ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ କ୍ରୀଡ଼ା ପ୍ରୋତ୍ସାହନ ପଦକ୍ଷପର ଶୁଭାରମ୍ଭ

ସୁନ୍ଦରଗଡ଼, ୦୨ସେପ୍ଟେମ୍ବର ୨୦୨୫: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ (CSR)ପଦକ୍ଷେପ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଏକ କ୍ରୀଡା ପ୍ରୋତ୍ସାହନ ପଦକ୍ଷପ ଆରମ୍ଭ କରାଯାଇଅଛି । ଯାହା ଅଞ୍ଚଳର ଯୁବ କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବ ।

ଏହି କ୍ରୀଡା ପ୍ରୋତ୍ସାହନ ପଦକ୍ଷପର ଉଦଘାଟନୀ ଉତ୍ସବ ନୂଆଡିହି ହାଇସ୍କୁଲ୍ ଖେଳ ପଡ଼ିଆରେ ଆୟୋଜନ କରାଯାଇଥିଲା । ଯାହାକୁ ଶ୍ରୀ ଯୋଗେଶ କୁମାର ସିଂହ, ମାନ୍ୟବର ବିଧାୟକ, ସଦର ସୁନ୍ଦରଗଡ଼, ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିମାନଙ୍କ ସମେତ ଟିପିଡବ୍ଲୁଓଡିଏଲର କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଉଦଘାଟନୀ ଉତ୍ସବରେ ଆୟୋଜତ ମ୍ୟାଚକୁ ରେଫ୍ରି ଭାବେ ପ୍ରଚାଳନା କରିଥିଲେ ଶ୍ରୀ ଦୁର୍ଗାମାଧବ ନାୟକ, ମ୍ୟାଚ୍ କମିଶନର (AIFF) । ଏହି ସମାରୋହରେ ମାର୍ଚ୍ଚ ପାଷ୍ଟ, ମଶାଲ ପ୍ରଜ୍ଜ୍ୱଳନ, ସାଂସ୍କୃତିକ ପ୍ରଦର୍ଶନ ଏବଂ ଏକ ସ୍ୱାଗତ ଗୀତ ମାଧ୍ୟମରେ ସୁନ୍ଦରଗଡ଼ର ସ୍ପନ୍ଦନଶୀଳ ସାଂସ୍କୃତିକ ଭାବନାକୁ ପ୍ରତିଫଳିତ କରାଯାଇଥିଲା ।

ଏହି ପଦକ୍ଷେପଟି ଫୁଟବଲ୍, ଖୋ-ଖୋ ଏବଂ ଆଥଲେଟିକ୍ସ ଉପରେ ଗୁରୁତ୍ୱ ଦେଇ ପ୍ରାୟ 600 ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଲାଭ ଦେବ । ଏହା ପାରା-ଆଥଲେଟମାନଙ୍କୁ ଚିହ୍ନଟ ଏବଂ ବିକାଶ କରିବା ପାଇଁ ମଧ୍ୟ ବିଶେଷ ଧ୍ୟାନ ଦେଇଥାଏ । ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ର ପାଞ୍ଚଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ଏବଂ ଭବିଷ୍ୟତରେ ଅଣ୍ଡର-14 ଏବଂ ଅଣ୍ଡର-17 ପ୍ରତିଯୋଗିତାରେ ଉନ୍ନତି ପାଇଁ ଏକ ସଂରଚିତ ପଥ ସୃଷ୍ଟି କରିବା ପାଇଁ ଡିଜାଇନ୍ କରାଯାଇଛି ।

ଏହି ପଦକ୍ଷେପ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ସୁନ୍ଦରଗଡ଼ର ଯୁବପିଢ଼ିଙ୍କୁ ପ୍ରେରଣା ଏବଂ ସଶକ୍ତ କରିବା, ଭବିଷ୍ୟତର ଚାମ୍ପିଅନମାନଙ୍କ ପାଇଁ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବା ଲକ୍ଷ୍ୟ ରଖିଛି ।

Leave a Reply

Your email address will not be published. Required fields are marked *