ମାନ୍ୟବର ଉପମୁଖ୍ୟମନ୍ତ୍ରୀଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଟିପିଡବ୍ଲୁଓଡିଏଲର ନୂତନ ୩୩/୧୧ କେ.ଭିଏଆଇଏସ୍ପାୱାର ସବ-ଷ୍ଟେସନ୍ ଉଦଘାଟିତ
ବୁର୍ଲା/ଝାରସୁଗୁଡା,ପ୍ରବାହ ନ୍ୟୁଜ୍ : ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ) ପକ୍ଷରୁଝାରସୁଗୁଡା ଜିଲ୍ଲାର ପୋଖରାସାଲେଠାରେ ଏକ ନୂତନ ଏବଂ ଉତ୍ସର୍ଗୀକୃତ ୩୩/୧୧ କେ.ଭି.ଏଆଇଏସ୍ପାୱାର ସବ-ଷ୍ଟେସନ୍ (ପିଏସ୍ଏସ୍) କାର୍ଯ୍ୟକ୍ଷମ କରାଯାଇଅଛି ।
ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ମାନ୍ୟବର ଲୋକସଭା ସାଂସଦ, ବରଗଡ଼, ଶ୍ରୀ ପ୍ରଦୀପ ପୁରୋହିତ,ମାନ୍ୟବର ବିଧାୟକ, ଝାରସୁଗୁଡ଼ା, ଶ୍ରୀ ଟଙ୍କଧର ତ୍ରିପାଠୀ,ଝାରସୁଗୁଡା ଜିଲ୍ଲାପାଳଶ୍ରୀ ଚଭନ କୁନାଲ ମୋତିରାମ, ଆଇଏଏସ୍, ଜିଲ୍ଲା ପରିଷଦ, ଝାରସୁଗୁଡ଼ା, ଶ୍ରୀ ବିଶ୍ୱରଞ୍ଜନ ନାୟକ ଏବଂ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମାଙ୍କଉପସ୍ଥିତିରେ ଏହି ସବ-ଷ୍ଟେସନଟିକୁ ଉଦଘାଟନ କରିଛନ୍ତି। ଏହିଉଦଘାଟନୀ ସମାରୋହରେ ଟିପିଡବ୍ଲୁଓଡିଏଲର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।
ପ୍ରାୟ 11 କୋଟି ଟଙ୍କା ବିନିଯୋଗରେ କାର୍ଯ୍ୟକ୍ଷମ ହୋଇଥିବା ଏହି ନୂତନ ସବ୍-ଷ୍ଟେସନ ଦ୍ୱାରା ମାଲିଡିହି, ଲାରିଆପାଲି, ବୈରାଗିଡିହି, ମୁଆପଡା, ରସଡଗା, ପୋଖରାସାଲେ, ଫରଦାପଡା, ଜାଗିଡିହି, ଜେନାପଡା, ଲୁରଡୁଙ୍ଗା, ଅମାଟି, ବୋଲଣା, ଗାଦଲପଡା, ଜୁଗିଆଡିହି ଏବଂ ଜେନାପଡା ଆଦି ଅଞ୍ଚଳରପ୍ରାୟ ୫ ହଜାରରୁ ଅଧିକ ଘରୋଇ ଏବଂ ବାଣିଜ୍ୟିକ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହୋଇପାରିବେ । ପୂର୍ବରୁ, ଏହି ଅଞ୍ଚଳଗୁଡ଼ିକୁ କୋଲାବିରା ପାୱାର ସବ-ଷ୍ଟେସନରୁ ବିଦ୍ୟୁତ୍ ଯୋଗାଣ କରାଯାଉଥିଲା।
ନୂତନଭାବରେକାର୍ଯ୍ୟକ୍ଷମହୋଇଥିବାଏହିପିଏସ୍ଏସଟିଉପରୋକ୍ତଅଞ୍ଚଳମାନଙ୍କରେଭୋଲଟେଜ୍ସମସ୍ୟାପ୍ରୋଫାଇଲରେଉଲ୍ଲେଖନୀୟସମସ୍ୟାରେଉନ୍ନତିଆଣିବ, ବିଦ୍ୟୁତ୍ଯୋଗାଣରନିର୍ଭରଯୋଗ୍ୟତାବୃଦ୍ଧିକରିବଏବଂଅଞ୍ଚଳରେବିଦ୍ୟୁତ୍ବିଭ୍ରାଟରପୁନରୁଦ୍ଧାରସମୟସମୟକୁହ୍ରାସକରିବ।ଆଧୁନିକପ୍ରଯୁକ୍ତିଓସୁରକ୍ଷାବ୍ୟବସ୍ଥାସହଏହିପାୱାରସବ୍-ଷ୍ଟେସନକୁଭବିଷ୍ୟତରଶକ୍ତିଆବଶ୍ୟକତାପୂରଣପାଇଁଉନ୍ନତଭାବରେଡିଜାଇନ୍କରାଯାଇଛି।

ସମାବେଶକୁ ସମ୍ବୋଧିତ କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ଏହି ନୂତନ ବିଦ୍ୟୁତ୍ ସବ-ଷ୍ଟେସନଟି ରାଜ୍ୟର ବିଦ୍ୟୁତ୍ ଗ୍ରୀଡ୍ର ଡିଜିଟାଲାଇଜେସନ୍ ଦିଗରେ ଏକ ଅନନ୍ୟ ପଦକ୍ଷେପ। ସେ କହିଥିଲେ ଯେ, ଏହି ପାୱାର ସବ-ଷ୍ଟେସନର ଉଦଘାଟନ ସହିତ ନିକଟବର୍ତ୍ତୀ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣରେ ସ୍ଥିରତା ଓ ନିର୍ଭରଯୋଗ୍ୟତାରେ ଆହୁରି ବୃଦ୍ଧି ଘଟିବ । ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଆଗାମୀ ଦିନରେ ଏପରି ଆଧୁନିକ ଓ ଡିଜିଟାଲ ପାୱାର ଗ୍ରୀଡ୍ ସ୍ଥାପନର ଲକ୍ଷ୍ୟ ରହିଛି ବୋଲି ମଧ୍ୟ ସେ କହିଥିଲେ।ସେ ସାଧାରଣ ଉପଭୋକ୍ତାମାନଙ୍କୁପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାଏବଂଓଡ଼ିଶାରେ ପ୍ରଚଳିତଉଲାମଡେଲ୍ଅଧୀନରେ ଛାତ ଉପରେ ସୋଲାର ପ୍ୟାନେଲ୍ ସ୍ଥାପନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବସିଡିର ଲାଭ ଉଠାଇବାକୁ ଆହ୍ୱାନ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ଦେଇଥିବା ବେଳେ ସମ୍ୱଲପୁର ବିଦ୍ୟୁତ୍ ମଣ୍ଡଳର ନିର୍ବାହୀ ଯନ୍ତ୍ରୀ ଶ୍ରୀ ସୁଶାନ୍ତ ପଣ୍ଡାଧନ୍ୟବାଦ ଜ୍ଞାପନ କରିଥିଲେ।
