ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଭୁବନେଶ୍ୱର:ପ୍ରବାହ ନ୍ୟୁଜ୍‌ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଅକ୍ଟୋବର ୨୮ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ‘ଦେଶର ସମୃଦ୍ଧି ପାଇଁ ସଚ୍ଚୋଟତାର ସଂସ୍କୃତି’ ଶୀର୍ଷକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି ।
ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କର୍ପୋରେଟ୍ କାର୍ଯ୍ୟାଳୟରେ ବରିଷ୍ଠ ନେତୃତ୍ୱ ଦଳକୁ ସଚ୍ଚୋଟତାର ଶପଥ ପାଠ କରାଇବା ସହ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଶୁଭାରମ୍ଭ କରିଛନ୍ତିି । ଏହି ଅବସରରେ ମାନ୍ୟବର ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପାଠ କରାଯାଇଥିଲା । ଟିପିସିଓଡିଏଲ୍‌ର ସମସ୍ତ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀମାନେ ନିଜ ନିଜ ମୁଖ୍ୟ ଏବଂ ପରିଚାଳକଙ୍କ ନେତୃତ୍ୱରେ ଏକକାଳୀନ ସଚ୍ଚୋଟତା ଶପଥ ଗ୍ରହଣ କରିଥିଲେ ।
ସପ୍ତାହ ସାରା ଟିପିସିଓଡିଏଲ୍‌ର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗ୍ରାମସଭା ଏବଂ ବିଦ୍ୟାଳୟ ଓ କଲେଜରେ ବକ୍ତୃତା, ବିତର୍କ ପ୍ରତିଯୋଗିତା ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଦୁର୍ନୀତି ବିରୋଧରେ ସମସ୍ତ ଅଂଶୀଦାରଙ୍କୁ ଏକଜୁଟ ହେବାକୁ ଉତ୍ସାହିତ କରି ସମସ୍ତ କାର୍ଯ୍ୟାଳୟରେ ବ୍ୟାନର ଓ ପୋଷ୍ଟର ଲଗାଯିବ । ଏହି ପଦକ୍ଷେପ ମାଧ୍ୟମରେ, ଟିପିସିଓଡିଏଲ୍ ଏକ ସ୍ୱଚ୍ଛ, ନୈତିକ ଏବଂ ଦୁର୍ନୀତିମୁକ୍ତ ଭବିଷ୍ୟତ ଗଠନ ପାଇଁ ନିଜର ସମର୍ପଣକୁ ଦୋହରାଇଛି ।
ଶ୍ରୀ ଅରଭିନ୍ଦ୍ ସିଂହ ସଚ୍ଚୋଟତାର ମହତ୍ୱ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, “ମୁଁ ସମସ୍ତ କର୍ମଚାରୀଙ୍କୁ ଅନୁରୋଧ କରୁଛି ଯେ ସେମାନେ ଉଭୟ ବ୍ୟକ୍ତିଗତ ଏବଂ ବୃତିଗତ ଜୀବନରେ ସଚ୍ଚୋଟତା ଏବଂ ନୈତିକତାର ମୂଲ୍ୟବୋଧକୁ ପ୍ରତିଫଳିତ କରନ୍ତୁ । ଏହି ପ୍ରୟାସରେ ଆମର ଯୁବ କର୍ମଚାରୀମାନଙ୍କୁ ମାର୍ଗଦର୍ଶନ କରିବାର ଦାୟିତ୍ୱ ଗ୍ରହଣ କରିବାକୁ ମୁଁ ବରିଷ୍ଠ ନେତୃତ୍ୱଙ୍କୁ ଆହ୍ୱାନ କରୁଛି । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ସଚ୍ଚୋଟତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି ।’’
ନୈତିକତା ସମ୍ବନ୍ଧୀୟ କୌଣସି ସମସ୍ୟା ପାଇଁ ଗ୍ରାହକମାନେ ଟିପିସିଓଡିଏଲ୍‌ର ଦେୟମୁକ୍ତ ନମ୍ବର, ୧୯୧୨ କିମ୍ବା ୧୮୦୦୩୪୫୭୧୨୨ ରେ କଲ୍ କରି କିମ୍ବା ମଙ୍କଗ୍ଦଗ୍ଧକ୍ଟଜ୍ଞରକ୍ସମବକ୍ସରଅଗ୍ଧକ୍ଟ୍ରମରଦ୍ଭଗ୍ଧକ୍ସବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞ ରେ ଇମେଲ୍ କରି ଅଭିଯୋଗ ଦାଖଲ କରିପାରିବେ ।

Leave a Reply

Your email address will not be published. Required fields are marked *