ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ପ୍ରମୁଖ ୩୩କେ.ଭି. ଫିଡର ଲାଇନ ପ୍ରକଳ୍ପ କାର୍ଯ୍ୟକ୍ଷମ- ଟିପିଡବ୍ଲୁଓଡିଏଲ୍

- ୩୩କେ.ଭି.ସବଡେଗା ଫିଡର ଲାଇନ୍:୨୦ ହଜାରରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ ।
- ଲିଣ୍ଡ୍ରାଠାରୁ ନୂଆଗାଁ ମେଗାଲିଫ୍ଟ ପର୍ଯ୍ୟନ୍ତ ନୂତନ ୩୩ କେ.ଭି. ଫିଡର ଲାଇନ୍: କୃଷି ଏବଂ ଶିଳ୍ପ ଉପଭୋକ୍ତାଙ୍କୁ ସିଧାସଳଖ ଲାଭଦାୟକ ହେବ ।
- ପଶ୍ଚିମ ଓଡ଼ିଶାର କୋଣୋନୁକୋଣରେ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ପହଞ୍ଚାଇବା ଆମର ଲକ୍ଷ୍ୟ: ସିଇଓ
ବୁର୍ଲା/ସୁନ୍ଦରଗଡ଼, ଜୁଲାଇ୧୫, ୨୦୨୫:ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଡବ୍ଲୁଓଡିଏଲ୍), ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ, ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମୀଣ ଏବଂ ଶିଳ୍ପାଞ୍ଚଳରେ ବିଦ୍ୟୁତ୍ ଶକ୍ତିର ନିର୍ଭରଯୋଗ୍ୟତା ଏବଂ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷପ ଗ୍ରହଣ କରିଅଛି । ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି (ସବଡେଗା ଏବଂ ହାତିବାରି)ଠାରେ୭.୨ କୋଟି ଟଙ୍କାର ମିଳିତ ନିବେଶ ସହିତ ଟିପିଡବ୍ଲୁଓଡିଏଲ ଦ୍ୱାରା ଦୁଇଟି ପ୍ରମୁଖ ୩୩ କେ.ଭି.ଫିଡର ଲାଇନ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇଅଛି ।
ଟିପିଡବ୍ଲୁଓଡିଏଲର ସୁନ୍ଦରଗଡ଼ ବିଦ୍ୟୁତ୍ ବିଭାଗର ସବଡେଗା ସେକ୍ସନ ଅଧୀନରେ ୪.୬କୋଟି ଟଙ୍କାର ନିବେଶରେ ନିର୍ମିତ ହୋଇଥିବା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହେଉଛି ୩୩ କେ.ଭି.ସବଡେଗା ଫିଡର ଲାଇନ୍ ପ୍ରକଳ୍ପ, ଯାହା କରମଡିହି ପାୱାର ସବଷ୍ଟେସନରୁ ସବଡେଗା ପାୱାର ସବଷ୍ଟେସନରୁସହିତ ସଂଯୋଗ କରୁଛି । ଏହି ପ୍ରକଳ୍ପରେ ୨୩୨ ବର୍ଗମିଟର ଅଲ୍ ଆଲୁମିନିୟମ୍ ଆଲୟ କଣ୍ଡକ୍ଟର (AAAC) ଏବଂ ୧୩-ମିଟର RS ଜୋଇଷ୍ଟ ପୋଲ ସହିତ ଏକ ନୂତନ ୧୬ ସର୍କିଟ୍-କିଲୋମିଟର (Ckm) ଲାଇନ ନିର୍ମାଣ କରାଯିବା ସହିତ ପୁରୁଣା ଫିଡର ସେକ୍ସନର ୨ କିଲୋମିଟରର ଉନ୍ନତିକରଣ ଅନ୍ତର୍ଭୁକ୍ତ କରାଯାଇଅଛି ।
ତେବେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଫଳରେ ଓଭରଲୋଡିଂ ଏବଂ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟର ସମସ୍ୟ କମ ହେବାର ସମ୍ଭାବନା ରହିଛି । ବିଶେଷକରି ଜଙ୍ଗଲ ଅଞ୍ଚଳରେ, ନିରନ୍ତର ବିଦ୍ୟୁତ୍ ଯୋଗାଣ ଚ୍ୟାଲେଞ୍ଜକୁ ସମାଧାନ କରିବା ପାଇଁ ଏହି ପ୍ରକଳ୍ପ ସହାୟାକ ହେବ । ଏହି ପ୍ରକଳ୍ପ ଦ୍ୱାରା ଘରୋଇ, କୃଷି, ତଥା କ୍ଷୁଦ୍ର ଶିଳ୍ପ ଗ୍ରାହକଙ୍କ ପରି ପ୍ରାୟ ୨୦ ହଜାର ଗ୍ରାହକଙ୍କୁସ୍ଥିର ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରାଯାଇ ପାରିବ । ଏହା କେବଳ ଦୈନନ୍ଦିନ ଜୀବନକୁ ଉନ୍ନତ କରିବ ନାହିଁ ବରଂ ଏହି ଅଞ୍ଚଳରେ ଆର୍ଥିକ ବିକାଶକୁ ମଧ୍ୟ ସମର୍ଥନ କରିବ ବୋଲି ଆଶା କରାଯାଉଛି।
ଟିପିଡବ୍ଲୁଓଡିଏଲର ରାଜଗାଙ୍ଗପୁର ଇଲେକ୍ଟ୍ରିକାଲ୍ ଡିଭିଜନଅନ୍ତର୍ଗତହାତୀବାରି ସେକ୍ସନ ଅଧିନରେ ୨.୬ କୋଟି ଟଙ୍କାର ନିବେଶରେ ନିର୍ମିତ ହୋଇଥିବା ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହେଉଛି ଲିଣ୍ଡ୍ରା ପାୱାର ସବଷ୍ଟେସନଠାରୁ ନୂଆଗାଁ ମେଗାଲିଫ୍ଟ ପଏଣ୍ଟକୁ ସଂଯୋଗ କରୁଥିବା ଏକ ନୂତନ ୯ସର୍କିଟ୍-କିଲୋମିଟରର ଏକ ନୂତନ ୩୩ କେ.ଭିଫିଡର ଲାଇନ୍ । ଯାହା କୋଏଲ ନଗର, ଲିଣ୍ଡ୍ରା ଏବଂ ନୂଆଗାଁ ଠାରେ ଅବସ୍ଥିତ ୩୩/୧୧ କେ.ଭି.ପାୱାର ସବଷ୍ଟେସନକୁ ଏକ ରିଙ୍ଗ୍ ସିଷ୍ଟମ୍ ମାଧ୍ୟମରେ ସଂଯୋଗ କରୁଅଛି ।
ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ସହ ପ୍ରାୟ ୧,୨୦୦ଉଠା ଜଳସେଚନ ପ୍ରକଳ୍ପ ଏବଂ ୧୫ ହଜାରରୁ ଅଧିକ ଘରୋଇ ଏବଂ ବ୍ୟବସାୟୀକ ଉପଭୋକ୍ତା ଉପକୃତ ସ୍ଥିର ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇ ପାରିବେ । ଏହା ବ୍ୟତୀତ, ଏହି ନୂତନ ବିଦ୍ୟୁତ୍ ଭିତ୍ତିଭୂମି ଏହି ଅଞ୍ଚଳରେ ଆଗାମୀ ଦିନରେ ହେବାକୁ ଥିବା ଶିଳ୍ପ ପାର୍କକୁ ସମର୍ଥନ କରିବ ।
“ଟିପିଡବ୍ଲୁଓଡିଏଲରେ, ଆମର ଲକ୍ଷ୍ୟ ହେଉଛି ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ କୋଣୋନୁକୋଣରେ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ପହଞ୍ଚାଇବା। ଏହି ଦୁଇଟି ପ୍ରକଳ୍ପ ଗ୍ରାମୀଣ ଏବଂ ଶିଳ୍ପ କ୍ଷେତ୍ରରେ ବିଦ୍ୟୁତ୍ ଶକ୍ତି ଆବଶ୍ୟକତା ପାଇଁ ସ୍ଥିର ଏବଂ ଭବିଷ୍ୟତ ପାଇଁ ଭିତ୍ତିଭୂମି ନିର୍ମାଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ ।” ବୋଲି ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିାରୀ ଶ୍ରୀ ପ୍ରବୀଣ ବର୍ମା ପ୍ରକାଶ କରିଅଛି ।