କିମ୍‍ସରେ ଆଲେଚନାଚକ୍ର, ଅତ୍ୟାଧୁନିକ ସିଆଲୋଏଣ୍ଡୋସ୍କୋପି ପଦ୍ଧତିରେ ଲାଳ ଗ୍ରନ୍ଥି ରୋଗ ଚିକିତ୍ସା

0
WhatsApp-Image-2023-10-07-at-5.06.05-PM-1.jpeg

ଭୁବନେଶ୍ୱର,୧୧ । ୧୦: କେବଳ ଯେ କିଡନୀରେ ଷ୍ଟେନ୍ ସମସ୍ୟା ଦେଖା ଦେଇଥାଏ ତା ନୁହେଁ; ଏଭଳି ସମସ୍ୟା ଆମ ଲାଳ ଗ୍ରନ୍ଥିରେ ମଧ୍ୟ ପଥର ହୋଇଥାଏ। ଏଣିକି ଅତ୍ୟାଧୁନିକ ପଦ୍ଧତିରେ ଲାଳ ଗ୍ରନ୍ଥିରୁ ପଥର ବାହାର କରାଯାଇପାରୁଛି। କିମ୍‍ସରେ ପ୍ରଥମ ଥର ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।

ଏହି ପଦ୍ଧତିକୁ ସିଆଲୋଏଣ୍ଡୋସ୍କୋପି କୁହାଯାଉଛି ବୋଲି ମୁମ୍ବାଇର ପ୍ରଖ୍ୟାତ କର୍ଣ୍ଣ-ନାସା-ଗଳା ବିଶେଷଜ୍ଞ ତଥା ଜିଏସ୍ ସେଠ୍ ମେଡିକାଲ କଲେଜ ଓ କେଇଏମ୍ ହସ୍ପିଟାଲର ପ୍ରଫେସର ମିଲିନ୍ଦ ଏମ୍ ନାଭାଲଖେ କହିଛନ୍ତି। କିମ୍‌ସ ପକ୍ଷରୁ ଆୟୋଜିତ ଏହି ସମ୍ପର୍କିତ ଏକ ଆଲୋଚନାଚକ୍ରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଡା. ମିଲିନ୍ଦ ସୂଚନା ଦେଇଛନ୍ତି।

ଡା. ମିଲିନ୍ଦ ଗ୍ରନ୍ଥି ସମସ୍ୟାର ପରିଚାଳନା ପାଇଁ ନବଜାତ ଶିଶୁଙ୍କଠାରୁ ଆରମ୍ଭ କରି ୮୦ ବର୍ଷ ବୟସ୍କଙ୍କ ଚିକିତ୍ସାରେ ସିଆଲୋଏଣ୍ଡୋସ୍କୋପି ପ୍ରକ୍ରିୟା ସାହାଯ୍ୟ କରିପାରିବ ଏବଂ ଏହି ଚିକିତ୍ସା ପଦ୍ଧତି ପାଇଁ ବୀମା କମ୍ପାନିଗୁଡ଼ିକ ପ୍ରାୟ ସମ୍ପୂର୍ଣ୍ଣ ବିଲ୍ ପୈଠ କରିବାରେ ସହାୟତା କରିଥାନ୍ତି ବୋଲି ସେ ସୂଚନା ଦେଇଥିଲେ। ଦିଲ୍ଲୀର ଡାକ୍ତର ପିପି ସିଂହଙ୍କ ପରେ ପ୍ରଫେସର ନାଭାଲଖେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ଓଟୋରିନୋଲାରିଙ୍ଗୋଲୋଜି (କର୍ଣ୍ଣ ନାଶା ଏବଂ ଗଳା) ସର୍ଜନ ଯିଏ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଏଭଳି ଅସ୍ତ୍ରୋପଚାର କରିସାରିଛନ୍ତି।


ଏହି ପ୍ରକ୍ରିୟା ଏବଂ ଏଥିରେ ବ୍ୟବହୃତ ହେଉଥିବା ଉପକରଣ ବ୍ୟୟବହୁଳ ହୋଇଥିବା ବେଳେ ଲାଳ ଗ୍ରନ୍ଥି (ସିଆଲୋଲିଥିଆସିସ୍‌) ଅସ୍ତ୍ରୋପଚାର ପାଇଁ ପ୍ରାୟ ୭୦ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ସେ ସୂଚନା ଦେଇଛନ୍ତି। ଏହି  କାର୍ଯ୍ୟକ୍ରମରେ କିମ୍‍ସ ଆର୍ ଆଣ୍ଡ ଏବଂ କ୍ଲିନିକାଲ୍ ଇମ୍ୟୁନୋଲୋଜି ଆଣ୍ଡ୍ ରୁମାଟୋଲୋଜି ବିଭାଗ ଡିନ୍‍ ପ୍ରଫେସର ରାମନାଥ ମିଶ୍ର, କିମ୍‍ସ ମେଡିକାଲ ଅଧୀକ୍ଷକ ପ୍ରଫେସର ରାମଚନ୍ଦ୍ର ଦାସ, କଲେଜ ଉପାଧ୍ୟକ୍ଷ ପ୍ରଫେସର ଶୁଭ୍ରାଂଶୁ ପାତ୍ର, ଅତିରିକ୍ତ ମେଡିକାଲ ଅଧୀକ୍ଷକ ପ୍ରଫେସର କବିକାନ୍ତ ସାମନ୍ତରାୟ ଓ ଓଟୋରିନୋଲାରିଙ୍ଗୋଲୋଜି (ଇଏନ୍‍ଟି) ବିଭାଗ ମୁଖ୍ୟ ପ୍ରଫେସର ଖଗେଶ୍ୱର ରାଉତ, ଅସ୍ଥିଶଲ୍ୟ ବିଭାଗର ବରିଷ୍ଠ ପ୍ରଫେସର ତନ୍ମୟ ମହାନ୍ତି, ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଜ୍ୟୋସ୍ନାମୟୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *