ହାତୀ-ମଣିଷ ସଂଘର୍ଷ ହ୍ରାସ କରିବା ଲକ୍ଷ୍ୟ ନେଇଟିପିଡବ୍ଲୁଓଡିଏଲ୍ ପକ୍ଷରୁ ‘ଗଜ ସଂରକ୍ଷଣ’କାର୍ଯ୍ୟକ୍ରମର ଶୁଭାରମ୍ଭ
- ହାତୀ-ମଣିଷ ସହାବସ୍ଥାନକୁ ପ୍ରୋତ୍ସାହିତ କରିବା ଦିଗରେ ବନ ବିଭାଗ ଏବଂ ଏନଜିଓ ‘ସ୍ନେହା’ ସହିତ ଟିପିଡବ୍ଲୁଓଡିଏଲର ମିଳିତ ପଦକ୍ଷେପ ।
- ଏହି ପ୍ରକଳ୍ପ ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଦେଓଗଡ଼ ଜିଲ୍ଲାର ଚାରୋଟି ଫରେଷ୍ଟ ରେଞ୍ଜରେ କାର୍ଯ୍ୟକାରୀ କରାଯାଉଅଛି ।
- ପ୍ରଯୁକ୍ତିବିଦ୍ୟା ଏବଂ ସମ୍ପ୍ରଦାୟ ଅଂଶଗ୍ରହଣର ବ୍ୟବହାର ଦ୍ୱାରା ଏହାକୁ ସଫଳ କରିବାକୁ ଉଦ୍ୟମ ।
ବୁର୍ଲା,ପ୍ରବାହ ନ୍ୟୁଜ୍ : ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁବନ ବିଭାଗ ଏବଂ ଏନଜିଓ ‘ସ୍ନେହା’ ସହଯୋଗିତାରେମଣିଷ-ହାତୀ ସଂଘର୍ଷ ହ୍ରାସ କରିବା ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ପ୍ରୋତ୍ସାହିତ କରିବା ପାଇଁ ‘ଗଜ ସଂରକ୍ଷଣ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଅଛି । ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଦେଓଗଡ଼ ଜିଲ୍ଲାରେ ବିସ୍ତାରିତ ଚାରୋଟି ଫରେଷ୍ଟ ରେଞ୍ଜ-ସମ୍ବଲପୁର ସଦର, ନାକଟିଦେଉଳ, ରିଆମାଳ ଏବଂ କୋଇଡା ରେଞ୍ଜରେ କାର୍ଯ୍ୟକାରୀ କରାଯାଉଅଛି ।
ଏହି କାର୍ଯ୍ୟକ୍ରମର ପ୍ରମୁଖ ପଦକ୍ଷେପଗୁଡ଼ିକମଧ୍ୟରେ ଆଗୁଆ ଚେତାବନୀ ପ୍ରଣାଳୀ ସ୍ଥାପନ, ଜିପିଏସ୍-ଆଧାରିତ ହାତୀ ଗତିପଥ ନିରୀକ୍ଷଣ, ଜିଏସ୍ଏମ୍ ଚାଳିତ ଡିସପ୍ଲେ ବୋର୍ଡ ଏବଂ ସ୍ଥାନୀୟ ଅଧିକାରୀ ଓ ଗ୍ରାମବାସୀଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ । ଏହି ପଦକ୍ଷପ ଗୁଡ଼ିକ ଯୋଗୁଁ ସଚେତନାତା ବୃଦ୍ଧି, ହାତୀ-ମଣିଷ ମଧ୍ୟରେସଂଘର୍ଷ ଘଟଣା ହ୍ରାସ ଏବଂ ହାତୀ ସଂରକ୍ଷଣରେ ସମ୍ପ୍ରଦାୟର ସମ୍ପୃକ୍ତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରେ ।
