ସମୟ ହିଁ ମୂଲ୍ୟବାନ ସମ୍ପଦ…

ସମୟ ଏକ ତିନୋଟି ଅକ୍ଷରକୁ ନେଇ ଗଠିତ ଏକ ଶବ୍ଦ। ସେହିପରି ତିନୋଟି ଅକ୍ଷରର ଏକ ଶବ୍ଦ ହେଉଛି ମଣିଷ।ମଣିଷ ଭଗବାନଙ୍କ ସୃଷ୍ଟିର ଶ୍ରେଷ୍ଠ ଯିବ ବୋଲି ଅଭିହିତ ହୁଏ।ମଣିଷକୁ ଦେଖିହୁଏ ,ଛୁଇଁ ହୁଏ ଏବଂ ଉପସ୍ଥିତି କୁ ଜାଣିହୁଏ।କିନ୍ତୁ ସମୟ ଏହିଭଳି ଏକ ଶବ୍ଦ ଏହାକୁ ଦେଖି ହୁଏନାହିଁ। ଛୁଇଁ ହୁଏନାହିଁ।
ହେଲେ ଯେଉଁମାନେ ବିଜ୍ଞ ,ପ୍ରଜ୍ଞା ପୁରୁଷ ସେହିମାନେ ଏହାର ମହତ୍ତ୍ୱକୁ ବୁଝିପାରିଥାନ୍ତି। ଏହାର ଉପସ୍ଥିତିକୁ ପରଖି ପାରିଥାନ୍ତି।ତଦ୍ଅନୁଯାୟୀ ଦୈନନ୍ଦିନ କାର୍ଯ୍ୟକ୍ରମ ଆରମ୍ଭ କରି ସଫଳତା ପାଇଥାନ୍ତି। ଆଉ ଯେଉଁମାନେ ଏହାର ମୂଲ୍ୟ ବିଷୟରେ ଅବଗତ ହେବାରେ ବିଫଳ ହୋଇଥାନ୍ତି ତାହାହେଲେ ତାଙ୍କ
ଜୀବନର ଗତିପଥଟି ଅସଜଡ଼ା ହୋଇ ଉଠିଥାଏ।ସେତେବେଳେ ମଣିଷ ଭାଗ୍ୟକୁ ଦୋଷ ଦେଇଥାଏ। ଭଗବାନଙ୍କ ସହାୟତା ମିଳିପାରିଲା ନାହିଁ ଅଭିଯୋଗ ବାଢ଼ିଥାଏ।
ଏସବୁ ଭିତରେ ଆମେ ଭୁଲିଯାଇଛେ ଯେଉଁ ସମୟରେ ଯେଉଁ ନିଷ୍ପତ୍ତି ନେଇ ଆଗେଇବା କଥା ତାହା ଆମେ କରିପାରିନାହିଁ।କାରଣ ଜଣାପଡେ ନାହିଁ ସିନା, କିନ୍ତୁ ସମୟର ଗତି ଭାରି ପ୍ରଖର । ସମୟ ଗତିରେ ସବୁ ପରିବର୍ତ୍ତନ ହୋଇଯାଇଥାଏ।ଯାହାକି ଜୀବନକୁ ବେଶ ପ୍ରଭାବିତ କରିଥାଏ। ତେଣୁ କୁହାଯାଏ ସମୟ ହେଉଛି ମାନବ ଜଗତର ମହତ୍ତ୍ୱପୁର୍ଣ୍ଣ ଅଙ୍ଗ ଏବଂ ଏହା ମାନବ ଜଗତପାଇଁ ଭଗବାନଙ୍କର ସର୍ଵୋତ୍ତମ ଉପହାର। ମାନବ ବ୍ୟକ୍ତିଗତ ସ୍ତରରେ ନିଜକୁ ପ୍ରତିଷ୍ଠିତ କରାଇଥାଏ ସମୟର ଆହ୍ୱାନ କୁ ବିନିଯୋଗ କରି।
ତେଣୁ ଅନୁମେୟ ହୁଏ ସେ ବ୍ୟକ୍ତି ହେଉ କି ଅନୁଷ୍ଠାନ କିମ୍ବା ସମାଜ ସମସ୍ତଙ୍କ ପାଇଁ ସମୟ ହେଉଛି ଅତ୍ୟନ୍ତ ମୂଲ୍ୟବାନ ସମ୍ପଦ। ସେଥିପାଇଁ ଇଂରାଜୀରେ କୁହାଯାଏ ‘Time is Precious Wealth’.