ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଚାରିଟି ପ୍ରକଳ୍ପ କାର୍ଯ୍ୟକ୍ଷମ

ବରଗଡ଼, ୨୨ ଜୁଲାଇ, ୨୦୨୫: ଗ୍ରାମାଞ୍ଚଳ ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତି ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍‌) ପକ୍ଷରୁ ବରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକ୍ଷମ କରାଯାଇଅଛି । ବରଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଅପର୍ଯ୍ୟାପ୍ତ ସଡ଼କ ସୁବିଧା, ଖରାପ ପାଗ ଭଳି ଅନେକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ ଏହି ପ୍ରକଳ୍ପଗୁଡ଼ିକୁ ରେକର୍ଡ ସମୟରେ ସମାପ୍ତ କରାଯାଇଅଛି । ଗ୍ରାମାଞ୍ଚଳ ଏବଂ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ କୃଷି ତଥା ଘରୋଇ ବିଦ୍ୟୁତ୍ ଗ୍ରାହକମାନଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ଏହି ପ୍ରକଳ୍ପଗୁଡ଼ିକ ହାତକୁ ନିଆଯାଇଥିଲା । ଏହି ଚାରିଗୋଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ କମ୍ପାନୀ ପକ୍ଷରୁ ପ୍ରାୟ ଏକ କୋଟି ଟଙ୍କା ଖର୍ଚ୍ଚ କରାଯାଇଅଛି ।

ପ୍ରଥମ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହେଉଛି ସରଣ୍ଡାପାଲି ଛକରୁ ବନବାସପାଲି ପର୍ଯ୍ୟନ୍ତ ୧୧ କେ.ଭି. ବନବାସପାଲି ଫିଡରର ଉନ୍ନତିକରଣ ଏବଂ ବନବାସପାଲି ଉଠାଜଳସେଚନ ବିଦ୍ୟୁତ୍ ଟ୍ରାନ୍ସଫରମର୍ ଠାରୁ ମେଗା ଇଞ୍ଜିନିୟରିଂ ଜୋନ୍ ପର୍ଯ୍ୟନ୍ତ ଏକ ନୂତନ ୧୧ କେ.ଭି. ଲିଙ୍କ୍ ଲାଇନ ନିର୍ମାଣ । ଉଭୟ ପ୍ରକଳ୍ପକୁ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ୱେ ରେକର୍ଡ ୧୦ ଦିନ ମଧ୍ୟରେ ସମାପ୍ତ କରାଯାଇଅଛି । ଏହି ପ୍ରକଳ୍ପ ସମାପ୍ତ ହୋଇ କାର୍ଯ୍ୟକ୍ଷମ ହେବା ସହିତ ଉଠା ଜଳସେଚନ ଅଧୀନରେ ୧୩୭ ଜଣ କୃଷି ଉପଭୋକ୍ତାଙ୍କୁ ଅବିଳମ୍ବେ ବିଦ୍ୟୁତ୍ ସଂଯୋଗ ଦିଆଯାଇପାରିଛି । ଏଥିସହ ବନବାସପାଲି ଏବଂ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଭୋଲଟେଜ୍ ସମସ୍ୟା ସମାଧାନ ହେବା ସହ ଗୁଣାତ୍ମକ ବିଦ୍ୟୁତ୍ ସେବା ସମ୍ଭବ ହୋଇପାରୁଅଛି ।

ସେହିପରି ତୃତୀୟ ଓ ଚତୁର୍ଥ ପ୍ରକଳ୍ପ ଯଥାକ୍ରମେ ୧୧ କେ.ଭି. କୁର୍ଲୁପାଲି ଫିଡର ଉନ୍ନତିକରଣ ଏବଂ ଏହି ଫିଡର ଅଧୀନରେ ଜାମପାଲି ଓ କେଉଦାର ମଧ୍ୟରେ ଏକ ନୂତନ ଲିଙ୍କ୍ ଲାଇନର ନିର୍ମାଣ । ଉଭୟ ପ୍ରକଳ୍ପକୁ ରେକର୍ଡ ୧୫ ଦିନ ମଧ୍ୟରେ ସମାପ୍ତ ହୋଇଥିଲା । ଏହି ପ୍ରକଳ୍ପ ସମାପ୍ତ ହୋଇ କାର୍ଯ୍ୟକ୍ଷମ ହେବା ସହିତ ୧୯୬ଟି ଉଠା ଜଳସେଚନ ପଏଣ୍ଟକୁ ବିଦ୍ୟୁତ୍ ସଂଯୋଗ ସମ୍ଭବ ହୋଇପାରିଛି । ଏହି ସହିତ ଆଖପାଖ ଅଞ୍ଚଳରେ ଭୋଲଟେଜ୍ ସମସ୍ୟା ସମାଧାନ ହେବା ସହ ଗୁଣାତ୍ମକ ବିଦ୍ୟୁତ୍ ସେବା ସମ୍ଭବ ହୋଇପାରୁଅଛି ।

ଏହି ସମସ୍ତ ପ୍ରକଳ୍ପର କାର୍ଯ୍ୟକ୍ଷମ ହେବା ପଶ୍ଚିମ ଓଡ଼ିଶାର ଗ୍ରାମୀଣ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଟିପିଡବ୍ଲୁଓଡିଏଲର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଅଛି । ଏହି ଅବସରରେ ସନ୍ତୋଷ ବ୍ୟକ୍ତ କରି, ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବଣୀ ବର୍ମା କହିଛନ୍ତି, “ଏହି ପ୍ରକଳ୍ପଗୁଡ଼ିକ କେବଳ ଲାଇନ ବିଛାଇବା କିମ୍ବା ଫିଡରଗୁଡ଼ିକୁ ସଂଯୋଗ କରିବା ବିଷୟ ନୁହେଁ । ଏହି ପ୍ରକଳ୍ପ ଗାଁର ପ୍ରତ୍ୟେଟ ଘରକୁ ଆଲୋକିତ କରିବ, ଚାଷୀଙ୍କୁ ସଶକ୍ତ କରିବା ଏବଂ ଗ୍ରାମୀଣ ଓଡ଼ିଶା ବିକାଶରେ ଅଗ୍ରଗତି ଆଣିବ । ପଶ୍ଚିମ ଓଡ଼ିଶାରେ ନିର୍ଭରଯୋଗ୍ୟ ତଥା ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପିଡବ୍ଲୁଓଡିଏଲ୍ ଏହାର ଭିତ୍ତିଭୂମିକୁ ଆଧୁନିକୀକରଣ କରିବାରେ ପୁଞ୍ଜି ନିବେଶ ଜାରି ରଖିଛି” ।

କର୍ପୋରେଟ୍ ଯୋଗାଯୋଗ ଏବଂ ସରକାରୀ ସମ୍ପର୍କ ମୁଖ୍ୟ
ଟିପିଡବ୍ଲ୍ୟୁଓଡିଏଲ୍‌, କର୍ପୋରେଟ୍ କାର୍ଯ୍ୟାଳୟ, ବୁର୍ଲା

Leave a Reply

Your email address will not be published. Required fields are marked *