ନଗର ରାଜଭାଷା କାର୍ଯ୍ୟ।ନ୍ବୟନ ସମିତି (ବ୍ଯାଙ୍କ) ଭୁବନେଶ୍ବରର ୫୩ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ଵର: ୨୦.୦୧. ୨୦୨୩ ଦିନ ଭାରତୀୟ ଷ୍ଟେଟ ବ୍ଯାଙ୍କ ସଂଯୋଜନାରେ ପରିଚାଳିତ ନରାକାସ (ବ୍ଯାଙ୍କ), ଭୁବନେଶ୍ବର ୫୩ତମ ଅର୍ଦ୍ଧବାର୍ଷିକ ବୈଠକ, ପଣ୍ଡିତ ଜୱାହରଲାଲ ନେହରୂ ମାର୍ଗ ସ୍ଥିତ ଭାରତୀୟ ଷ୍ଟେଟ ବ୍ଯାଙ୍କ, ସ୍ଥାନୀୟ ପ୍ରଧାନ କାର୍ଯ୍ୟ।ଳୟରେ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀ ଚନ୍ଦ୍ର ଶେଖର ଶର୍ମା, ଅଧ୍ୟକ୍ଷ, ନରାକାସ (ବ୍ଯାଙ୍କ) ଏବଂ ମୁଖ୍ୟ ମହାପ୍ରବନ୍ଧକ, ଭାରତୀୟ ଷ୍ଟେଟ ବ୍ଯାଙ୍କ, ଭୁବନେଶ୍ବର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭାରତ ସରକାର, ଗୃହ ମନ୍ତ୍ରାଳୟ, ରାଜଭାଷା ବିଭାଗ ର ପ୍ରତିନିଧି ଶ୍ରୀ ନିର୍ମଲ କୁମାର ଦୁବେ, ସହାୟକ ନିଦେଶକ (କାର୍ଯ୍ୟ।ନ୍ବୟନ), ଶ୍ରୀ ମନୋଜ କୁମାର ସିଂହ, ଉପାଧ୍ୟକ୍ଷ ଏବଂ ମଣ୍ଡଳ ବିକାଶ ଅଧିକାରୀ, ଭାରତୀୟ ଷ୍ଟେଟ ବ୍ଯାଙ୍କ, ଶ୍ରୀ ବିଶ୍ଵଜିତ ଷଡଙ୍ଗୀ, ପ୍ରଭାରୀ ଅଧିକାରୀ, ଭାରତୀୟ ରିଜର୍ଭ ବ୍ଯାଙ୍କ,  ଶ୍ରୀ ସି ଉଦୟଭାସ୍କର, ମୁଖ୍ୟ ମହାପ୍ରବନ୍ଧକ, ନାବାର୍ଡ, ତଥା ଭୁବନେଶ୍ବର ସ୍ଥିତ ସମସ୍ତ ସରକାରୀ ବ୍ଯାଙ୍କ ଏବଂ ବୀମା କମ୍ପାନୀ ମାନଙ୍କର ର ଉପ ମହାପ୍ରବନ୍ଧକ, ବରିଷ୍ଠ କାର୍ଯ୍ୟପାଳକ ଏବଂ ରାଜଭାଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମର ଶୁଭାରମ୍ଭ ମୁଖ୍ୟ ଅତିଥି ଶ୍ରୀ ନିର୍ମଲ କୁମାର ଦୁବେଙ୍କ ର ଅଧ୍ୟକ୍ଷ ମହୋଦୟ ଦ୍ଵାରା ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ସହିତ ସ୍ଵାଗତ ସହିତ ହେଲା। ନାରାକାସ ର ଉପାଧ୍ୟକ୍ଷ ଶ୍ରୀ ଶ୍ରୀ ମନୋଜ କୁମାର ସିଂହ ନିଜ ସ୍ଵାଗତ ଭାଷଣରେ ନାରାକାସ (ବ୍ଯାଙ୍କ) ଭୁବନେଶ୍ବର କୁ ବର୍ଷ ୨୦୨୧-୨୦୨୨ ପାଇଁ ଭାରତ ସରକାରରୁ ପ୍ରାପ୍ତ କ୍ଷେତ୍ରୀୟ ରାଜଭଷ ପୁରସ୍କାର ପାଇଁ ସମସ୍ତ ସଦସ୍ୟଙ୍କୁ ସେମାନଙ୍କର ସକ୍ରିୟ ସହଯୋଗ ପାଇଁ ଧନ୍ୟବାଦ ଜଣାଇଲେ। ସଦସ୍ୟ ମାନଙ୍କର ଉତ୍ସାହ ବର୍ଦ୍ଧନ କରି ସେ କହିଲେ ଯେ ବିଗତ ୨୬ ବର୍ଷ ହେବ ଭାରତୀୟ ଷ୍ଟେଟ ବ୍ଯାଙ୍କ ସଫଳତାପୂର୍ବକ ସଂଯୋଜକ କାର୍ଯ୍ୟ।ଳୟର ଦାୟିତ୍ଵ ନିର୍ବାହ କରି ଆସୁଛି। ସେ ଶ୍ରୀ ନିର୍ମଲ କୁମାର ଦୁବେଙ୍କୁ ତାଙ୍କର ନିରନ୍ତର ମାର୍ଗଦର୍ଶନ ପାଇଁ ମଧ୍ୟ କୃତଜ୍ଞତା ଜ୍ଞାପନ କଲେ ଏବଂ ଆଶା ବ୍ୟକ୍ତ କଲେ ଯେ ସମସ୍ତେ ମିଳିମିଶି କାମ କରି ନାରାକାସ କୁ ଆହୁରି ଅନେକ ଉପଲବ୍ଧି ପ୍ରାପ୍ତ କରାଇବୁ। ଏହା ପରେ ସଦସ୍ୟ ସଚିବ ଡା.ବି.ବି. ଗୋପାଳ ରେଡ୍ଡୀ ବିଗତ ଛଅ ମାସରେ ସଦସ୍ୟ ମାନଙ୍କ ଦ୍ଵାରା ରାଜଭାଷାର ପ୍ରଚାର ପ୍ରସାର ପାଇଁ କରିଥିବା କାର୍ଯ୍ୟର ପିପିଟି ପ୍ରସ୍ତୁତ କଲେ।

