୱ ଶିଶୁ ଦିବସ ପାଳନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ଏହା ପିଲାମାନଙ୍କୁ ପ୍ରଭାବିତ କରୁଥିବା ଗୁରୁତ୍ଵ ପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥାଏ ଏବଂ ସେମାନଙ୍କୁ ସେମାନଙ୍କର ଅଧିକାର ପାଇଁ ନିଜର ମତ ରଖିବାକୁ ସାହାସ ଦେଇଥାଏ। ୟୁନିସେଫ୍ଓଡିଶା ରାଜ୍ୟ ଅଫିସ୍ମୁଖ୍ୟୱିଲିୟମ୍ହାନଲୋନ୍ (ଜୁନିଅର୍) ଏହି ଅବସରରେ କହିଛନ୍ତି ଯେ,“ଆଜି ଜଳବାୟୁ ପରିବର୍ତ୍ତନ, ବହୁଳ ପ୍ରଯୁକ୍ତି ବିଦ୍ୟା ଏବଂ ଜନ ସଂଖ୍ୟା ପରିବର୍ତ୍ତନ ସହିତ ପିଲାମାନେ ଅପ୍ରତ୍ୟାଶିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧା ଗୁଡ଼ିକ ପାଇଁ ୨୦୫୦ସୁଦ୍ଧା ଆମେ ତାଙ୍କୁ କେଉଁ ପ୍ରକାରର ବାଲ୍ୟ ସମୟ ପ୍ରଦାନ କରିବାକୁ ଚାହୁଁଛୁ, ଏହା ଏକ  ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ।ଏହି ବାଲୁକା କଳା ମାଧ୍ୟମରେ ଆମେ ଏକ ସକରାତ୍ମକ ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ ଏବଂ ପ୍ରତ୍ୟେକ ଶିଶୁର ଅଧିକାର ତଥା କଲ୍ୟାଣ ପାଇଁ ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛୁ।“

Leave a Reply

Your email address will not be published. Required fields are marked *