ନଡ଼ିଆଭଙ୍ଗା ଉଚ୍ଚ ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟର ଦୁଇଟି ନୂତନ ଶ୍ରେଣୀ ଗୃହ ଲୋକାର୍ପିତ

କଳିଙ୍ଗନଗର,ପ୍ରବାହ ନ୍ୟୁଜ୍‌ : ଶିକ୍ଷାନୁଷ୍ଠାନ ଗୁଡ଼ିକର ଭିତ୍ତିଭୂମିରେ ଉନ୍ନତି ଆଣିଶିକ୍ଷଣ ସ୍ଥିତିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଟାଟାଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ନିର୍ମିତ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ନଡ଼ିଆଭଙ୍ଗା ପଞ୍ଚାୟତ ଖଣ୍ଡରା ଗ୍ରାମର ଉଚ୍ଚ ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟର ଦୁଇଟି ନୂତନ ଶ୍ରେଣୀ ଗୃହ ଲୋକାର୍ପିତ ହୋଇଯାଇଛି ।

ନୀଳାଚଳଇସ୍ପାତ ନିଗମଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌)ର ଏମ୍‌ଡିତଥା ସିଇଓସୁଧୀରମେହେଟ୍ଟା ଏହାକୁ ଉଦଘାଟନ କରିଥିଲେ ।ଏହି ଅବସରରେ ନଡ଼ିଆଭଙ୍ଗା ପଞ୍ଚାୟତରସରପଞ୍ଚରଶ୍ମିତାସାହୁ, ସ୍କୁଲଶିକ୍ଷକ, ସ୍କୁଲଛାତ୍ରଛାତ୍ରୀ ଓ କମ୍ୟୁନିଟିସଦସ୍ୟମାନେ ଉପସ୍ଥିତ ଥିଲେ ।

ଏହା୧୬୦୦ ବର୍ଗଫୁଟରୁ ଅଧିକସ୍ଥାନରେ ନିର୍ମିତ । ଯାହାଦ୍ୱାରାବିଦ୍ୟାଳୟରକ୍ଷମତାବୃଦ୍ଧି ପାଇବ ।ଏହି ଶ୍ରେଣୀ ଗୃହରେ ୨୪୦ରୁ ଅଧିକଛାତ୍ରଛାତ୍ରୀ ପାଠ ପଢ଼ିପାରିବେଏବଂ ପାଠପଢିବା ପାଇଁ ଉନ୍ନତ ପରିବେଶ ଉପଲବ୍ଧ ହେବ ।

ଏହି ଅବସରରେ ଏନ୍‌ଆଇଏନ୍‌ଏଲ ର ଏମ୍‌ଡିତଥା ସିଇଓ ଶ୍ରୀ ମେହେଟ୍ଟା କହିଲେ, ଗୁଣାତ୍ମକ ଶିକ୍ଷା ପାଇବା ପ୍ରତ୍ୟେକ ପିଲାଙ୍କ ଅଧିକାରଏବଂଏହି ପଦକ୍ଷେପ ମାଧ୍ୟମରେ ଆମେ ପିଲାମାନଙ୍କୁ ଉନ୍ନତ ଶିକ୍ଷାସୁବିଧା ଯୋଗାଇ ଦେବାକୁ ଚାହୁଁଛୁ । ନଡ଼ିଆ ଭଙ୍ଗା ପଞ୍ଚାୟତର ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Leave a Reply

Your email address will not be published. Required fields are marked *