ରିପୋର୍ଟ ମାନଙ୍କର ସମୀକ୍ଷା କରିବା ସମୟରେ ଶ୍ରୀ ନିର୍ମଲ କୁମାର ଦୁବେ ସଠିକ ରିପୋର୍ଟିଂ ପ୍ରକ୍ରିୟା ଏବଂ ରାଜଭାଷା କାର୍ଯ୍ୟ।ନ୍ବୟନ ବିଷୟରେ ସମସ୍ତ ସଦସ୍ୟଙ୍କ ମାର୍ଗ ଦର୍ଶନ କଲେ ତଥା ହିନ୍ଦୀ ରେ ମୌଳିକ କାର୍ଯ୍ୟ କରିବାକୁ ଅନୁରୋଧ କଲେ।  । ସେ ନରାକାସ (ବ୍ଯାଙ୍କ), ଭୁବନେଶ୍ବର ର ସକ୍ରିୟତା ର ପ୍ରଶଂସା ମଧ୍ୟ କଲେ। 

ନିଜ ଅଧ୍ୟକ୍ଷୀୟ ସମ୍ବୋଧନରେ ଶ୍ରୀ ଶର୍ମା ସମସ୍ତ ସଦସ୍ୟ ମାନଙ୍କୁ ସେମାନଙ୍କର ସହଯୋଗ ସ୍ୱରୂପ ଭାରତ ସରକାରଙ୍କ ଠାରୁ ପ୍ରାପ୍ତ ପୁରସ୍କାର ପାଇଁ ଧନ୍ୟବାଦ ଜଣାଇଲେ। ସେ କହିଲେ ଯେ ହିନ୍ଦୀ ଏବଂ କ୍ଷେତ୍ରୀୟ ଭାଷା ମଧ୍ୟରେ କୌଣସି ପାର୍ଥକ୍ଯ ନାହିଁ। ସେବା ଉଦ୍ଯୋଗ ସହିତ ଜଡ଼ିତ ଥିବାରୁ ଆମର ଗ୍ରାହକ ମାନଙ୍କ ସହିତ ସମ୍ପର୍କ ସ୍ଥାପିତ କରିବା ପାଇଁ ହିନ୍ଦୀ ଏବଂ କ୍ଷେତ୍ରୀୟ ଭାଷାର ଆବଶ୍ୟକତା ଅଛି। ଦୈନନ୍ଦିନ କଥାବାର୍ତ୍ତା, କାର୍ଯ୍ୟ ରେ ହିନ୍ଦୀର ପ୍ରୟୋଗ କୁ ବଢାଇବା ସହିତ ହିନ୍ଦୀର କାର୍ଯ୍ୟ ପ୍ରକ୍ରିୟାକୁ ସହଜ କରିବାକୁ ପଡ଼ିବ। ଗତ ୮ ଡିସେମ୍ବର ୨୦୨୨ ଦିନ ଭୁବନେଶ୍ବର ରେ ଆୟୋଜିତ ରାଜଭାଷା ସମ୍ମେଳନର ସଫଳତା ପାଇଁ ସେ ଶ୍ରୀ ନିର୍ମଲ କୁମାର ଦୁବେଙ୍କୁ ଶୁଭେଚ୍ଛା ଜଣାଇଲେ ଏବଂ ବୈଠକରେ ସଦସ୍ୟ କାର୍ଯ୍ୟ।ଳୟ ମାନଙ୍କର କାର୍ଯ୍ୟ।ଳୟ ପ୍ରମୁଖଙ୍କ ଉପସ୍ଥିତିପାଇଁ ପ୍ରସନ୍ନତା ବ୍ୟକ୍ତ କଲେ।