ଆଗାମୀ ଦିନରେ କାର୍ଯ୍ୟକ୍ରମର ସମ୍ପ୍ରସାରଣର ଏକ ଅଂଶ ଭାବରେ, ‘ଗଜ ସାଥୀ’ନାମରେ ନାମିତସମ୍ପ୍ରଦାୟ-ନେତୃତ୍ୱାଧୀନ ଗୋଷ୍ଠୀଗୁଡ଼ିକୁ ରାତି ନିରୀକ୍ଷଣ ଏବଂ ସଂଘର୍ଷ ନିବାରଣ ପାଇଁ ତାଲିମ ଦିଆଯିବ । ଯାହା ସୁରକ୍ଷିତ ବିଦ୍ୟୁତ୍ ଭିତ୍ତିଭୂମି ଏବଂ ଉନ୍ନତ ମନିଟରିଂ ସିଷ୍ଟମ ମାଧ୍ୟମରେ ଅବୈଧ ହୁକିଂ, ଅସୁରକ୍ଷିତ ସୌର ବାଡ଼ ଏବଂ ହାତୀ କରିଡରକୁ ସଙ୍କୁଚିତ କରିବା ଭଳି ଚ୍ୟାଲେଞ୍ଜଗୁଡ଼ିକୁ ମଧ୍ୟ ମୁକାବିଲା କରିବ।
ଏହି କାର୍ଯ୍ୟକ୍ରମର ଉଦଘାଟନ ବୁର୍ଲା ସ୍ଥିତ ଟିପିଡବ୍ଲୁଓଡିଏଲର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଶ୍ରୀ ମନୋଜ ସିକା, ଏସିଏଫ୍ସମ୍ବଲପୁର,ଶ୍ରୀ ସ୍ୱାଧୀନତା ସାହାଣି, ଏସିଏଫ୍ଦେଓଗଡ଼,ଶ୍ରୀ ଅଶ୍ୱିନୀ କୁମାର ବେହେରା, ଏସିଏଫ୍ରେଢାଖୋଲ, ଅନ୍ୟାନ୍ୟ ବନ ଅଧିକାରୀ, ‘ସ୍ନେହା’ ଏନଜିଓର ପ୍ରତିନିଧି ଏବଂ ଟିପିଡବ୍ଲୁଓଡିଏଲର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ବର୍ମା ଏହି ସଂରକ୍ଷଣ-କେନ୍ଦ୍ରିକ ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଟିପିଡବ୍ଲୁଓଡିଏଲର କାର୍ଯ୍ୟକ୍ଷମ କ୍ଷେତ୍ରରେ ‘ଶୂନ୍ୟ କ୍ଷତି’ ହାସଲ କରିବାର ସ୍ପଷ୍ଟ ଲକ୍ଷ୍ୟ ସହିତ ମାନବ ଜୀବନ ଏବଂ ହାତୀ ଉଭୟକୁ ସୁରକ୍ଷା ଦେବା ପାଇଁ ଦୃଢ଼ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଏହି ପ୍ରକଳ୍ପକୁ ବରଗଡ଼ ଜିଲ୍ଲାକୁ ବିସ୍ତାର କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।ସମ୍ବଲପୁରର ଏସିଏଫ୍ହାତୀ ସୁରକ୍ଷା ପଦକ୍ଷେପ ଦିଗରେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ବିଷୟରେ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ । ସ୍ନେହା ଏନଜିଓର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ପ୍ରକଳ୍ପ ପ୍ରଭାରୀ ପ୍ରକଳ୍ପ ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ ।
‘ଗଜ ସଂରକ୍ଷଣ’ ପ୍ରକଳ୍ପଟିପିଡବ୍ଲୁଓଡିଏଲର ପରିବେଶ ସୁରକ୍ଷା ପ୍ରତିବଦ୍ଧତାର ଏକ ଉଦାହରଣ, ଯେଉଁଥିରେ ପ୍ରଯୁକ୍ତିବିଦ୍ୟା, ସ୍ଥାନୀୟ ଜ୍ଞାନ ଓ ନିରନ୍ତର ନିୟୋଜିତତା ମାଧ୍ୟମରେ ବନ୍ୟପ୍ରାଣୀ ସୁରକ୍ଷା ସହିତ ସମ୍ପ୍ରଦାୟ ସୁରକ୍ଷା ଓ ଜୀବିକାକୁ ସୁନିଶ୍ଚିତ କରାଯାଉଅଛି ।
