କେଶରିୟା ହିନ୍ଦୁ ବାହିନୀ ଓଡ଼ିଶା ପ୍ରଦେଶ ର ସାଙ୍ଗଠନିକ ବୈଠକ

ଭୁବନେଶ୍ୱର : ୧୭/୦୧ : କେଶରିୟା ହିନ୍ଦୁ ବାହିନୀ ଓଡ଼ିଶା ପ୍ରଦେଶ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଭୁବନେଶ୍ୱର ସ୍ଥିତ ଏକ ପ୍ରାଇଭେଟ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଜ୍ଞାନ ରଞ୍ଜନ ଜେନା (ରାଜ୍ୟ ସଭାପତି) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହା ସହିତ ସମ୍ମାନୀତ ଅତିଥି ଭାବରେ ରୁଦ୍ରନାରାୟଣ ଜିତ (ବରିଷ୍ଠ ଉପାଧକ୍ଷ), ସନ୍ତୋଷ କୁମାର ଭୋଳ (କୋର କମିଟି ସଭାପତି), ଦିଲ୍ଲୀପ କୁମାର ଦାସ (ରାଷ୍ଟ୍ରୀୟ ସଚିବ) ଓ ଦେବାଶିଶା ମିଶ୍ର(ରାଷ୍ଟ୍ରୀୟ ପ୍ରଭାରୀ ମହିଳା ସଙ୍ଗଠନ) ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଆଗାମୀ ଦିନରେ ସଙ୍ଗଠନ କିପରି ସାରା ରାଜ୍ୟରେ ଗୋ ଚାଲାଣ ଓ ଗୋ ହତ୍ୟା କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବ ଓ ତା ସହିତ ହିନ୍ଦୁ ଦେବାଦେବୀ ମନ୍ଦିରର ସୁରକ୍ଷା ସହିତ ସନାତନ ଧର୍ମର ପ୍ରଚାର ପ୍ରସାର ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଥିଲେ ।
ଏହା ସହିତ ଧର୍ମାନ୍ତିକରଣ ଓ ଲଭ ଜିହାଦ ପରି ସମ୍ବେଦନଶୀଳ ପ୍ରସଙ୍ଗକୁ ପ୍ରାଧାନ୍ୟ ଦେଇ ଏହି ପ୍ରସଙ୍ଗ ଉପରେ ଦୃଢ଼ ଭାବରେ ବିରୋଧ କରିବା ପାଇଁ ସଭାରେ ଯୋଗ ଦେଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଉଦବୋଧନ ଦେଇଥିଲେ ।

ପରିଶେଷରେ ରାଜ୍ୟ ମାର୍ଗଦର୍ଶକ ରବୀନ୍ଦ୍ର କୁମାର ଶତପଥୀ ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।