ଭାରତୀୟ ରିଜର୍ଭ ବ୍ଯାଙ୍କର ପ୍ରଭାରୀ ଅଧିକାରୀ ଶ୍ରୀ ଷଡଙ୍ଗୀ କହିଲେ ଯେ ବ୍ୟବହାରିକ ସ୍ତରରେ ହିନ୍ଦୀର ପ୍ରୟୋଗ କୁ ବଢାଇବାର ଆବଶ୍ୟକତା ଅଛି। ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ କହିଲେ ଯେ ଡିଜିଟାଇଜେସନ ପାଇଁ ବର୍ତ୍ତମାନ ସମୟ ବ୍ୟାଙ୍କିଙ୍ଗ କ୍ଷେତ୍ର ପାଇଁ ଆହ୍ଵାନର ସମୟ ଅଟେ, ସେଥିପାଇଁ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ।  ଆଇଡ଼ିବିଆଇ ବ୍ଯାଙ୍କର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ କୁନ୍ତଳ ବିଶ୍ବାସ କହିଲେ ଯେ ଗ୍ରାହକ ମାନଙ୍କ ସହିତ ଆମକୁ ହିନ୍ଦୀ ଏବଂ କ୍ଷେତ୍ରୀୟ ଭାଷାରେ ସମ୍ପର୍କ କରିବା ଉଚିତ।

ରାଜଭାଷା କାର୍ଯ୍ୟ।ନ୍ବୟନରେ ସର୍ବଶ୍ରେଷ୍ଠ ନିଷ୍ପାଦନ ପାଇଁ ଏକଳ କାର୍ଯ୍ୟ।ଳୟ ବର୍ଗରେ ଭାରତୀୟ ରିଜର୍ଭ ବ୍ଯାଙ୍କକୁ ପ୍ରଥମ, ନାବାର୍ଡ କୁ ଦ୍ଵିତୀୟ ପୁରସ୍କାର ପ୍ରଦାନ କରାଗଲା। ମଣ୍ଡଳ କାର୍ଯ୍ୟ।ଳୟ ବର୍ଗରେ ବ୍ଯାଙ୍କ ଅଫ ଇଣ୍ଡିଆ କୁ ପ୍ରଥମ, ୟୁନିଅନ ବ୍ଯାଙ୍କ ଅଫ ଇଣ୍ଡିଆ କୁ ଦ୍ଵିତୀୟ, ଭାରତୀୟ ଷ୍ଟେଟ ବ୍ଯାଙ୍କ, ପ୍ରଶାସନିକ କାର୍ଯ୍ୟ।ଳୟ, ଅଞ୍ଚଳ-୧ କୁ ତୃତୀୟ, କାନାରା ବ୍ଯାଙ୍କ କୁ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଗଲା। ଏହି ଅବସରରେ ବାର୍ଷିକ ପତ୍ରିକା ‘ମହାନଦୀ’ ଅଙ୍କ ୨୦୨୩ ର ଲୋକର୍ପଣ କରାଗଲା ଏବଂ ବିଭିନ୍ନ ବ୍ଯାଙ୍କ ଦ୍ଵାରା ଆୟୋଜିତ ପ୍ରତିଯୋଗିତାର ବିଜୟୀ ପ୍ରତିଭାଗୀଙ୍କୁ ପୁରସ୍କୃତ ମଧ୍ୟ କରାଗଲା।

        ଡା. ବି.ବି. ଗୋପାଳ ରେଡ୍ଡୀ, ସଦସ୍ୟ ସଚିବ ଏବଂ ସହାୟକ ମହାପ୍ରବନ୍ଧକ (ରାଜଭାଷା) କାର୍ଯ୍ୟକ୍ରମର ସଂଚାଳନ କଲେ ଶ୍ରୀ ଧନଞ୍ଜୟ କୁମାର, ସହାୟକ ମହାପ୍ରବନ୍ଧକ (ରାଜଭଷା), ଭାରତୀୟ ରିଜର୍ଭ ବ୍ଯାଙ୍କ ଙ୍କ ଦ୍ଵାରା ଧନ୍ୟବାଦ ଜ୍ଞାପନ ପରେ ବୈଠକ ସମାପ୍ତ ହେଲା।

Leave a Reply

Your email address will not be published. Required fields are marked *